ଖେଳ ଓ ଖେଳାଳି ଆସନ୍ତା ଚାରି ତାରିଖରୁ ହେମସୁରପଡା କ୍ଲବ ଫୁଟବଲ ଟୁର୍ଣ୍ଣାମେଣ୍ଟ Angul OnlineDecember 2, 2022December 3, 2022 ଅନୁଗୁଳ – ଆସନ୍ତା ଡିସେମ୍ବର ୪ ତାରିଖରୁ ୧୧ ତାରିଖ ଯାଏ ପ୍ରିନ୍ସ ଆଣ୍ଡ ପ୍ରିନ୍ସ କ୍ଲବ ଆନୁକୂଲ୍ୟରେ ଟାଉନ ହାଇସ୍କୁଲ ପଡ଼ିଆରେ ହେମସୁରପଡା କପ ଫୁଟବଲ ଆୟୋଜିତ ହେବ । ଏହି ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାର ବଛା ବଛା ଆଠଟି ଦଳ ଭାଗ ନେବାର କାର୍ଯ୍ୟକ୍ରମ ରହିଛି । ଅନୁଗୁଳର ମା ବୁଢ଼ୀ ଫୁଟବଲ କ୍ଲବ , ଝାରସୁଗୁଡାର ଝାଡେଶ୍ୱର କ୍ଲବ , ବଡମ୍ବାର RKCF & SA କ୍ଲବ , ସମ୍ବଲପୁରର ଡ୍ରିମ ଏଲେଭେନ କ୍ଲବ , ଜଟଣୀର ଫ୍ରେଣ୍ଡସ ପାରାଡ଼ାଇଜ କ୍ଲବ , କୁଚିଣ୍ଡାର BFC ,ଢେଙ୍କାନାଳର MMFC ,ରାଉରକେଲାର IFC ଆଦି ଭାଗ ନେବେ । ଆଜି ଅନୁଷ୍ଠିତ ଏକ ସମ୍ବାଦିକ ସମ୍ମିଳନୀରେ ଏ ନେଇ କ୍ଲବର ସଭାପତି ଅନୀଲ କୁମାର ଦଳବେହେରା , ଉପସଭାପତି ରଶ୍ମି ରଞ୍ଜନ ସାମଲ , ସଂପାଦକ ସରୋଜ ଜେନା ସୂଚନା ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କ୍ଲବର ଉପଦେଷ୍ଟା ଦିବ୍ୟଦର୍ଶୀ ବଳିୟାରସିଂହ , ସୁନୀଲ ମିଶ୍ର ଓ ଶାନ୍ତନୁ ସ୍ବାଇଁ ପ୍ରମୁଖ ସମ୍ମିଳନୀରେ ଉପସ୍ଥିତ ଥିଲେ । ଉଦଘାଟନୀ ମ୍ୟାଚରେ ମା ‘ ବୁଢ଼ୀ କ୍ଲବ ଅନୁଗୁଳ- ଢେଙ୍କାନାଳକୁ ଭେଟିବ । ୧୧ ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । Advertisement
କ୍ରୀଡାବିଦଙ୍କୁ ଉପଖଣ୍ଡ କ୍ରୀଡା ସଂଘର ଉପେକ୍ଷା ଅଭିଯୋଗ ଅନୁଗୁଳ – ଅନୁଗୁଳ ଉପଖଣ୍ଡ କ୍ରୀଡା ସଂଘରେ ଛେଣ୍ଡିପଦା ବ୍ଲକ ଅଞ୍ଚଳକୁ ଉପେକ୍ଷା କରାଯାଉଛି । ଯାହା ଫଳରେ ଛେଣ୍ଡିପଦା ଅଞ୍ଚଳର ଖେଳାଳି ମାନେ ଅଣଦେଖା ହେଉଛନ୍ତି…
ହକି ବିଶ୍ୱକପ ପ୍ରସାର ପାଇଁ ଜିଲ୍ଲା ସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ – ତାଳଚେର ବିଜୟୀ ଅନୁଗୁଳ – ହକି ପୁରୁଷ ବିଶ୍ୱକପ ୨୦୧୩ ର ପ୍ରଚାର ପ୍ରସାର ସହ ଅନ୍ୟ ଖେଳର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ନିର୍ଦେଶରେ ଜିଲ୍ଲା ପ୍ରଶାସନ ପକ୍ଷରୁ…
୨୯ ତମ ରାଜ୍ୟ ଉଷୁ ଚମ୍ପିୟାନସିପ ଉଦଯାପିତ ଅନୁଗୋଳ – ଅନୁଗୋଳ ଜିଲ୍ଲା ସଦର ମହକୁମାର ଇଣ୍ଡୋର ହଲଠାରେ ଉଷୁ ଆସୋସିଏସନ୍ ଅଫ୍ ଅନୁଗୋଳ ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ବିଜୁ ପଟ୍ଟନାୟକ ଇଣ୍ଡୋର…