ବାଣିଜ୍ୟ ଅନୁଗୁଳରେ ଆରମ୍ଭ ହେବ ପ୍ରଗତି କ୍ୟାବ ସେବା Angul OnlineDecember 13, 2022December 13, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ପ୍ରଗତି କ୍ୟାବ ସେବା ଆରମ୍ଭ ହେବାକୁ ଯାଉଛି । କମ୍ ଖର୍ଚ୍ଚ , ସହଜ , ସୁରକ୍ଷିତ ଓ ସରଳ ଯାତାୟାତ ନିମନ୍ତେ ଅନୁଗୁଳରେ ପ୍ରଗତୀ କେବ୍ ସର୍ଭିସ କାର୍ଯ୍ୟ କରିବ । ଓଡ଼ିଶାର ବଡ ବଡ ସହର ଗୁଡିକରେ ବିଶେଷ କରି ଭୁବନେଶ୍ୱର ଓ କଟକରେ ଏ ସୁବିଧା ଉପଲବ୍ଧ ରହିଥିବା ବେଳେ ଅନ୍ୟ ଜିଲ୍ଲା ବା ଛୋଟ ସହର ଓ ଗ୍ରାମାଞ୍ଚଳରେ ଏହି ସୁବିଧା ନଥିବା କାରଣରୁ ଏହାର ସୁବିଧା ସୁଯୋଗ ନେବା ନିମନ୍ତେ ବର୍ତ୍ତମାନ ଅନୁଗୁଳରେ ଆରମ୍ଭ ହେବାକୁ ଯାଉଛି କେବ୍ ସର୍ଭିସ୍ । ଯାହାକି ଆନୁଷ୍ଠାନିକ ଭାବେ ଆଜି ସୁସୁଡା ସ୍ଥିତ କଲ୍ୟାଣ ମଣ୍ଡପରେ ଉଦଘାଟନ ହୋଇଯାଇଛି । ଏହି ଉଦଘାଟନି ଉତ୍ସବରେ ସମ୍ମାନୀତ ଅତିଥି ଭାବେ ଅନୁଗୁଳର ପୂର୍ବତନ ନଗରପାଳ ଶକ୍ତି ପ୍ରସାଦ ପଟ୍ଟନାୟକ , ବରିଷ୍ଠ ବିଜେପି ନେତା ପ୍ରତାପ ପ୍ରଧାନ , ଗଣେଶ ଟେଣ୍ଟ ହାଉସର ମୁଖ୍ୟ ଗଣେଶ୍ବର ମିଶ୍ର , ପ୍ରଗତୀ କେବ୍ ସର୍ଭିସ୍ ରାଷ୍ଟ୍ରୀୟ ସିଇଓ ରାଧାକୃଷ୍ଣ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ସହର ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଯେ କୌଣସି ଯାଗାରେ ସ୍ମାର୍ଟ ଫୋନ ବ୍ୟବହାର କରୁଥିବା ବ୍ୟକ୍ତି ଏହି କେବ୍ ସର୍ଭିସ୍ ସେବା ପାଇ ପାରିବେ ବୋଲି ଅନୁଗୁଳ ପ୍ରଗତୀ କେବ୍ ସର୍ଭିସ୍ ମୁଖ୍ୟ ପଙ୍କଜ ମିଶ୍ର ପ୍ରକାଶ କରିଛନ୍ତି । ଏହାର ବ୍ୟବହାର ନିମନ୍ତେ ପଳେ ଷ୍ଟୋରରୁ pragati cab ଆପ୍ ଡାଉନଲୋଡ୍ କରି ସେଥିରୁ ଏହି ସେବାର ସୁଯୋଗ ନେଇପାରିବା ସହିତ 9777066371 , 7008542355 ଫୋନ୍ ନମ୍ବର ମାଧ୍ୟମରେ ମଧ୍ୟ ବୁକ୍ କରିପାରିବେ ବୋଲି ପଙ୍କଜ ମିଶ୍ର କହିଛନ୍ତି । ଏହି କାର୍ଯ୍ୟକ୍ରମକୁ ପତଞ୍ଜଳି ଯୋଗ ସମିତି ସଭାପତି ଅଭୟ ରାୟ ପରିଚାଳନା କରିଥିବା ବେଳେ ବିଜୟ ମିଶ୍ର ଉପସ୍ଥିତ ଗାଡି ମାଲିକ ଓ ଚାଳକ ମାନଙ୍କୁ କେବ୍ ସମ୍ପର୍କରେ ପ୍ରୋଜେକ୍ଟର ସାହାଯ୍ୟରେ ଅବଗତ କରାଇଥିଲେ । କାର୍ଯ୍ୟକ୍ରମକୁ ପର୍ଶୁରାମ ଦାଶ ଓ ଉତ୍ତାନୁପାଦ ମହାପାତ୍ର ସହଯୋଗ କରିଥିବା ବେଳେ ଗଣେଶ ଟେଣ୍ଟ ହାଉସ୍ ପପ୍ରୋପାଇଟର୍ ମନୋଜ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । Advertisement
ଜିନ୍ଦଲ ପାୱାରକୁ ଗାରେ ପାଲମା 4/1 ଖଣି ପାଇଁ ସଫଳ ବିଡର ଭାବରେ କୋଇଲା ମନ୍ତ୍ରଣାଳୟର ଘୋଷଣା ରାୟପୁର/ଭୁବନେଶ୍ୱର – ଶିଳ୍ପପତି ଶ୍ରୀ ନବୀନ ଜିନ୍ଦଲଙ୍କ ନେତୃତ୍ୱାଧୀନ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ)ର ସହାୟକ କମ୍ପାନୀ ଜିନ୍ଦଲ ପାୱାର ଲିମିଟେଡ (ଜେପିଏଲ)କୁ କୋଇଲା…
ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ମିଶନ ଜିରୋ ହଙ୍ଗର ଏଣ୍ଡ ଆଜୀବିକା କାର୍ଯ୍ୟକ୍ରମ ସିଏସଆର ଟାଇମ୍ସ ପୁରସ୍କାରରେ ସମ୍ମାନିତ ଭୁବନେଶ୍ଵର – ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର (ଜେଏସପି) ନିଜର ଉଲ୍ଲେଖନୀୟ କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ ପଦକ୍ଷେପ ପାଇଁ ଦୁଇଟି ପୃଥକ ବର୍ଗରେ…
ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରକୁ ସିଏସଆର ଏଣ୍ଡ ସଷ୍ଟେନେବିଲିଟି ପୁରସ୍କାର ଭୁବନେଶ୍ୱର – ସିଏସଆର କାର୍ଯ୍ୟକ୍ରମରେ ଜଳ ସଂରକ୍ଷଣ ଏବଂ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)କୁ ସିଏସଆର ଏଣ୍ଡ ସଷ୍ଟେନେବିଲିଟି…