ମୁଖ୍ୟ ଖବର ଖାଲି ପଡ଼ିଛି ବହୁ ପୁଲିସ ପଦବୀ Angul OnlineNovember 30, 2022November 30, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ରହିଥିବା ଥାନା ଗୁଡିକକରେ ଖାଲି ପଡ଼ିଛି ଅନେକ ପୁଲିସ୍ ପଦବି । ଏସ୍ଇରୁ ଏଏସ୍ଆଇ , ହାବିଲ୍ଦାରରୁ କନେଷ୍ଟବଳ ପର୍ଯ୍ୟନ୍ତ ଡ୍ରଜନ ଡ୍ରଜନ ପଦବି ଖାଲି ପଡ଼ିଛି । ଅନୁଗୁଳ ଜିଲ୍ଲାର ବିଭିନ୍ନ ଥାନାରେ କର୍ମଚାରୀ ଅଭାବ ଲାଗି ରହିଥିବାରୁ ଦିନକୁ ଦିନ ଆଇନ୍ଶୃଙ୍ଖଳା ସ୍ଥିତି ବିଗିଡ଼ିବାରେ ଲାଗିଛି । ଶିଳ୍ପ ସମୃଦ୍ଧ ଅନୁଗୁଳ ଜିଲ୍ଲାରେ ବିସ୍ଥାପନ ସମସ୍ୟାଠୁ ନେଇ ହତ୍ୟା , ବଳତ୍କାର ଓ ନିଶା କାରବାର ଚିନ୍ତାଜନକ ଭାବେ ବଢ଼ି ଚାଲିଥିଲେ ହେଁ ଏହାକୁ ନିୟନ୍ତ୍ରଣ କରିବାକୁ ଆବଶ୍ୟକ ସଂଖ୍ୟାରେ ପୁଲିସ୍ କର୍ମଚାରୀ ନାହାନ୍ତି । ଚଳିତ ଶୀତ ଅଧିବେଶନରେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତ ବେହେରା କହିଛନ୍ତି , ଅନୁଗୁଳ ଜିଲ୍ଲାରେ ୪ ସାଇବର ଥାନା ଓ ବିଦ୍ୟୁତ୍ ଥାନାକୁ ମିଶାଇ ରହିଛି ମୋଟ୍ ୨୭ଟି ଥାନା । ତେବେ ଏହି ୨୭ଟି ଥାନା ପାଇଁ ୮୯ଟି ମଞ୍ଜୁରୀପ୍ରାପ୍ତ ଏସ୍ଇ ପଦବି ତ ରହିଛି । ମାତ୍ର ୫୬ ଜଣ ଏସ୍ଇ ରହିଥିବା ବେଳେ ୩୩ ଟି ପଦବି ଖାଲି ପଡ଼ିଛି । ସେହିପରି ଜିଲ୍ଲାର ୨୭ ଥାନା ପାଇଁ ୧୧୬ଟି ଏଏସ୍ଆଇ ବି ପଦବି ରହିଛି । କିନ୍ତୁ ୭୨ ଜଣ ଏଏସ୍ଇ ରହିଥିବା ବେଳେ ୪୪ଟି ପଦ ଖାଲି ପଡ଼ିଛି । ୨୮ଟି ମଞ୍ଜୁରୀପ୍ରାପ୍ତ ହାବିଲ୍ଦାର ପଦବି ମଧ୍ୟରୁ ୪ ୧୨ ଜଣ ରହିଥିବା ବେଳେ ୧୬ଟି ପଦବି ଖାଲି ପଡ଼ିଛି । ସେହିପରି ୨୫୬ ଜଣ କନେଷ୍ଟବଳଙ୍କ ଜାଗାରେ ଅଛନ୍ତି ୨୦୨ ଜଣ । ସରକାର ବିଭିନ୍ନ ଥାନା ପାଇଁ ୧୫୯ଟି ଓଏପିଏଫ୍ ପଦବି ମଞ୍ଜୁରୀ ଦେଇଥିବା ୬ ବେଳେ ୧୮ଟି ପଦବି ଖାଲି ପଡ଼ିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । Advertisement
ଏସ.ପି. ଅଫିସ ସମ୍ମୁଖରୁ ମୃତଦେହ ଉଦ୍ଧାର ଅନୁଗୁଳ – ଅନୁଗୁଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଆଜି ସକାଳୁ ଏକ ମୃତଦେହ ଉଦ୍ଧାର ହୋଇଛି । ଜାତୀୟ ରାଜପଥ ୫୫ କଡରେ ଥିବା…
ଦୁର୍ଘଟଣାରେ ସ୍ତ୍ରୀ ମୃତ, ଅଳ୍ପକେ ବର୍ତ୍ତିଲେ ସ୍ୱାମୀ ଓ ପୁଅ ପାଳଲହଡା – ଅନୁଗୁଳ ଜିଲ୍ଲା ଖମାର ଥାନା ସାମ୍ନାରେ ଏକ ମୋଟରସାଇକେଲକୁ ଧକ୍କା ଦେବାଫଳରେ ଘଟଣା ସ୍ଥଳରେ ସ୍ତ୍ରୀଙ୍କର ମୃତ ହୋଇଥିବା ବେଳେ ଅଳ୍ପକେ ସ୍ୱାମୀ ଏବଂ…
ତେଜୁଛି କୋଲ ୱାସେରୀ ବିବାଦ ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ଗ୍ଲୋବାଲ କୋଲ ୱାସେରିକୁ ନେଇ ବିବାଦ ତେଜିବାରେ ଲାଗିଛି । ଗତ ଦୁଇଦିନ ହେଲା ଏହାକୁ ପ୍ରଦୂଷଣର ଆଳ ଦେଖାଇ…