ଅପରାଧ ଭୁଜାଲି ଓ ବନ୍ଧୁକ ଦେଖାଇ ଦୋକାନ ଲୁଟ – ସିସି ଟିଭରେ କଏଦ ଡକାୟତଙ୍କ ଆତଙ୍କରାଜ Angul OnlineDecember 12, 2022December 12, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ,ସଦର ଥାନା ଅନ୍ତର୍ଗତ କୁଇଓ ,ତାରିଣୀ ମନ୍ଦିର ନିକଟ ମା ସନ୍ତୋଷୀ ଭଣ୍ଡାର ଦୋକାନରୁ ୬ ଜଣ ମୁଖାଧରି ଡ଼କାୟତ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଲୁଟ କରିଛନ୍ତି । ଯାହାର ଦୃଶ୍ୟ ସିସି ଟିଭିରେ କଏଦ ହୋଇଛି । ସୁଚନା ଅନୁସାରେ ଗତ କାଲି ରାତି ୮ ଟା ସମୟରେ ଦୋକାନର ମାଲିକ ଅମର ସାହୁ ଓ ତାଙ୍କ ବାପା ଦୋକାନରେ ବସିଥିବା ବେଳେ ଦୁଇଟି ମୋଟରସାଇକେଲରେ ୬ ଜଣ ସଶସ୍ତ୍ର ଡକାୟତ ଆସି ହଠାତ୍ ଆକ୍ରମଣ କରିଥିଲେ । ଡକାୟତ ମାନଙ୍କ ପାଖରେ ଦୁଇଟି ମାଉଜର ଓ ୪ ଟି ଖଣ୍ଡା ଥିଲା। ସେମାନେ ଆକ୍ରମଣ କରିଥିବା ବେଳେ ଉଭୟ ବାପା ଓ ପୁଅ କିଛି ସମୟ ପାଇଁ ସେମାନଙ୍କ ସହ ଲଢ଼ିଥିଲେ । କିନ୍ତୁ ମାରଣାସ୍ତ୍ର ଓ ମାଉଜରକୁ ସେମାନେ ସାମ୍ନା କରିପାରିନଥିଲେ । ଡକାୟତ ମାନେ ଅମରଙ୍କ ବାପାଙ୍କୁ ଭୁଜାଲିରେ ଆକ୍ରମଣ କରିଥିବାରୁ ତାଙ୍କର ଗୋଡ଼ ଓ ପିଠି ଆଘାତ ଲାଗିଛି । ଏହାପରେ ଡକାୟତମାନେ ଦୋକାନରୁ ଆନୁମାନିକ ୬୦ ହଜାର ଟଙ୍କା ଓ କମ୍ପୁଟର ବୋହିନେଇ ପାଲାଇ ଯାଇଥିଲେ । ୪ ବର୍ଷ ପୂର୍ବରୁ ମଧ୍ୟ ତାଙ୍କର ଏହି ଦୋକାନରେ ଡକାୟତି ହୋଇଥିଲା । ଏ ନେଇ ଅମରଙ୍କ ବାପା ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସିସି ଟିଭି ଫୁଟେଜକୁ ଆଧାର କରି ପୋଲିସ ତଦନ୍ତ ଜାରି ରଖିଛି । https://angulonline.com/wp-content/uploads/2022/12/VID-20221212-WA0004.mp4 Advertisement
ବ୍ରାଉନସୁଗାର କାରବାର – କୋଶଳାରୁ ଟ୍ଵିନ ସିଟି କଟକ – କଟକ ଜିଲ୍ଲା ବାଙ୍କି ପୁଲିସ ଷ୍ଟେସନ ଅଧିନରେ ଥିବା ଅଂଶୁପା ହ୍ରଦ ନିକଟରୁ ଆଜି ଏସ ଟି ଏଫ କୁ ବଡ ଧରଣର ସଫଳତା…
ପୁଣି ଜିଲ୍ଲାରେ ନକଲି କାରଖାନା ଠାବ – ଏଥର ପାଟି ସୁଆଦ ଚିପସ ଆଉ କୁରକୁରେ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଗତ କିଛିଦିନ ତଳେ ନକଲି ଖାଇବା ତେଲ ଓ ପରେ ପରେ ନକଲି ଅଟା ଓ ହଳଦୀ କାରାଖାନା ଠାବ ହୋଇଥିଲା…
ପଥରରେ ଛେଚି ଯୁବକଙ୍କୁ ହତ୍ୟା ଉଦ୍ୟମ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ପିପଳବାହାଳ ଗ୍ରାମର ଜଣେ ଯୁବକ ଦୋଳମଣ୍ଡପ ପଡିଆ ନିକଟସ୍ଥ କୋଠଘରେ ଶୋଇଥିବା ବେଳେ ତାଙ୍କୁ ପଥରରେ ଛେଚି ହତ୍ୟା…