ଖେଳ ଓ ଖେଳାଳି କବାଡି ଚମ୍ପିୟାନସିପ ଆରମ୍ଭ Angul OnlineDecember 22, 2022December 22, 2022 ଅନୁଗୁଳ – ଅନୁଗୁଳରେ ଆୟୋଜନ ହୋଇଛି ରାଜ୍ୟ ସ୍ଥରୀୟ ୭୦ ତମ ସିନିୟର କବାଡି ଚମ୍ପିୟାନସିପ । ରାଜ୍ୟ କବାଡି ଆସୋସିଏସନ ଓ ଅନୁଗୁଳ ଜିଲା ପ୍ରଶାସନର ମିଳିତ ସହଯୋଗରେ ଏହି ଏହି ଚମ୍ପିୟାନସିପର ଆୟୋଜନ କରାଯାଇଛି । ରାଜ୍ୟର ବିଭିନ୍ନ ଜିଲାର ୩୨ ଟି ପୁରୁଷ ଓ ୨୪ ଟି ମହିଳା ଦଳର ପ୍ରାୟ ୯୧୦ ଜଣ ଖେଳାଳି ଏହି ପ୍ରତିଯୋଗିତାରେ ଭାଗ ନେଇଛନ୍ତି । ଉଭୟ ଲିଗ ଓ ନକ ଆଉଟ ପର୍ଯ୍ୟାୟରେ ମ୍ୟାଚ ଖେଳାଯିବ । ଏଠାରେ ଭଲ ପଦର୍ଶନ କରୁଥିବା ଖେଳାଳିଙ୍କୁ ଚୟନ କରାଯାଇ ମହାରାଷ୍ଟ୍ରର ଦିବାଙ୍ଗି ଠାରେ ହେବାକୁ ଥିବା ଜାତୀୟ ପ୍ରତିଯୋଗିତା ପାଇଁ ପଠା ଯିବ । ଆଜି ଆରମ୍ବ ହୋଇଥିବା ଏହି ଚମ୍ପିୟାନସିପ ପୂର୍ବରୁ ଶୈଳଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରଠାରୁ ସାଂସ୍କୃତିକ ଦଳ ମାନଙ୍କୁ ନେଇ କବାଡି ଚମ୍ପିୟାନସିପର ରାଲି ବାହାରି ଥିଲା । ଏହା ପରେ ସେଣ୍ଟ୍ରାଲ ଲଜ ଛକ ଦେଇ, ବଜାର ଛକ , ରାଜା ଛକ, ଥାନା ଛକ ଦେଇ ବିଜୁ ମଇଦାନରେ ପହଞ୍ଚିଥିଲା । ରାଲି ଏଠାରେ ପହଁଚିବା ପରେ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଓ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ଉଦଘାଟନ କରିଥିଲେ । ତିନିଦିନ ଚାଲିବ ଏହି ପ୍ରତିଯୋଗିତା । Advertisement
କଦମ ପଡିଆରେ ଖୁବ ଶୀଘ୍ର ଦୁଇଟି ପାଭିଲିଅନ – ପ୍ରତାପ ଅନୁଗୁଳ – ଅନୁଗୁଳ ଜିଲ୍ଲା କ୍ରିକେଟ ଆସୋସିଏସନ ର ସାଧାରଣ ପରିଷଦର ବୈଠକ କାର୍ଯ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି । ସଭାପତି ତଥା ଅନୁଗୁଳ ବିଧାୟକ ପ୍ରତାପ…
ଜିଲ୍ଲାରେ ହେବ ଦୁଇ ଇନଡୋର ଷ୍ଟାଡିୟମ – ଧନ୍ୟବାଦ ଦେଲେ ବ୍ରଜ ଅନୁଗୁଳ -(AO)- ଅନୁଗୁଳ ଜିଲ୍ଳାରେ ଦୁଇଟି ନୂଆଁ ଇନଡୋର ଷ୍ଟାଡିୟମ ନିର୍ମାଣ ହେବ । ରାଜ୍ୟର ବିଭିନ୍ନ ସ୍ଥାନରେ ୮୯ ଟି ଇନଡୋର ଷ୍ଟାଡିୟମ ନିର୍ମାଣ ପାଇଁ…
ଇଣ୍ଡିଆନ ଗ୍ରାଁ ପ୍ରି ୩ ଆଥଲେଟିକ୍ସରେ ଚମକିଲେ ଅନୁଗୁଳ ଆଥଲେଟ ଅନୁଗୁଳ – ବାଙ୍ଗାଲୁରର ଶ୍ରୀ କାନ୍ତିରାଭା ଷ୍ଟାଡିୟମରେ ଇଣ୍ଡିଆନ ଗ୍ରାଁ ପ୍ରି ୩ ଆଥଲେଟିକ୍ସ ଅନୁଷ୍ଠିତ ହେଉଛି । ଏଥିରେ ଓଡିଶା ରିଲାଏନ୍ସ ଫାଉଣ୍ଡେସନର ଆଥଲେଟମାନେ ପ୍ରଭାବୀ…