ମୁଖ୍ୟ ଖବର ଜଣାଶୁଣା ଡାକ୍ତର ଲକ୍ଷ୍ମୀଧର ସାହୁଙ୍କ ପରଲୋକ Angul OnlineDecember 9, 2022December 9, 2022 ଅନୁଗୁଳ – ଅନୁଗୁଳର ଜଣାଶୁଣା ଡ଼ଃ ଲଷ୍ମୀ ଧର ସାହୁ ଙ୍କ ପରଲୋକ ହୋଇଛି । ଆଜି ସନ୍ଧ୍ୟା ସମୟରେ ହୃଦଘାତରେ ତାଙ୍କର ନିଧନ ହୋଇଯାଇଛି । ସେ ଜଣେ ଜଣା ଶୁଣା ସର୍ଜରୀ ବିଶେଷଜ୍ଞ ଭାବେ ଦୀର୍ଘ ବର୍ଷ ଧରି ଜିଲ୍ଲାରେ ବେଶ ସୁନାମ ଅର୍ଜନ କରିଥିଲେ । ଅନୁଗୁଳ ମୁଖ୍ୟଚିକିତ୍ସାଳୟରେ କାର୍ଯ୍ୟ କରିବା ସହ ଜେଲ ବିଭାଗରେ କିଛି ବର୍ଷ ଡାକ୍ତର ଭାବେ ସେବା ଦେଇଥିଲେ । କଟକ ସହର ରାଣୀହାଟର ମୂଳ ବାସିନ୍ଦା ଡ଼ଃ ସାହୁଙ୍କ ପିତା ମଧ୍ୟ ଜଣେ ସୁନାମ ଧନ୍ୟ ଡାକ୍ତର ଥିଲେ । ଜଣେ ଅତ୍ୟନ୍ତ ମେଳାପୀ, ଓ ଉତ୍ତମ ବ୍ୟବହାର ପାଇଁ ଡ଼ଃ ଲଷ୍ମୀଧର ସହରରେ ବେଶ ପରିଚିତ ଥିଲେ ।ତାଙ୍କ ବିୟୋଗରେ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । Advertisement
କୂଅରେ ପଡି ନାବାଳକ ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ଟାସରା ଗାଁରେ ଗାଧେଇବାକୁ ଯାଇ କୂଅରେ ପଡି ଜଣେ ନାବାଳକର ମୃତ୍ୟୁ ହୋଇଛି । ମୃତ ନାବାଳକ…
ଯୁବକଙ୍କୁ ଜିଅନ୍ତା ଜାଳିଦେଲେ – ପୋଲିସର ତଦନ୍ତ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଏକ ବୀଭତ୍ସ, ଅମାନୁଷିକ ଓ ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟି ଯାଇଛି । ଗାଁ ଦାଣ୍ଡରେ ସମ୍ପର୍କୀୟମାନେ ଯୁବକଙ୍କୁ ଜିଅନ୍ତା ଜାଳିଦେଲେ ।…
ଭିଜିଲାନ୍ସ ଜାଲରେ ମହିଳା ସରପଞ୍ଚ ଓ ତାଙ୍କ ସ୍ଵାମୀ – ଲାଞ୍ଚ ନେଉଥିବା ବେଳେ ଧରା ପଡିଲେ ଅନୁଗୁଳ – ଭିଜିଲାନ୍ସ ଜାଲରେ ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସୁଶୁବା ପଞ୍ଚାୟତ ସରପଞ୍ଚ ଓ ତାଙ୍କ ସ୍ୱାମୀ ଶିଶିର ସାମଲ । ଜଣେ ହିତାଧିକାରୀଙ୍କ “ମୋ…