ଅପରାଧ ବ୍ରାଉନସୁଗାର ଜବତ – ୩ ଗିରଫ Angul OnlineNovember 26, 2022November 26, 2022 ଅନୁଗୁଳ – ଅନୁଗୁଳ ସଦର ପୋଲିସ ହାବୁଡ଼ରେ ବ୍ରାଉନସୁଗାର ଗ୍ୟାଙ୍ଗ । ୧୮ . ୫ ଗ୍ରାମ ବ୍ରାଉନସୁଗାର ଜବତ , ୩ ଗିରଫ । ଗିରଫ ଅଭିଯୁକ୍ତ ମାନେ ଅନୁଗୁଳ ହେମସୁରପଡା ର ମନୋଜ ଜେନା , ଜଗନ୍ନାଥ ସାହୁ ଓ ରାଜା ବେହେରା । ସୂଚନା ଅନୁସାରେ ଏହି ୩ ଜଣ ବ୍ରାଉନସୁଗାର ନେଇ ଅନୁଗୁଳ ପଞ୍ଚମହଲା ନିକଟରେ ଗ୍ରାହକ ଅପେକ୍ଷାରେ ଥିଲେ । ଖବର ପାଇ ଅନୁଗୁଳ ସଦର ପୁଲିସ ଥାନା ଅଧିକାରୀ ସତ୍ୟବ୍ରତ ରାଉତଙ୍କ ନେତୃତ୍ୱରେ ଏକ ଟିମ ଚଢ଼ାଉ କରି ଏହି ୩ ଜଣଙ୍କୁ କାବୁ କରି ନେଇଥିଲେ । ଜାଞ୍ଚ ବେଳେ ସେମାନଙ୍କ ସ୍କୁଟି ଡିକିରୁ ବ୍ରାଉନସୁଗାର ଠାବ କରା ଯାଇଥିଲା । ପୁଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କ ନିକଟରୁ ୩ ଟି ମୋବାଇଲ ଫୋନ ଓ ଗୋଟିଏ ସ୍କୁଟି ଜବତ କରା ଯାଇଛି । Advertisement
ହାତୀଦାନ୍ତ ସହ ଜଣେ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡା ବନାଞ୍ଚଳ କନ୍ଧକୋଇଲି ଗାଁରେ ଆଜି ଏସଟିଏଫ ଓ ବନ ବିଭାଗ ଚାଢାଉ କରି ଦୁଇଟି ହାତୀ ଦାନ୍ତ ଜବତ କରିଥିବା…
ଚାକିରୀ ନାଁରେ ଠକେଇ , ଜଣେ ଗିରଫ ଅନୁଗୁଳ – ଚାକିରୀ ଦେବାକୁ କହି ଜଣେ ଯୁବତୀଙ୍କ ଠାରୁ ଟଙ୍କା ଠକି ନେବା ଅଭିଯୋଗରେ ଜଣେ ଯୁବକକୁ ଅନୁଗୁଳ ଥାନା ପୁଲିସ ଗିରଫ କରି କୋର୍ଟ…
ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡା ଥାନା ନାଉପଦା ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ୨୦୧୭ ମସିହାରେ ହୋଇଥିବା ଏକ ହତ୍ୟାକାଣ୍ଡର ହତ୍ୟାକାରୀକୁ ବୁଧବାର ଦିନ ମାନ୍ୟବର…