ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ପୁଲିସକୁ ଚାଲେଞ୍ଜ କରି ପୁଣି ଥରେ ଲୁଟେରା ସେମାନଙ୍କ ଉପସ୍ଥିତି ଜାହିର କରିଛନ୍ତି । ଦିନ ୩ ଟା ବେଳେ ବନ୍ଧୁକ ଓ ଭୁଜାଲି ଦେଖାଇ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଚମ୍ପଟ ମାରିଛନ୍ତି ଦୁର୍ବୃତ୍ତ । ଏଭଳି ଘଟଣା ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରେ ଘଟିଛି । ସୂଚନା ଅନୁସାରେ ଛେଣ୍ଡିପଦା ଠାରେ ଥିବା ସାରଲିଆ ପେଟ୍ରୋଲ ପମ୍ପର କ୍ୟାସିଅର ସନ୍ତୋଷ ସାହୁ ଓ ଅନ୍ୟ ଜଣେ କର୍ମଚାରୀ ଅଶୋକ ସାହୁ ମୋଟରସାଇକେଲରେ ଦିନ ୩ ଟା ବେଳେ ୧ ଲକ୍ଷ ୧୨ ହଜାର ଟଙ୍କା ନେଇ କୋଶଳା ଷ୍ଟେଟ ବ୍ୟାଙ୍କକୁ ଯାଉଥିଲେ । ତେବେ କୋଶଳା ଜଙ୍ଗଲ ଠାରେ ହଠାତ ଦୁଇ ଜଣ ଦୁର୍ବୃତ୍ତ ଏକ କଳା ରଙ୍ଗର ମୋଟରସାଇକେଲରେ ଆସି ସେମାନଙ୍କୁ ଗୋଇଠା ମାରିଥିଲେ ଥିଲେ । ଦୁଇ କର୍ମଚାରୀ ତଳେ ପଡ଼ିଗଲା ପରେ ଦୁଇ ଦୁର୍ବୃତ୍ତ ଏକ ବନ୍ଧୁକ ଓ ଭୁଜାଲି ଦେଖାଇ ପେଟ୍ରୋଲ ପମ୍ପ କର୍ମଚାରୀ ଦୁଇ ଜଣଙ୍କୁ ଭୟଭୀତ କରାଇ ସେମାନଙ୍କ ନିକଟରେ ଥିବା ୧ ଲକ୍ଷ ୧୨ ହଜାର ଟଙ୍କା ନେଇ ଫେରାର ହୋଇ ଯାଇଥିଲେ । ଦୁର୍ବୃତ୍ତମାନେ ଫେରାର ହେବା ପରେ ଦୁଇ କର୍ମଚାରୀ ପେଟ୍ରୋଲ ପମ୍ପ ମ୍ୟାନେଜରଙ୍କୁ ଖବର ଦେବା ସହ ପୁଲିସକୁ ସୂଚନା ଦେଇଥିଲେ । ଖବର ପାଇ ଛେଣ୍ଡିପଦା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।
What’s your Reaction?
+1
+1
+1
+1
+1
2
+1
+1