ଅପରାଧ ନ୍ୟାୟ ପାଇଁ ପ୍ରେମିକ ଘର ଆଗରେ ଧାରଣାରେ ମହିଳା Angul OnlineDecember 15, 2022December 15, 2022 କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଥାନା ଅନ୍ତର୍ଗତ ଭାଲିଆବେଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଭାଲିଆବେଡା ଗ୍ରାମର ୩୫ ବର୍ଷିୟା ବିବାହିତା ମହିଳା ମିତାରାଣୀ ସାହୁ ଆଜକୁ ପ୍ରାୟ ଉଣେଇଶି ବର୍ଷ ପୂର୍ବରୁ ନିଜ ଗ୍ରାମରେ ବୈଦିକ ରୀତିରେ ଭୁବୁନି ସାହୁଙ୍କୁ ବିବାହ କରିଥିଲେ । ସ୍ୱାମୀ ସ୍ତ୍ରୀ ପୁଅ ଓ ଝିଅ ସହ ଖୁବ୍ ଖୁସିରେ ଚାଲିଥିଲା ମିତାରାଣୀ ସାହୁ ଙ୍କ ପରିବାର । ତାଙ୍କର ହସ ଖୁସିର ସଂସାରରେ ହଠାତ୍ କଳା ବାଦଲ ହୋଇ ଚାଲି ଆସନ୍ତି ଭାଲିଆବେଡା ଗାଁ ର ୪୦ ବର୍ଷିୟ ବିବାହିତ ଯୁବକ ଶୁକାନ୍ତ ସାହୁ । ମିତାରାଣୀଙ୍କ ଅଭିଯୋଗ ଅନୁସାରେ ମେ’ ମାସ ସାତ ତାରିଖ ରାତିରେ ମିତାରାଣୀ ବାହାରକୁ ଶୌଚ ପାଇଁ ଆସିଥିବା ବେଳେ ଘର ବାହାରେ ଥିବା ସୁକାନ୍ତ ତାଙ୍କୁ ଉଠେଇ ନେଇଥିଲା । ଏକ କାର୍ ଯୋଗେ ଭୁବନେଶ୍ବର ନେଇ ଯାଇଥିଲେ ଡୁମୁଡୁମା ଅଞ୍ଚଳରେ ଭଡାଘର ନେଇ ଛଅ ମାସ ଧରି ବାରମ୍ବାର ଶାରୀରିକ ସଂପର୍କ ରଖିଥିଲେ । ଗତ ନଭେମ୍ବର ମାସ ଦଶ ତାରିଖ ମିତାରାଣୀଙ୍କୁ ମାଡ ମାରି ବେହୋସ୍ କରି ସେଠାରୁ ଛାଡି ଚାଲି ଆସିଥିଲେ ଶୁକାନ୍ତ । ଚେତା ଫେରିବା ପରେ ଘର ଭିତରେ କେହି ଚିତ୍କାର କରୁଥିବା ଶୁଣି ଘର ମାଲିକ ଓ ପଡୋଶୀ ଯୁବକଙ୍କ ଦ୍ଵାରା ଉଦ୍ଧାର ହେବା ପରେ ସେ ତାଙ୍କ ସହ ଘଟିଥିବା ସମସ୍ତ ଘଟଣା କହିଥିଲେ । ଏବଂ ସେହି ବ୍ୟକ୍ତି ଜଣକ ମିତାରାଣୀଙ୍କୁ ତାଙ୍କ କରଡ଼ାଖମଣ ଗାଁ ରେ ରହୁଥିବା ଦାଦାଙ୍କ ଘରେ ଆଣି ଛାଡି ଯାଇଥିଲେ । ମିତାରାଣୀ ୩ ନଭେମ୍ବର ଦିନ ଏ ଘଟଣାକୁ ନେଇ ରେଙ୍ଗାଳି ଥାନା ରେ ଏକ ଲିଖିତ ଅଭିଯୋଗ କରିବା ପରେ ରେଙ୍ଗାଳି ପୋଲିସ ଏକ କେସ୍ ରୁଜୁ କରି ଫେରାର୍ ଥିବା ଶୁକାନ୍ତକୁ ଧରିବା ପାଇଁ ତଦନ୍ତ ଜାରି ରଖିଛି । ଏହି ଘଟଣା ଅଭିଯୋଗର ଏକ ମାସ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତ ଶୁକାନ୍ତର କୌଣସି ପତ୍ତା ପୁଲିସ ପାଉନି । ଶୁକାନ୍ତ ଫେରାର ଥିବାବେଳେ ଅଭିଯୁକ୍ତକୁ ଗିରଫ କରାଯିବା ପାଇଁ ଦାବିକରି ପାଞ୍ଚ ଦିନ ହେଲା ଶୁକାନ୍ତ ଙ୍କ ଘର ଆଗରେ ଧାରଣାରେ ବସିଛନ୍ତି ମିତାରାଣି । ସେପଟେ ଏ ନେଇ ପୁଲିସର ପ୍ରତିକ୍ରିୟା ମିଳି ପାରି ନାହିଁ । Advertisement
ବିପୁଳ ପରିମାଣର ମଦ ଓ ଡିଜେଲ ଓ ଗୁଟଖା ଜବତ ଅନୁଗୁଳ – ଅନୁଗୁଳ ଜିଲା ନିଶା ଶିଳ୍ପାଞ୍ଚଳ ଥାନା ପିତାବଳି ଛକରେ ଆଜି (ମଙ୍ଗଳବାର ) ସ୍ପେସିଆଲ ସ୍କ୍ବାର୍ଡର ଟିମ ଚଢାଉ କରି ବିପୁଳ ପରିମାଣର ବିଦେଶୀ…
ଡିଜେଲ ଚୋରକୁ ବାନ୍ଧି ନିର୍ଧୂମ ଛେଚିଲେ ଲୋକ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଖଣି ଅଞ୍ଚଳରେ ଛିଡା ହେଉଥିବା ଟ୍ରକ ଗୁଡିକରୁ ବାରମ୍ବାର ଡିଜେଲ , ବ୍ୟାଟେରୀ , କିମ୍ବା ଅନ୍ୟ ଯନ୍ତ୍ରାଂଶ ଅନେକ…
ନାବାଳିକା ଦୁଷ୍କର୍ମକାରୀକୁ ସଶ୍ରମ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜୋରିମାନା ଅନୁଗୁଳ – ଜଣେ ନାବାଳିକାକଙ୍କୁ ଦୁଷ୍କର୍ମ କରିବା ସହ ତାଙ୍କୁ ହତ୍ୟା କରିବାକୁ ଧମକ ଦେବା ମାମଲାରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଅଦାଲତ। ଅଭିଯୁକ୍ତ ଜରପଡ଼ା…