ଆଞ୍ଚଳିକ ପୁଣି ଦନ୍ତାହାତୀ ମୃତ – ଗୁଳି କରି ହତ୍ୟା ସନ୍ଦେହ Angul OnlineDecember 2, 2022December 2, 2022 ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ମାଧପୁର ରେଞ୍ଜ କିଆକଟା ସେକ୍ସନର ଘୋଡାଗାଡି ଜଙ୍ଗଲରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଘୋଡାଗାଡି ଜଙ୍ଗଲରେ ଏକ ଦନ୍ତା ହାତୀର ମୃତଦେହ ପଡ଼ିଥିବାର ଖବର ପାଇ, ରେଞ୍ଜର ବନବିଭାଗ ଅଧିକାରୀ ଏସିଅଫ ଗୌରୀଶଙ୍କର ଦାସ, ଫରେଷ୍ଟର ଦୀପ୍ତିରଞ୍ଜନ, ରେଞ୍ଜ ଅଫିସର ମାଧପୁର ସନ୍ତୋଷ କୁମାର ଭୋଇ,ବିଶ୍ୱାଳ, ଡି ଏଫ ଓ ଏସ. ଆନନ୍ଦ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ହାତୀଟି ଗତ ଦୁଇ ଦିନ ତଳୁ ମରିଥିବାର ଅନୁମାନ କରାଯାଉଛି । ତେବେ ହାତୀଟିକୁ କୌଣସି ଶିକାରୀ ଗୁଳି କରିଥିବାର ସନ୍ଦେହ କରା ଯାଉଛି । ଶବ ବ୍ୟବଚ୍ଛେଦ ପରେ ଅଧିକ ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିବ । Advertisement
ଓକିଲ ସଂଘ ପକ୍ଷରୁ ତହସିଲ କାର୍ଯ୍ୟାଳୟ ସମୁଖରେ ଧାରଣା ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଓକିଲ ସଂଘ ପକ୍ଷରୁ ଛେଣ୍ଡିପଦା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ୪ଦଫା ଦାବୀ ନେଇ ମଙ୍ଗଳବାର ଅନିର୍ଦିଷ୍ଟ ସମୟ କାଳ ପାଇଁ…
ସହର ଟ୍ରାଫିକ ସମସ୍ୟା ଦୁର କରିବା ପାଇଁ ରିଂ ରୋଡ଼ ଅନୁଗୋଳ – ଅନୁଗୋଳ ପାଇଁ ରିଂ ରୋଡ଼ ପରିକଳ୍ପନା କରା ଯାଇଛି । ସହର ମଧ୍ୟରେ ଅନେକ ସମୟରେ ଟ୍ରାଫିକ୍ ସମସ୍ୟା ହେଉଥିବା ଦୃଷ୍ଟିରେ ରଖି ଜିଲ୍ଲା…
ବନ୍ୟଜନ୍ତୁଙ୍କର ସୁରକ୍ଷା ଓ ପରିଚାଳନା କ୍ଷେତ୍ରରେ ଖବରଦାତା ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଅନୁଗୁଳ – ଅନୁଗୁଳ ଜିଲା ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ନେଇ ଗଜ ଉତ୍ସବ ନାମକ ଏକ କର୍ମଶାଳା ଆୟୋଜନ ହୋଇଥିଲା । ପ୍ରକୃତି ପରିବେଶ ଓ…