ରଙ୍ଗ ନମ୍ବରରୁ ବିବିାହିତା ମହିଳାଙ୍କ ପ୍ରେମ – ଆଉ ପ୍ରତାରଣା ଅଭିଯୋଗରେ ପ୍ରେମିକ ଘର ଆଗରେ ଧାରଣା

ଛେଣ୍ଡିପଦା ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଗୋହିରାପଶି ଗ୍ରାମରେ ପ୍ରେମିକ ଘର ଆଗରେ ନିଜର ୩ ବର୍ଷର ପୁଅକୁ ଧରି ଗର୍ଭବତୀ ମା ଧାରଣାରେ ବସିଛନ୍ତି । ଘଟଣାରୁ ପ୍ରକାଶ ହଣ୍ଡପା ଥାନା ଅଞ୍ଚଳର ଜଣେ ୩୦ ବର୍ଷିୟ ମହିଳାଙ୍କର କହିବାନୁଯାୟୀ ସେ ଛେଣ୍ଡିପଦା ଥାନା ଗୋହିରାପଶି ଗ୍ରାମର ଆକୁଳ ଖିଲାରଙ୍କ ବଡ ପୁଅ ସ୍ୱାଧୀନଙ୍କ ସହିତ ୪ ବର୍ଷ ପୂର୍ବେ ରଙ୍ଗ୍ ନମ୍ବରରେ ଫୋନ କରି କଥା ହୋଇଥିଲେ । ଏହା ପରେ ସ୍ୱାଧୀନ ବାରମ୍ବାର ଉକ୍ତ ମହିଳାଙ୍କୁ ଫୋନ୍ କରିବା ସହିତ ପ୍ରେମ ସଂପର୍କ ସ୍ଥାପନ କରିଥିଲେ । ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ଘରେ ଥିବା ବେଳେ ସ୍ୱାଧୀନ ନିଜକୁ ମହିଳାଙ୍କ ସଂପର୍କୀୟ ଭାଇ ବୋଲି ପରିଚୟ ଦେଇ ଯିବା ଆସିବା କରିବା ସହି ଅନୈତିକ ସମ୍ପର୍କ ରଖି ଥିଲା । ମହିଳାଙ୍କ ସହିତ ଅନୈତିକ ସମ୍ପର୍କ ରଖିବା ସମୟରେ ପ୍ରାୟ ୩ ଥର ଉଭୟ ମହିଳାଙ୍କ ପରିବାର ଲୋକଙ୍କ ନଜରରେ ଧରା ପଡିବା ସହ ଗାଁରେ ମଧ୍ୟ ବୈଠକ ହୋଇଥିଲା । ବୈଠକରେ ମହିଳାଙ୍କ ବାପ ଘରକୁ ଡାକି ମହିଳାଙ୍କ ଅନୈତିକ ସମ୍ପର୍କରେ ତାଙ୍କ ବାପାଙ୍କୁ ଅବଗତ କରାଯିବା ପରେ ମହିଳାଙ୍କ ବାପା ଝିଅର ଅନ୍ୟ ଜଣେ ଜାତିର ପୁଅ ସହିତ ସମ୍ପର୍କ ଥିବା ଜଣିବା ସହିତ ଝିଅକୁ ତୈଜ କରି ଦେଇଥିଲେ । ଅନ୍ୟ ପକ୍ଷରେ ମହିଳା ଜଣକ ଉକ୍ତ ଯୁବକ ସହିତ ଅନୈତିକ ସଂପର୍କ ରଖି ମହିଳା ଜଣକ ୩ ମାସ ଗର୍ଭବତୀ ହେବା ଜାଣିବା ପରେ ମହିଳାଙ୍କ ସ୍ୱାମୀ ତାଙ୍କୁ ଗତ ୧୭ ତାରିଖ ଦିନ ଘରୁ ବାହାର କରି ଦେଇଥିଲେ । ମହିଳାଙ୍କୁ ତାଙ୍କ ସ୍ୱାମୀ ଘରୁ ବାହାର କରିଦେବା ପରେ ସ୍ୱାଧୀନ ମହିଳା ଏବଂ ତାଙ୍କ ୩ ବର୍ଷର ପୁଅକୁ ଧରି ଦଶପଲା ଠାରେ ଥିବା ତାଙ୍କର ସମ୍ପର୍କୀୟ ଭଉଣୀଙ୍କ ଘରେ ୭ ଦିନ ରହିଥିଲେ । ଏହାପରେ ପ୍ରେମିକ ମହିଳାଙ୍କୁ ଧରି ଜରପଡା ଚାଲିଆସି ଥିଲେ । ସେଠାରେ ସ୍ୱାଧୀନ ନିଜ ଭଉଣୀ ଘର କହି ମହିଳାଙ୍କୁ ୨ ଦିନ ରଖିବା ପରେ ଗତ ବୁଧବାର ସଂଧ୍ୟାରେ ଛେଣ୍ଡିପଦା ଆସିଥିଲେ । ସେଠାରେ ସ୍ୱାଧୀନ ମହିଳାଙ୍କୁ ଏକୁଟିଆ ଛାଡି ଫେରାର ହୋଇଯାଇଥିଲେ । ମହିଳା ଜଣକ ସେହି ରାତିରେ ଛୋଟ ପୁଅକୁ ଧରି ଶୀତ କାକରରେ ଛେଣ୍ଡିପଦା ଯାତ୍ରୀ ବିଶ୍ରାମାଗାରରେ ରାତ୍ରୀଯାପନ କରିଥିଲେ । ଗୁରୁବାର ସକାଳୁ ଗର୍ଭବତୀ ଥିବା ମହିଳା ଜଣକ ତାଙ୍କ ୩ବର୍ଷର ପୁଅକୁ ସାଙ୍ଗରେ ଧରି ଗୋହିରାପଶି ଗ୍ରାମକୁ ଆସି ପ୍ରେମିକ ସ୍ୱାଧୀନର ଘର ଆଗରେ ନଖାଇ ନପିଇ ଧାରଣାରେ ବସି ରହିଛନ୍ତି ଖବର ଲେଖା ଯିବା ସୁଦ୍ଧା ମହିଳା ଜଣକ ସ୍ୱାଧୀନର ଘର ଆଗରେ ଧାରଣାରେ ବସି ରହିଥିବା ବେଳେ ସ୍ୱାଧୀନ ଏବଂ ତାଙ୍କ ପରିବାର ଲୋକ ଘର ତାଲା ପକାଇ ଫେରାର ହୋଇଯାଇଛନ୍ତି । ଏ ନେଇ ଛେଣ୍ଡିପଦା ଥାନାରେ କୈାଣସି ଅଭିଯୋଗ ହୋଇ ନଥିବା ପୋଲିସ ସୂତ୍ରରୁ ଜଣାପଡିଛି ।

Advertisement

Leave a Reply

Your email address will not be published. Required fields are marked *