ମୁଖ୍ୟ ଖବର ଟ୍ରକ ଧକ୍କାରେ ଦୁଇ ମୃତ Angul OnlineDecember 21, 2022December 21, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପଵିତ୍ରମୋହନ ଛକ ନିକଟରେ ଦୁର୍ଘଟଣା । ଟ୍ରକ ଧକ୍କାରେ ଦୁଇ ମୋଟରସାଇକେଲ ଆରୋହି ମୃତ । ମୃତକ ମଧ୍ୟରୁ ଜଣେ ପରଜଙ୍ଗ ଖାଲପାଳ ଅଞ୍ଚଳର ଭାଗିରଥି ମହାନ୍ତି ହୋଇଥିବା ବେଳେ ଅନ୍ୟ ଜଣଙ୍କର ପରିଚୟ ଅସ୍ପଷ୍ଟ ରହିଛି । ତେବେ ଉଭୟ ବାଇକ ଯୋଗେ ତାଳଚେର ଅଞ୍ଚଳକୁ ଗାଡିର କିଛି ଯନ୍ତ୍ରାଂଶ କିଣିବାକୁ ଆସୁଥିବା ବେଳେ ପବିତ୍ରମୋହନ ଛକ ଠାରେ ତାଙ୍କୁ ଏକ କୋଇଲା ବୋଝେଇ ଟ୍ରକ ଧକ୍କା ଦେଇ ତାଙ୍କ ଉପରେ ଚଢ଼ି ଯିବା ଫଳରେ ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ହୋଇଥିଲା । ତେବେ ଦୁର୍ଘଟଣା ଘଟାଇ ଘଟଣାସ୍ଥଳରେ ଟ୍ରକକୁ ଛାଡି ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି । ଘଟଣାସ୍ଥଳରେ ମୃତକଙ୍କ ପରିବାର ଓ ସ୍ଥାନୀୟ ଲୋକ ପହଞ୍ଚି କ୍ଷତି ପୂରଣ ଦାବିରେ ଟାୟାର ଜାଳି ୪୯ ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ସହସହ ଗାଡି ମୋଟର ଅଟକି ରହିଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ତାଳଚେର ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା ଜାରୀରଖିଛି । Advertisement
ଜାତୀୟ ପତାକାକୁ ଅସମ୍ମାନ – ଛିଣ୍ଡା ପତାକା ବନ୍ଧା ହୋଇଛି ଖୁଣ୍ଟରେ ଅନୁଗୁଳ – ଅନୁଗୁଳ ରେଳ ଷ୍ଟେସନ ଠାରେ ଲାଗିଥିବା ବିଶାଳ ଜାତୀୟ ପତାକାକୁ ଅସମ୍ମାନ । ଜାତୀୟ ପତାକା ଛିଣ୍ଡା ଅବସ୍ଥାରେ ଥିବା ବେଳେ ଖୁଣ୍ଟର ତଳ…
ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଅଭୟାରଣ୍ୟ ଭିତରୁ ଉଦ୍ଧାର ଅନଗୁଳ – ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା କରଡାପଡା ଗ୍ରାମରୁ ଦାନ୍ତକାଠି ଆଣିବାକୁ ଯାଇ ଦୁଇ ଦିନ ତଳେ ନିଖୋଜ ହୋଇ ଯାଇଥିବା ଜଣେ ବ୍ୟକ୍ତିଙ୍କ ଗଳିତ…
ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପରିଷଦ ସଭ୍ୟାଙ୍କୁ ମାଡ଼ – ଦୁଇ ଗୋଷ୍ଠୀ ହତାହାତୀ ଅନୁଗୋଳ – ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜଣେ ଜିଲ୍ଲା ପରିଷଦ ସଭ୍ୟାଙ୍କୁ ମାଡ଼ ମାରିବା ଏବଂ ଉଭୟ ପକ୍ଷ ହାତାହାତୀ ହେବା ଘଟଣା ଚର୍ଚ୍ଚାର ବିଷୟ…