ରାଜନୀତି ଆପର କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ Angul OnlineNovember 29, 2022November 29, 2022 ଅନୁଗୁଳ – ଆମ୍ ଆଦ୍ମୀ ପାର୍ଟି ଅନୁଗୁଳ ନିର୍ବାଚନ ମଣ୍ଡଳୀର କାର୍ଯ୍ୟକର୍ତ୍ତା ସମ୍ମିଳନୀ ମଙ୍ଗଳବାର ସ୍ଥାନୀୟ ଏକ ହୋଟେଲ୍ରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଆବାହାଳ ନିଶିକାନ୍ତ ମହାପାତ୍ର ବୈଠକରେ ଯୋଗ ଦେଇ କର୍ମକର୍ତ୍ତାଙ୍କ କାର୍ଯ୍ୟର ମୂଲ୍ୟାୟନ କରିଛନ୍ତି । ତୃଣମୂଳ ସ୍ତରରେ ସଙ୍ଗଠନ ଗଠିବା ସହ ହାତମୁଠାକୁ ମଜଭୁତ କରିବାକୁ ପରାମର୍ଶ ଦେଇଛନ୍ତି । ତୃଣମୂଳ ସ୍ତରରେ ବିଜେଡି ସରକାର ବିରୁଦ୍ଧରେ ଜନ ଅସନ୍ତୋଷ ରହିଛି । ଶିକ୍ଷା , ସ୍ୱାସ୍ଥ୍ୟ , ବିଦ୍ୟୁତ୍ ଆନ୍ଦୋଳନକୁ ଘରେ ଘରେ ପହଞ୍ଚାଇବାକୁ ସେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଗୁରୁମନ୍ତ ଦେଇଛନ୍ତି । ରାଜ୍ୟର ୧୨୨ଟି ନିର୍ବାଚନ ମଣ୍ଡଳୀରେ ଦଳର ବୈଠକ ଅନୁଷ୍ଠିତ ହୋଇସାରିଛି । ଅନୁଗୁଳ ନିର୍ବାଚନ ମଣ୍ଡଳୀରେ ଦଳର ଏହା ୧୨୩ତମ ବୈଠକ । ଆଗକୁ ପ୍ରତି ପଞ୍ଚାୟତ ଓ ୱାର୍ଡ ସ୍ତରରେ କମିଟି ଗଠନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଆପର ଅନୁଗୁଳ ଜିଲ୍ଲା ସଭାପତି ଜ୍ୟୋତିରଞ୍ଜନ ପଣ୍ଡା , ଜିଲ୍ଲା ପ୍ରଭାରୀ ଅମୀୟ ପଟ୍ଟନାୟକ , ଜିଲ୍ଲା ସଙ୍ଗଠକ ସତ୍ୟବାଦୀ ନାହାକ , ସମେତ ୫୦ରୁ ଅଧିକ କର୍ମୀ ଉପସ୍ଥିତ ଥିଲେ । Advertisement
ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ତା ପ୍ରସ୍ତାବ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଳକ ଅନ୍ତର୍ଗତ ବାଲିପଟା ଗ୍ରାମ ପଞ୍ଚାୟତରେ ବିଭିନ୍ନ ଦୁର୍ନୀତି ଓ ସରପଞ୍ଚଙ୍କ ମନମୁଖି କାର୍ଯ୍ୟକୁ ନେଇ ପଞ୍ଚାୟତର ୱାର୍ଡ ସଭ୍ୟ…
ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଧାୟକଙ୍କ ନୋମିନୀ ନିଲମ୍ବିତ ଭୁବନେଶ୍ଵର – ବିଜୁ ଜନତା ଦଳରୁ ନିଲମ୍ବିତ ହେଲେ ଆଠମଲ୍ଲିକ ବିଧାୟକ ରମେଶ ସାଏଙ୍କ ନୋମିନୀ ତଥା ବରିଷ୍ଠ ନେତା କ୍ଷୀରୋଦ ବାଘାର । ଦଳ ବିରୋଧୀ…
ବରିଷ୍ଠ କଂଗ୍ରେସ ନେତାଙ୍କ ପରଲୋକ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକର ବରିଷ୍ଠ କଂଗ୍ରେସ ନେତା କଳାକାର ସାହୁଙ୍କ ପରଲୋକ ହୋଇ ଯାଇଛି । ସେ ଅନେକ ଦିନ ହେଲା ବାର୍ଦ୍ଧକ୍ୟ…