ରାଜନୀତି ବିଜେଡ଼ି ଆଭ୍ୟନ୍ତରୀଣ ବିବାଦ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡିଲାଣି Angul OnlineDecember 22, 2022December 22, 2022 ଅନୁଗୁଳ – ସାଧାରଣ ନିର୍ବାଚନ ପାଖେଇ ଆସୁଥିଉବା ବେଳ ବିଭିନ୍ନ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । କିନ୍ତୁ ଏହି ସମୟରେ ଜିଲ୍ଲାରେ ବାହାରିଛି ବିଜେଡି ଦଳର ଆଭ୍ୟନ୍ତରୀଣ ବିବାଦ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡିବା ଦେଖିବାକୁ ମିଳିଛି । ଡିଏମ୍ଏଫ୍ ପାଣ୍ଠିରୁ ବିଭିନ୍ନ ବିଦ୍ୟାଳୟର ଉନ୍ନତି ଲାଗି ଅନୁଦାନ ଦିଆଯାଇଥିଲାବେଳେ ଏହାର ଶିଳାନ୍ୟାସ ଓ ଠିକାଦାରୀକୁ ନେଇ ଢେଙ୍କାନାଳ ସାଂସଦ ଓ ଅନୁଗୁଳ ବିଧାୟକଙ୍କ ଗୋଷ୍ଠୀ ଭିତରେ ଟଣାଓଟରା ଚାଲିଛି । ସୂଚନା ଅନୁସାରେ, ଅନୁଗୁଳ ଓ ବଅଁରପାଳ ବ୍ଲକ୍ର ବିଭିନ୍ନ ବିଦ୍ୟାଳୟର ଉନ୍ନତୀକରଣ ପାଇଁ ଡିଏମଏଫ୍ ପାଣ୍ଠିରୁ ଅର୍ଥ ଯୋଗାଇ ଦିଆଯାଇଛି । ଅନୁଗୁଳ ବ୍ଳକ୍ରେ ୩୬ଟି ବିଦ୍ୟାଳୟ ଓ ବଅଁରପାଳ ବ୍ଲକ୍ରେ ୫୪ଟି ବିଦ୍ୟାଳୟର ଉନ୍ନତୀକରଣ କରାଯିବ । ଏହିସବୁ ବିଦ୍ୟାଳୟର କାମ ଆରମ୍ଭ ନେଇ ଏବେ ଶିଳାନ୍ୟାସ କରାଯାଉଛି । ଆଉ ଏହାକୁ ନେଇ ଅନୁଗୁଳ ବିଧାୟକ ତଥା ଉପବାଚସ୍ପତି ରଜନୀକାନ୍ତ ସିଂହ ଓ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ଗୋଷ୍ଠୀ ଭିତରେ ବିବାଦ ଆରମ୍ଭ ହୋଇଛି । ସୂଚନା ଅନୁସାରେ, ଡିଏମଏଫ୍ ପାଣ୍ଠିରୁ ନିର୍ମାଣ ହେବାକୁ ଥିବା ବିଦ୍ୟାଳୟ ଗୁଡ଼ିକରେ ତାଙ୍କ ସମର୍ଥକଙ୍କୁ କାମ ଦେବାପାଇଁ ସାଂସଦ ଶ୍ରୀ ସାହୁ ଅନୁଗୁଳ ଜିଲ୍ଲାପାଳଙ୍କୁ ଏକ ଚିଠି ଲେଖିଛନ୍ତି । ଏଥିରେ ଠିକାଦାରମାନଙ୍କ ନାମ ବି ଲେଖା ହୋଇଛି । ଅପରପକ୍ଷେ, ବିଧାୟକ ରଜନୀକାନ୍ତ ସିଂହଙ୍କ ସମର୍ଥକ ଏହାକୁ ଗ୍ରହଣ କରି ପାରିନାହାନ୍ତି । ଉଭୟ ଅନୁଗୁଳ ଓ ବଅଁରପାଳ ପଞ୍ଚାୟତ ସମିତିର ଅଧ୍ୟକ୍ଷ ହେଉଛନ୍ତି ବିଧାୟକଙ୍କ ଗୋଷ୍ଠୀର । ତେଣୁ ସେମାନଙ୍କୁ ନେଇ ବିଧାୟକ ଗୋଷ୍ଠୀ ଏହି ବିଦ୍ୟାଳୟର ଶିଳାନ୍ୟାସ କରୁଥିଲାବେଳେ ସାଂସଦ ଜିଲ୍ଲା ଯୁବ ବିଜେଡି ସଭାପତି ଦିନେଶ ପ୍ରଧାନଙ୍କୁ ନେଇ ବିଭିନ୍ନ ବିଦ୍ୟାଳୟର ଶିଳାନ୍ୟାସ କରୁଛନ୍ତି । ସ୍ଥିତି ଏମିତି ହେଉଛି ଯେ, ଗୋଟିଏ ବିଦ୍ୟାଳୟ ପାଇଁ ଦୁଇ ଦୁଇଥର ଶିଳାନ୍ୟାସ ହେବା ସହ ଫଳକ ପୋତାଯାଇଛି । ଗୋଟିଏ କାମକୁ ଗୋଟିଏ ଦଳର ଦୁଇ ନେତା ପୃଥକ୍ ପୃଥକ୍ ଭାବେ ଶିଳାନ୍ୟାସ କରିବା ବିଜେଡି କନ୍ଦଳକୁ ପଦାରେ ପକାଇଛି । ଅନୁଗୁଳ ବ୍ଳକ୍ ପୋକତୁଙ୍ଗା, କାଙ୍ଗୁଲା ଓ ଚମ୍ପତ୍ତିମୁଣ୍ଡାରେ ଏହି ଫଳକ ସ୍ଥାପନ ନେଇ ବିଧାୟକ ଓ ସାଂସଦ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଏପରିକି ଉଭୟ ଗୋଷ୍ଠୀ ଭିତରେ ହାତାହାତି ପର୍ଯ୍ୟନ୍ତ କଥା ଯାଇଛି । ଏପଟେ ବଅଁରପାଳ ବ୍ଲକ୍ ଗଡ଼ସନ୍ତ୍ରୀ ଓ ବଳରାମପ୍ରସାଦରେ ମଧ୍ୟ ସମାନ ଅବସ୍ଥା । ଗଡ଼ସନ୍ତ୍ରୀରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶିଳାନ୍ୟାସ କରିବାର କିଛିସମୟ ପରେ ସାଂସଦଙ୍କ ସମର୍ଥକ ଶିଳାନ୍ୟାସ କରିଥିଲେ । ବିଭିନ୍ନ ବିଦ୍ୟାଳୟର ଉନ୍ନତୀକରଣ କାମ ନେଇ ସାଂସଦ ଓ ବିଧାୟକଙ୍କ ଭିତରେ ଟଣାଓଟରା ଚାଲିଥିଲାବେଳେ ଏହିସବୁ କାମ କେମିତି ହେବ, ତାକୁ ନେଇ ସନ୍ଦେହ ପ୍ରକାଶ ପାଇଛି । ଏପଟେ ଏହି ବିବାଦ ଆଗକୁ ବିଜେଡିକୁ ଅଡ଼ୁଆରେ ପକାଇପାରେ ବୋଲି ଚର୍ଚ୍ଚା ହେଉଛି। Advertisement
ପୂର୍ବତନ ପୌରାଧ୍ୟକ୍ଷଙ୍କ ସମେତ ଅନେକ ବିରୋଧୀଙ୍କ ବିଜେଡ଼ିରେ ଯୋଗଦାନ ଅନୁଗୁଳ – ପୌରପାଳିକା ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡି ବିଜୁ ଯୁବ ଜନତା ଦଳରେ ଅନୁଗୁଳ ମ୍ୟୁନିସିପାଲିଟିର ପୂର୍ବତନ ଅଧ୍ୟକ୍ଷ ତଥା କଂଗ୍ରେସ ନେତା ଅକ୍ଷୟ ସାମନ୍ତ…
କଂଗ୍ରେସରେ କଉଠି କିଏ ହେବ ପ୍ରାର୍ଥୀ ତାକୁ ନେଇ ସରୁନି ଦ୍ଵନ୍ଦ ଅନୁଗୁଳ – ବିଜେଡି ଲୋକସଭା ସହ କିଛି ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରି ସାରିଲାଣି । ବିଜେପି ମଧ୍ୟ ଏହି ଦୌଡରେ ଆଗରେ ରହି…
ଦିନେଶ ପ୍ରଧାନଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଗୁରୁତ୍ତ୍ବପୂର୍ଣ ଦାୟିତ୍ୱ ଅନୁଗୁଳ – ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦିନେଶ ପ୍ରଧାନଙ୍କୁ ଓଡିଶା ସରକାରଙ୍କ ଗୁରୁତ୍ତ୍ୱପୂର୍ଣ୍ଣ ପଞ୍ଚାୟତିରାଜ ଓ ପାନୀୟ…