ମୁଖ୍ୟ ଖବର ତାଳଚେର ଏସ.ଡି.ପି.ଓ. ହେଲେ ଗଜପତି ଏସ.ପି. Angul OnlineDecember 19, 2022December 19, 2022 ଭୁବନେଶ୍ୱର – ଅନୁଗୁଳ ଜିଲ୍ଲା ତାଳଚେର ଏସ.ଡି.ପି.ଓ ଭାବେ କାର୍ଯ୍ୟରତ ସ୍ୱାଥି ଏସ କୁମାରଙ୍କୁ ଗଜପତି ଜିଲ୍ଲାର ପୋଲିସ ଅଧୀକ୍ଷକ ଭାବରେ ନିଯୁକ୍ତ କରା ଯାଇଛି । ସୋମବାର ଓଡ଼ିଶା ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ଅନୁଗୁଳ ଜିଲ୍ଲାର ତାଲଚେରରେ ସବ୍ ଡିଭିଜନାଲ ପୋଲିସ୍ (ଏସଡିପିଓ) ଭାବରେ କାର୍ଯ୍ୟ କରୁଥିବା ସ୍ୱାଥୀଙ୍କୁ ଗଜପତି ଏସପି ଭାବରେ ନିଯୁକ୍ତ କରାଯାଇଛି। ସେ ଜଣେ ୨୦୧୭ ବ୍ୟାଚ୍ ଆଇପିଏସ୍ ଅଧିକାରୀ । ତାଳଚେର ଅଞ୍ଚଳରେ କାର୍ଯ୍ୟରତ ବେଳେ ସେ ଡକାୟତି , ଚୋରି ଗ୍ୟାଙ୍ଗକୁ ଧରିବାରେ ସଫଳ ହେବା ସହ ବହୁଳ ପରିମାଣର କଫସିରପ ଜବତ କରିବାରେ ତାଙ୍କର ବେଶ ଭୂମିକା ଥିଲା । Advertisement
ହାତୀ ଆକ୍ରମଣରେ ଜଣେ ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲାରେ ହାତୀ ଆକ୍ରମଣରେ ପୁଣି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ବନ୍ତଳା , ମହିଧରପଡାର ଗଣେଶ୍ୱର ବେହେରା । ହାତୀ…
ଓକିଲଙ୍କୁ ମାଡ଼ ମାରିଲେ ମହିଳା – ଯୌତୁକ ସାମଗ୍ରୀ ଫେରାଇ ଆଣିବାକୁ ଯାଇଥିଲେ ଛେଣ୍ଡିପଦା – ଅନୁଗୁଳ ଜିଲା ଛେଣ୍ଡିପଦା ଥାନା ବରପଦା ଗ୍ରାମର ରୋଜାଲି ଦେହୁରୀ ୭ ବର୍ଷ ତଳେ କୁକୁରପେଟା ଗ୍ରାମର ଅନିଲ କୁମାର ସାହୁଙ୍କୁ ବିବାହ କରିଥିଲେ…
ବିଧାୟକଙ୍କ ଘରେ ଅଚିହ୍ନା ଯୁବତୀ, ରାତିସାରା ହଟହଟା ଅନୁଗୁଳ- ରାତି ଅଧରେ ରଙ୍ଗବତୀଙ୍କୁ ନେଇ ଜିଲ୍ଲାର ରାଜନୈତିକ ମହଲରେ ଆଲୋଚନା ପର୍ଯ୍ୟାଲୋଚନା ଜାରୀ ରହିଛି । ଅନୁଗୁଳ ଜିଲ୍ଲାର ଜଣେ ବିଧାୟକଙ୍କ କାର୍ନାମାକୁ ନେଇ ଚର୍ଚ୍ଚା…