ଅପରାଧ ଚୋରା ଶାଗୁଆନ କାଠ ଗଣ୍ଡି ଭର୍ତ୍ତି ପିକଅପ ଭ୍ୟାନ ଜବତ Angul OnlineDecember 6, 2022December 6, 2022 ଛେଣ୍ଡିପଦା – ଅନୁଗୁଳ ଜିଲା ଛେଣ୍ଡିପଦା ବନାଞ୍ଚଳ କୋଶଳା ଭାଗଲାକଟା ପ୍ରଧାନ ବନ୍ଧ ନିକଟରୁ ବନବିଭାଗ ଶାଗୁଆନ କାଠଗଣ୍ଡି ବୋଝେଇ ଏକ ଭ୍ୟାନକୁ ଜବତ କରିବା ସହିତ ଜଣକୁ ଗିରଫ କୋର୍ଟ ଚାଲଣ କରିଛି । ଗିରଫ ଯୁବକ ଜଣକ ହେଲ କୋଶଳା ଗ୍ରାମର ମହେଶ୍ବର ବେହେରା ବୋଲି ଜଣାପଡିଛି । ସୂଚନା ଅନୁସାରେ ସୋମବାର ଛେଣ୍ଡିପଦା ପୁଲିସ କୋଶଳାରୁ ବ୍ରାହ୍ମଣବିଲ ଯାଇଥିବା ରାସ୍ତାରେ ପେଟ୍ରାଲିଂ କରୁଥିବା ବେଳେ ଏକ (ଓଡି ୧୯ ଏଚ ୪୮୩୧) ପିକଅପ ଭ୍ୟାନ ଦ୍ରୁତ ଗତିରେ ଆସୁଥିବା ଦେଖି ପୁଲିସ ଉକ୍ତ ପିକଭ୍ୟାନକୁ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ଗାଡିରେ ଚୋରା ଶାଗୁଆନ କାଠ ଗଣ୍ଡି ବୋଝେଇ ହୋଇଥିବା ଦେଖି ପୁଲିସ ବନବିଭାଗକୁ ଖବର ଦେଇଥିଲେ । ଖବରପାଇ ଫରେଷ୍ଟର ପଦ୍ମଚରଣ ସାହୁ , ଫରେଷ୍ଟ୍ ଗାର୍ଡ଼ ସିତୁ ବେହେରା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ପିକଅପ ଭ୍ୟାନକୁ ଜବତ କରିବା ଗାଡିର ମାଲିକ ମହେଶ୍ବରଙ୍କୁ ଗିରଫ କରିଥିଲେ । ପିକଅପ ଭ୍ୟାନରେ ମହେଶ୍ବର ୧୭ଟି ଶାଳଗଣ୍ଡି ଯାହା ୩୮ ସିଫ୍ଟରୁ ଉର୍ଦ୍ଧ୍ବ ହେବ ବୋଲି ବନବିଭାଗ ପ୍ରକାଶ କରିଥିବା ବେଲେ ଏନେଇ ବନାଞ୍ଚଳ କେସ ନଂ ୧୨ରେ ମାମଲା ରୁଜୁ କରାଯାଇ ମହେଶ୍ବରଙ୍କୁ ମଙ୍ଗଳବାର ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି । Advertisement
୪ ସୁନା ଚେନ ଲୁଟେରା ସହ ଜଣେ କ୍ରେତା ଗିରଫ ଅନୁଗୁଳ – ସୁନା ଚେନ ଲୁଟ କରୁଥିବା ୪ ଜଣ ଲୁଟେରା ସମେତ ଜଣେ ଚେନ କ୍ରେତାକୁ ଗିରଫ କରିଛି ଅନୁଗୁଳ ପୁଲିସ । ଅନୁଗୁଳ ଥାନା…
ତଣ୍ଟି ଚିପି ପିଇସିକୁ ହତ୍ୟା କଲା ପୁତୁରା , ହତ୍ୟା ପରେ କଲା ଆତ୍ମସମର୍ପଣ ପାଲଲହଡା – ଶୁକ୍ରବାର ଅନୁଗୁଳ ଜିଲ୍ଲା ପାଲଲହଡା ଉପଖଣ୍ଡର ଉପାନ୍ତ ଅଞ୍ଚଳ ନଗିରା ପଞ୍ଚାୟତ ତନଗୁଳା ଗାଁରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ନିଜ…
ଗୁଳି କରି ୬ ଲକ୍ଷ ଟଙ୍କା ଲୁଟ ଅନୁଗୁଳ – ଅନୁଗୁଳ ଟାଉନ ଥାନା କୁରୁଡୁଲୁ ନିକଟରେ ଗୁଳିମାଡ ଓ ଭୁଜାଲିରେ ଆକ୍ରମଣ କରି ମଦ ଦୋକାନ କର୍ମଚାରୀଙ୍କ ଠାରୁ ଟଙ୍କା ଲୁଟ ହୋଇଥିବା ଅଭିଯୋଗ…