ଆଞ୍ଚଳିକ ବିଦ୍ୟୁତ ଖୁଣ୍ଟ ପୋତିବା ବେଳେ ଅଘଟଣ – ବିଦ୍ୟୁତ ଆଘାତରେ ୪ ଗୁରୁତର Angul OnlineNovember 29, 2022November 29, 2022 ଅନୁଗୁଳ – ଅନୁଗୁଳ ସହର ମାଟିଆସାହି ଠାରେ ଏଲଟି ଲାଇନ କାମ ଚାଲିଥିବା ବେଳେ ଅଘଟଣ ଘଟିଛି । ବିଦ୍ୟୁତ ଝଟକାରେ ୪ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ମାନେ ହେଲେ, ଅନୀଲ ଟୁଡୁ, ମନୋଜ ଟୁଡୁ, ବାହାସନ ଟୁଡୁ ଓ ବିଶାଲ ହାସ୍ଦା । ସମସ୍ତଙ୍କ ଘର ଝାଡ଼ଖଣ୍ଡରେ ବୋଲି ଜଣା ପଡ଼ିଛି । ସୂଚନା ଅନୁସାରେ, ମାଟିଆସାହି ଠାରେ ଏଲଟି ଲାଇନ କାମ ଚାଲିଛି । କୋର ଏନର୍ଜି ନାମକ ସଂସ୍ଥା ଉକ୍ତ କାମ କରୁଥିବା ବେଳେ ୧୩ ଜଣ ଶ୍ରମିକ ନିୟୋଜିତ ଥିଲେ । ଉପରେ ୩୩ କେଭି ତାର ଯାଇଥିବାରୁ ଶ୍ରମିକମାନେ ସର୍ଟ ଡାଉନ ମାଗିଥିଲେ । କିନ୍ତୁ କର୍ତ୍ତୃପକ୍ଷ ଦେଇନଥିଲେ । ତେବେ ଶ୍ରମିକମାନେ ବିଦ୍ୟୁତ ଖୁଣ୍ଟ ପୋତୁଥିବା ବେଳେ ଅସାବଧାନତା କାରଣରୁ ଖୁଣ୍ଟ ୩୩ କେଭି ତାରରେ ଲାଗି ଯାଇଥିଲା। ଫଳରେ ଖୁଣ୍ଟକୁ ଧରିଥିବା ୪ ଜଣ ଶ୍ରମିକ ବିଦ୍ୟୁତ ଝଟକା ଖାଇ ଛିଟିକି ପଡ଼ିଥିଲେ । ସ୍ଥାନୀୟ ଲୋକ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଛନ୍ତି । ଜଣଙ୍କ ଅବସ୍ଥା ସଂକଟାପର୍ଣ୍ଣ ଥିବା ବେଳେ ଅନ୍ୟମାନେ ସୁସ୍ଥ ହୋଇଥିବା ଡାକ୍ତରଖାନା ସୂତ୍ରରୁ ଜଣା ପଡ଼ିଛି । Advertisement
ବିଦ୍ୟୁତ ଆଘାତରେ ଜଣେ ମୃତ ଅନୁଗୁଳ -(AO)- ଅନୁଗୁଳ ଜିଲ୍ଲା କୁଇଓ ଗାଁରେ ବିଦ୍ୟୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ସେହି ଗାଁର ଅଭିରାମ ଗଡନାୟକ । ସୂଚନା…
କେ ଆର ଏଣ୍ଟରପାଇଜେସ ପ୍ଲାଣ୍ଟ ନାମରେ ଗୁରୁତର ଅଭିଯୋଗ ଆଣିଲେ ସମାଜସେବୀ ଅନୁଗୁଳ – ଯୁବ ସମାଜସେବୀ ସଂଗଠନ (ତାଳଚେର)ର ସଭାପତି ଜତିନ କୁମାର ମହାନ୍ତି କେ ଆର ଏଣ୍ଟରପାଇଜେସ କଂପାନୀ ନାମରେ ଆଣିଛନ୍ତି ଗୁରୁତର ଅଭିଯୋଗ । ବୁଧବାର…
ଶିକ୍ଷକଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଅନୁଗୁଳ – ଅନୁଗୁଳ ବ୍ଲକ୍ ଇଙ୍କରବନ୍ଧ ଗାଁର ସଭାପତି ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରମୋଦ ଚନ୍ଦ୍ର ପ୍ରଧାନ(୭୧)ଙ୍କର ଶନିବାର ସନ୍ଧ୍ୟାରେ ପରଲୋକ ହୋଇଛି । କିଛିଦିନ…