ସମସ୍ୟା ଶିକ୍ଷକଙ୍କ ବଦଳି ବାତିଲ ଦାବିରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ Angul OnlineDecember 6, 2022December 6, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ସାନ୍ତରାପୁର ‘ଖ’ ପଞ୍ଚାୟତ ସାନ୍ତରାପୁର ନୂଆସାହି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଆଜି ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି । ଶିକ୍ଷକଙ୍କ ବଦଳି ବାତିଲ ଦାବିରେ ଏହି ଛାତ୍ରଛାତ୍ରୀ ମାନେ ଆନ୍ଦୋଳନ କରିଛନ୍ତି । ସୂଚନା ଅନୁସାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରତାପ କୁମାର ନାଥଙ୍କ ଅନ୍ୟତ୍ର ବଦଳି ହୋଇ ଯାଇଛି । ଯାହାକୁ ଛାତ୍ରଛାତ୍ରୀ ଓ ଅଭିଭାବକ ଗ୍ରହଣ କରୁ ନାହାନ୍ତି । ଏଣୁ ପ୍ରଧାନ ଶିକ୍ଷକ ପ୍ରତାପଙ୍କ ବାତିଲ ଦାବିରେ ଛାତ୍ରଛାତ୍ରୀ ମାନେ ଆନ୍ଦୋଳନ କରିଥିବା ଜଣାପଡ଼ିଛି । ରାସ୍ତା ଅବରୋଧ ଯୋଗୁଁ ସାନ୍ତରାପୁର-ନୂଆସାହି ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । Advertisement
୧୨ତମ ଆରପିଡିଏସି ବୈଠକ – ନିଷ୍ପତ୍ତି କାର୍ଯ୍ୟକାରୀ କରିବାରେ ବିଳମ୍ବ ଯୋଗୁଁ ରାଜସ୍ବ କମିଶନର ଅସନ୍ତୋଷ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଏମସିଏଲର ବିଭିନ୍ନ କୋଇଲା ଖଣି ପାଇଁ ମଙ୍ଗଳବାର ଥଇଥାନ ଓ ପାରିପାର୍ଶ୍ବକ ଉନ୍ନୟନ ପରାମର୍ଶଦାତା କମିଟି(ଆରପିଡିଏସି) ବୈଠକ ଅନୁଷ୍ଠିତ ହୋଇଯାଇଛି…
ବାରମ୍ବାର ବିଦ୍ୟୁତ କାଟ ସହ ବଳପୂର୍ବକ ବିଲ୍ ଆଦାୟ ଅଭିଯୋଗ – ଟିପିସିଓଡିଏଲ ମ୍ୟାନେଜରଙ୍କୁ ଦାବିପତ୍ର ତାଳଚେର – ଟିପିସିଓଡିଏଲର ତାଳଚେର ଅଞ୍ଚଳର କର୍ମଚାରୀମାନେ ବାରମ୍ବାର ମନଇଚ୍ଛା ବିଜୁଳି କାଟ କରି ଉପଭୋକ୍ତାମାନଙ୍କ ଉପରେ ଦାଦାଗିରି କରି ବଳପୂର୍ବକ ବିଦ୍ୟୁତ ବିଲ ଆଦାୟ କରିବା…
ପାଠ ପଢାଉ ନାହାଁନ୍ତି ଶିକ୍ଷକ – ଧାରଣାରେ ଛାତ୍ରଛାତ୍ରୀ ଓ ଅଭିଭାବକ ଅନୁଗୁଳ – ଅନୁଗୁଳ ବ୍ଲକ ଅନ୍ତର୍ଗତ ହିଂସ୍ରିଡା ପ୍ରାଥମିକ ବିଦ୍ୟାଳୟ ଗେଟ ସମ୍ମୁଖରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଏବଂ ଅଭିଭାବକ । ସୁଚନା ଅନୁସାରେ…