ଅପରାଧ ୬ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ Angul OnlineNovember 25, 2022November 25, 2022 ଅନୁଗୁଳ – ଅନୁଗୁଳ ଅବକାରୀ ବିଭାଗକୁ ପୁଣି ଏକ ସଫଳତା ମିଳିଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଛଡାଉ କରି ୬୦ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣକୁ ଗିରଫ କରିବାରେ ସଫଳ ହୋଇଛି । ସୂଚନା ଅନୁସାରେ ଗୁରୁବାର ସକାଳେ ନାଲକୋନଗର ଥାନା ଅନ୍ତର୍ଗତ ବଳରାମ ପ୍ରସାଦ ର ୨୪ ବର୍ଷୀୟ ସୌଭାଗ୍ୟ ସୁବୁଦ୍ଧି ଓରଫ ସନା ବ୍ରାଉନ ସୁଗାର ନେଇ ଯାଉଥିବାର କୌଣସି ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ଅନୁଗୁଳ ଅବକାରୀ ବିଭାଗ ମୋବାଇଲ ଇନ୍ସପେକଟର କୌଶଲ୍ୟ ଜେନା ତାକୁ ଧରିବା ପାଇଁ ତାର ପିଛା କରିଥିଲେ ।ଇନ୍ସପେକ୍ଟର ଶ୍ରୀ ଜେନା ତାର ପିଛା କରି ଅମାନ୍ତପୁର ସ୍ଥିତ ନାଳୁ ବାବା ମଠ ନିକଟରେ ସୌଭାଗ୍ୟକୁ ଗିରଫ କରିଥିଲେ । ଜାଞ୍ଚ ବେଳେ ସୌଭାଗ୍ୟଠାରୁ ୬୦ ଗ୍ରାମ ବ୍ରାଉନସୁଗାର ଜବତ କରା ଯାଇଥିଲା । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୬ ଲକ୍ଷ ଟଙ୍କା ହେବ । ଅବକାରୀ ବିଭାଗ ସୁବୁଦ୍ଧିକୁ ଗିରଫ କରି କୋର୍ଟ ଚାଲାଣ କରିଛି । Advertisement
ବ୍ରିଜ ତଳୁ ମୃତଦେହ ଉଦ୍ଧାର – ହତ୍ୟା ସନ୍ଦେହ ଅନୁଗୁଳ – ଅନୁଗୁଳ ଜିଲ୍ଲା ଠାକୁରଗଡ଼ରୁ ଅନ୍ତୁଳିଆ ରାସ୍ତାରେ ଥିବା ହାତିଗଞ୍ଜ ବ୍ରିଜ ତଳୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ଅସ୍ତରଙ୍ଗପୁର ଗାଁର…
ଦୁଷ୍କର୍ମ କରି ବନ୍ଧା ହେଲେ ରସିକିଆ ଟିଉସନ ମାଷ୍ଟର – ନାବାଳିକାଙ୍କ ସହ ଅନ୍ତରଙ୍ଗ ଫଟୋ କରିଥିଲେ ଭାଇରାଲ ପାଲଲହଡା – ଗତ କିଛି ଦିନ ହେଲା ପାଲଲହଡା ଅଞ୍ଚଳରେ ଚର୍ଚ୍ଚା ପାଲଟିଥିବା ରଷିକିଆ ଟିଉସନ ସାର ମୁକେଶ ଶେଷରେ ବନ୍ଧା ହୋଇଛନ୍ତି । ନାବାଳିକାଙ୍କୁ ଦୁଷ୍କର୍ମ…
ଏକ ତରଫା ପ୍ରେମରେ ବିଫଳ ହୋଇ ନାବାଳିକାର ତଣ୍ଟି କାଟି ହତ୍ଯା ଅନୁଗୋଳ – ଏକ ପାଖିଆ ପ୍ରେମ ପାଇଁ ହତ୍ୟାକାଣ୍ଡ । ଘରେ ପଶି ନାବାଳିକାର ତଣ୍ଟି କାଟି ହତ୍ୟା କଲା ଯୁବକ । ଏଭଳି ଘଟଣା ଅନୁଗୋଳ…