ମୁଖ୍ୟ ଖବର ସ୍ଵାମୀ ଘର ସମ୍ମୁଖରେ ସ୍ତ୍ରୀର ଧାରଣା Angul OnlineDecember 13, 2022December 13, 2022 ବଅଁରପାଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ସାମନ୍ତ ସାହିର ଦିଗାମ୍ବର ବାରିକଙ୍କ ପୁଅ ମାନସ ବାରିକଙ୍କ ଘର ସମ୍ମୁଖରେ ସ୍ତ୍ରୀ ଜୋସ୍ନା ସାହୁ ଧାରଣା ରେ ବସିଛନ୍ତି । ଜୋସ୍ନା ସାହୁ ଅଭିଯୋଗ କରିଛନ୍ତି ଯେ, ସେ ଏବଂ ମାନସ ବାରିକ ପରସ୍ପର ଭଲ ପାଉଥିଲେ । ପରେ ଉଭୟ କୋର୍ଟରେ ବିବାହ ମଧ୍ୟ କରିଥିଲେ । କିଛି ଦିନ ଭଡ଼ା ଘରେ ରହିଥିଲେ । ତାର କିଛି ଦିନ ପରେ ମାନସ ଜୋସ୍ନାଙ୍କୁ ଭଡା ଘରେ ଛାଡ଼ି ଚାଲିଯାଇଥିଲେ । ଜୋସ୍ନା ମାନସଙ୍କୁ ଚାରି ଆଡେ ଖୋଜାଖୋଜି କରିଥିଲା । ତା ପରେ ଅନୁଗୁଳ ଟାଉନ୍ ଥାନାରେ ଜୋସ୍ନା ଲିଖିତ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ପରେ ଜୋସ୍ନାଙ୍କୁ ଶ୍ୱଶୁର ଘର ଲୋକେ ବୋହୁର ମାନ୍ୟତା ଦେଇ ଘରକୁ ନେଇଥିଲେ । କିଛି ଦିନ ହେଲା ଜୋସ୍ନାଙ୍କୁ ଶ୍ୱଶୁର ଘର ଲୋକେ ମାଡ଼ମାରି ଘରୁ ବାହାର କରି ଦେଇଥିଲେ । କୌଣସି ଉପାୟ ନ ପାଇଁ ଟାଉନ୍ ଥାନାରେ ପୁଣି ଥରେ ଅଭିଯୋଗ କରିଥିଲେ । କୌଣସି ସୁଫଳ ନ ମିଳିବାରୁ ମାନସଙ୍କ ଘର ସମ୍ମୁଖରେ ଧାରଣା ଦେଇଥାନ୍ତି ଜୋସ୍ନା । Advertisement
ମଣ୍ଡପ ଉପରେ ବିଭତ୍ସ ହତ୍ୟା ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଜରପଡା ଥାନା ଦୁର୍ଗାପୁର ଛକ ନିକଟରେ ଥିବା ମଣ୍ଡପରୁ ଏକ ରକ୍ତ ଜୁଡୁବୁଡୁ ମୃତ୍ୟୁ ଦେହ ଉଦ୍ଧାର । ମୃତକ ଜଣକ…
ବସରେ ଘରକୁ ଯାଉଥିବା ବେଳେ ଉଡିଗଲା ପ୍ରାଣବାୟୁ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ଦେଇ ଯାଉଥିବା ଏକ ଯାତ୍ରୀ ବାହୀ ବସରେ ଯାଉଥିବା ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ…
ଜବରଦଖଲ ହୋଇଥିବା ହଜାରେ ଏକର ଜମି ଫେରିବ ସରକାରୀ ଖାତାକୁ ଅନୁଗୁଳ – ଜିଲ୍ଲାର ଅଧିକାଂଶ ସରକାରୀ ଜମି ଏବେ ଜବରଦଖଲକାରିଙ୍କ କବଜାରେ । ଶିଳ୍ପ ସମୃଦ୍ଧ ଅନୁଗୁଳ ଜିଲ୍ଲାର ମୂଲ୍ୟବାନ ସରକାରୀ ଜମି ମଧ୍ୟରୁ କିଛି ଅଂଶକୁ…