ମୁଖ୍ୟ ଖବର ନିଖୋଜ ବାଳକଙ୍କ ସନ୍ଧାନ ଦେଲେ ପୁରସ୍କୃତ କରାଯିବ Angul OnlineNovember 23, 2022November 23, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡା ଥାନା ଜରଡ଼ା ଗାଁର ବିରଞ୍ଚି ନାଏକଙ୍କ ୧୦ ଶ୍ରେଣୀରେ ପଢ଼ୁଥିବା ପୁଅ ବିଭୁତି ନାଏକ କେଉଁଆଡ଼େ ଚାଲି ଯାଇଛନ୍ତି । ଚଳିତ ମାସ ୧୭ ତାରିଖରୁ ସେ ନିଖୋଜ ଥିବା ବେଳେ ଏ ନେଇ ଜରପଡା ଥାନାରେ ପରିବାର ପକ୍ଷରୁ ଏତଲା ମଧ୍ୟ ଦିଆ ଯାଇଛି । ଦେଖିବାକୁ ଗୋରା , ପତଳା ଶରୀର ୱେବ ୫ ଫୁଟ ଉଚ୍ଚ ଥିବା ଏହି ନାବାଳକଙ୍କ ବର୍ତ୍ତମାନ ସୁଦ୍ଧା କୌଣସି ସନ୍ଧାନ ମିଳି ପାରି ନାହିଁ । ତେବେ ଏ ନେଇ ଅନୁଗୁଳ ସମାଜିକ ଗଣ ମାଧ୍ୟମରେ ପୋଷ୍ଟ କରିବା ସହ ନାବାଳକଙ୍କ ସନ୍ଧାନ ଦେଲେ ଉପଯୁକ୍ତ ରାଶି ପ୍ରଦାନ କରାଯିବ ବୋଲି ସୂଚନା ଦିଆ ଯାଇଛି । ଏହା ସହ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ନିଖୋଜ ନାବାଳକଙ୍କ ସନ୍ଧାନ ଦେଲେ ୫ ହଜାର ଟଙ୍କା ପୁରସ୍କାର ସହ ପ୍ରଶଂସା ପତ୍ର ଦିଆଯିବ ବୋଲି ସୂଚନା ଦେଇଛନ୍ତି । Advertisement
ସଡକ ଦୁର୍ଘଟଣାରେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ମୃତ ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୧୪୯ ବତିସୁଆଁ ଛକ ନିକଟ ରେ ଆଜି ଅପରାହ୍ନ ୫ଟା ସମୟରେ ଏକ ଟ୍ରକ…
ଡାକ୍ତରଙ୍କ ପୁଅକୁ ଡାକ୍ତରୀ ପଢାଇବା କହି କୋଟିଏ ଟଙ୍କାର ଠକେଇ ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବରିଷ୍ଠ ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ଗୌରୀଶଙ୍କର ବଳ ପୁଅକୁ ମେଡିକାଲ କଲେଜରେ ପାଠ ପଢ଼ାଇ…
ଖୁବଶୀଘ୍ର ହେବ ରାଜପଥ ମରାମତି – ଜିଲ୍ଲାପାଳ ଦେଲେ ସୂଚନା(ଭିଡିଓ) ଅନୁଗୁଳ – ଅନୁଗୁଳ ଜିଲ୍ଲା ମଧ୍ୟରେ ଥିବା ୫୫ ନମ୍ୱର ଜାତୀୟ ରାଜପଥ ଦେଇ ଯିବା ଆସିବା ଏକ ପ୍ରକାର ଅସମ୍ଭବ ହୋଇ ପଡିଛି । ରାସ୍ତାର…