ଅଜଣା ଗାଡି ଧକ୍କାରେ ସାଇକେଲ ଆରୋହି ମୃତ

ଅଜଣା ଗାଡି ଧକ୍କାରେ ସାଇକେଲ ଆରୋହି ମୃତ

ବଅଁରପାଳ – ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗଣ୍ଠିଗାଡ଼ିଆ ଗ୍ରାମର ଜଣେ ସାଇକେଲ ଚାଳକ ଅଜଣା ଗାଡି ଧକ୍କାରେ ମୃତ ଘଟିଛି । ସୂଚନା ଅନୁସାରେ ଗ୍ରାମର ତ୍ରିଲୋଚନ ବିଶ୍ଵାଳ ସଉଦା ପାଇଁ ଗତକାଲି କଣ୍ଟାବଣିଆ ମାର୍କେଟ ଆସି ଫେରିବା ବେଳେ ଏକ ବୋଲେରୋ ଗାଡ଼ି ତାଙ୍କୁ ଧକ୍କା ଦେଇ ପଳାଇ ଯାଇଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ନିକଟସ୍ଥ ଚିକିତ୍ସାଳୟକୁ ନିଆ ଯାଇଥିଲା । ଗୁରୁତର ଥିବାରୁ ସେଠାରୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରିତ କରା ଯାଇଥିଲା । ତେବେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆଜି ସକାଳେ ଗ୍ରାମବାସୀମାନେ ଏକତ୍ରୀତ ହୋଇ ତ୍ରିଲୋଚନଙ୍କ କ୍ଷତିପୂରଣ ପାଇଁ ଟାଟା ଷ୍ଟିଲର ପ୍ଳାଣ୍ଟର ପାଚେରୀ ସୀମା ରାସ୍ତା ତଥା ଗ୍ରାମ ମୁଣ୍ଡରେ ରାସ୍ତାକୁ ଅବରୋଧ କରିଥିଲେ । ଅବରୋଧ ସ୍ଥଳରେ କଣ୍ଟାବଣିଆ ପୁଲିସ ପହଁଚି ଗ୍ରାମବାସୀ ବୁଝାସୁଝା କରିବା ପରେ ଆନ୍ଦୋଳନ ପ୍ରତ୍ୟାହରୁତ ହୋଇଥିଲା ।

What’s your Reaction?
+1
0
+1
0
+1
0
+1
0
+1
0
+1
1
+1
1

Leave a Reply