ଅପରାଧ ବ୍ରାଉନସୁଗାର କାରବାର – କୋଶଳାରୁ ଟ୍ଵିନ ସିଟି Angul OnlineDecember 4, 2022December 4, 2022 କଟକ – କଟକ ଜିଲ୍ଲା ବାଙ୍କି ପୁଲିସ ଷ୍ଟେସନ ଅଧିନରେ ଥିବା ଅଂଶୁପା ହ୍ରଦ ନିକଟରୁ ଆଜି ଏସ ଟି ଏଫ କୁ ବଡ ଧରଣର ସଫଳତା ମିଳିଛି । ଦୁଇ ଜଣଙ୍କ ଠାରୁ ଏସ ଟି ଏଫ ପ୍ରାୟ ୧ କେଜି ୩୩୫ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଉଭୟଙ୍କୁ ଗିରଫ କରିଛି । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା କୋଶଳା ଗାଁର ବଂଶୀଧର ସାହୁଙ୍କ ଜୁମେଶ କୁମାର ସାହୁ ଓ ଆଠଗଡ ବଡ଼ଭୁଇଁର ଶରତ ପ୍ରଧାନଙ୍କ ପୁଅ ହେମନ୍ତ ପ୍ରଧାନ ଅଂଶୁପା ହ୍ରଦ ପାଖରେ ରହି ବ୍ରାଉନସୁଗାର କାରବାର କରୁଥିଲେ । ଏହି ଖବର ଏସ ଟି ଏଫ କୌଣସି ବିଶ୍ୱସ୍ତ ଖବର ପାଇ ଚଢ଼ାଉ କରିଥିଲେ । ସଦଲବଳେ ଚଢ଼ାଉ କରି ଉଭୟଙ୍କୁ କାବୁ କରିବାରେ ସଫଳ ହେବା ସହ ସେମାନଙ୍କ ଠାରୁ ୧ କେଜି ୩୩୫ ଗ୍ରାମ ବାଉନସୁଗାର ଜବତ କରିଥିଲେ । ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରା ଯାଇଥିବା ବେଳେ ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ଏକ କୋଟି ୩୪ ଲକ୍ଷ ଟଙ୍କା ହେବ ବୋଲି ଜଣା ପଡ଼ିଛି । ତେବେ ଗତ କିଛିଦିନ ହେଲା ଅନୁଗୁଳ ଜିଲ୍ଲାରେ ବ୍ରାଉନସୁଗାର କାରବାର ବୃଦ୍ଧି ପାଇଥିବା ବେଳେ ପୁଲିସ ଓ ଅବକାରୀ ବିଭାଗକୁ କିଛିକାଂଶରେ ସଫଳତା ମିଳିଛି । ତେବେ ଆଜି ଏସ ଟି ଏଫ ଏହି ବ୍ରାଉନସୁଗାର କାରବାରରେ କୋଶଳା ଗାଁର ଜୁମେଶ ଓ ତାର ସହଯୋଗୀ ପାଖରୁ ଏତେ ପରିମାଣର ବ୍ରାଉନସୁଗାର ଜବତ ପରେ ତାର ସମ୍ପୃକ୍ତି ଅନୁଗୁଳ ଜିଲ୍ଲାରେ ନିହାତି ରହିଛି ବୋଲି ଅନୁମାନ କରାଯାଉଛି । ମୁଖ୍ୟତଃ ଅନୁଗୁଳ ଜିଲ୍ଲାର ତାଳଚେର ଅଞ୍ଚଳର ଯୁବପିଢି ଏହି ବ୍ରାଉନସୁଗାର କବଜାରେ ପଡିଲେଣି । କୋଶଳା ଗାଁରୁ ତାଳଚେର ଖୁବ ନିକଟତର ହୋଇଥିବା ବେଳେ ନିଛାଟିଆ ରାସ୍ତା ରହିଛି । ଏହା ସହ ଅନୁଗୁଳ ସହର ଓ ନାଲକୋ ଅଞ୍ଚଳରେ ମଧ୍ୟ ବ୍ରାଉନସୁଗାର କାରବାର ସକ୍ରିୟ ରହିଥିବା ବେଳେ ଜୁମେଶର ଏହି କାରବାର ସମ୍ପୃକ୍ତି ରହିଥିବ ବୋଲି ଅନୁମାନ କରାଯାଉଛି । Advertisement
ମୋଟରସାଇକେଲ ଚୋରୀ ଗ୍ୟାଙ୍ଗ ଗିରଫ – ୧୧ ମୋଟରସାଇକେଲ ଜବତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଆଦର୍ଶ ଥାନା ପୁଲିସ ତାଳଚେର ଏବଂ ଅନ୍ୟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢଉ କରାଯାଇ ୧୧ ଟି ଚୋରା ମୋଟରସାଇକେଲ…
ଅନୁଗୁଳରେ ପୁଣି ଲଜ୍ଜା, ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ଅନୁଗୁଳ – ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଚକୋଲେଟ ଦେବା ବାହାନାରେ ଜଣେ ପାଞ୍ଚ ବର୍ଷ ନାବାଳିକାକୁ…
ସଟର ତାଡି ଦୋକାନରୁ ଚୋରି – ଲୁଟିନେଲେ ଟଙ୍କା , ମୋବାଇଲ ଓ କମ୍ପ୍ୟୁଟର ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ମହିଧରପୁର ହାଟଛକରେ ଥିବା ଏକ ମୋବାଇଲ ଦୋକାନରେ ଦୁର୍ବୃତ୍ତମାନେ କଳାକନା ବୁଲାଇଛନ୍ତି । ଦୋକାନ ମାଲିକ ସନାତନ ପାଳ…