ମୁଖ୍ୟ ଖବର ଜଙ୍ଗଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର Angul OnlineDecember 6, 2022December 6, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ସାରୁଆଳି ଜଙ୍ଗଲରୁ ଜଣେ ୫୦ ବର୍ଷୀୟ ବୃଦ୍ଧଙ୍କ ମୃତଦେହ ଆଜି ଗାଁ ନିକଟସ୍ଥ ଜଙ୍ଗଲରୁ ଉଦ୍ଧାର ହୋଇଛି । ମୃତ ବୃଦ୍ଧ ଜଣଙ୍କ ହେଲେ ସାରୁଆଳି ଗାଁର ପର୍ଶୁରାମ ଭୋଇ ବୋଲି ଜଣା ପଡିଛି । ସୂଚନା ଅନୁସାରେ ପର୍ଶୁରାମ ରବିବାର ଦିନ ହେଲା ଜଙ୍ଗଲକୁ ଡାଳ ଖୋଜିବା ପାଇଁ ଯାଇ ଆଉ ଫେରି ନଥିଲେ । ପରିବାର ଲୋକ ଖୋଜାଖୋଜି କରି ପାଇ ନଥିଲେ । ଆଜି ଅପରାହ୍ନରେ ଜଙ୍ଗଲ ଭିତରୁ ତାଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା । ତେବେ ହାତୀ ଆକ୍ରମଣ ଫଳରେ ତାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଖବର ପାଇ ପୁଲିସ ଓ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । Advertisement
ଦଲାଲ ସାଜି ନିଲମ୍ବନ ହେଲେ ସରକାରୀ ବାବୁ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଉପଖଣ୍ଡ ମଣ୍ଡାପାଳ ଚିକିତ୍ସାଳୟରେ ଦଲାଲ ସାଜି ନିଲମ୍ବନ ହୋଇଛନ୍ତି ସରକାରୀ ବାବୁ । ଗତ କିଛି ଦିନ ହେବ ସାମାଜିକ…
କାନ୍ଥ କଣା କରି ବ୍ୟାଙ୍କ ଭିତରେ ପଶିଲେ ଚୋର ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଗଡମଣ୍ଡଳ ଗ୍ରାମ୍ୟ ବ୍ୟାଙ୍କରୁ ଚୋରୀ ଉଦ୍ୟମ ହୋଇଥିବା ଜଣା ପଡ଼ିଛି । ବିଲମ୍ବିତ ରାତିରେ ବ୍ୟାଙ୍କ ପଛପାଖ କାନ୍ଥ…
ଖସି ପଡିଲା ବ୍ରିଟିସ ଅମଳର ପୋଲ – ଲୁହା ଚୋରି ଓ ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ଭୁଷୁଡିଲା ଛେଣ୍ଡିପଦା – ଅନୁଗୁଳ ଜିଲା ଅନୁଗୁଳ-ଛେଣ୍ଡିପଦା ୬୩ନଂ ରାଜ୍ୟ ରାଜପଥର କୋଶଳା ଗ୍ରାମ ନିକଟରେ ସିଙ୍ଗିଡା ନଦୀରେ ସ୍ୱାଧିନତା ପୂର୍ବରୁ ନିର୍ମିତ ପୋଲ ଭୁସୁଡି ପଡିଛି ।…