କେନ୍ଦ୍ର କୋଇଲା ସଚିବ ଏବଂ କୋଲ ଇଣ୍ଡିଆ ଅଧ୍ୟକ୍ଷଙ୍କ ଜିନ୍ଦଲ ଷ୍ଟିଲ ପ୍ଲାଣ୍ଟ ପରିଦର୍ଶନ

କେନ୍ଦ୍ର କୋଇଲା ସଚିବ ଏବଂ କୋଲ ଇଣ୍ଡିଆ ଅଧ୍ୟକ୍ଷଙ୍କ ଜିନ୍ଦଲ ଷ୍ଟିଲ ପ୍ଲାଣ୍ଟ ପରିଦର୍ଶନ

ଅନୁଗୁଳ – କେନ୍ଦ୍ର କୋଇଲା ସଚିବ ଶ୍ରୀଯୁକ୍ତ ଅମ୍ରିତ ଲାଲ ମୀନା ଏବଂ କୋଲ ଇଣ୍ଡିଆ ଲିମିଟେଡ଼ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରମୋଦ ଅଗ୍ରୱାଲ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)ର କୋଲ୍ ଗ୍ୟାସିଫିକେସନ ପ୍ଲାଣ୍ଟ (ସିଜିପି) ପରିଦର୍ଶନ କରିଥିଲେ ।  ଏହି ଅବସରରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ ଷ୍ଟିଲ ନିର୍ମାଣରେ ବିଶ୍ୱର ପ୍ରଥମ ତଥା ବୃହତ୍ତମ କୋଲ ଗ୍ୟାସିଫିକେସନ ପ୍ଲାଣ୍ଟ (ସିଜିପି)କୁ ଶ୍ରୀଯୁକ୍ତ ଅମ୍ରିତ ଲାଲ ମୀନା ଓ ଶ୍ରୀଯୁକ୍ତ ପ୍ରମୋଦ ଅଗ୍ରୱାଲଙ୍କୁ ସ୍ୱାଗତ କରାଯାଇଥିଲା । ଏହି ଅବସରରେ ଜେଏସପି ପକ୍ଷରୁ କରାଯାଇଥିବା ଏକ ଟ୍ୱିଟରେ କୁହାଯାଇଛି ଯେ, କୋଲ ଗ୍ୟାସିଫିକେସନ ହେଉଛି କୋଇଲାର ଭବିଷ୍ୟତ । ଶକ୍ତି ଉତ୍ସ କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରଶୀଳ କରାଇବା ସହିତ ଆମଦାନୀର ବିକଳ୍ପ ଭାବେ ଏହା ସହାୟତା କରିବ । ଏହା ସହିତ କେନ୍ଦ୍ର କୋଇଲା ସଚିବ ଏବଂ କୋଲ ଇଣ୍ଡିଆର ଅଧ୍ୟକ୍ଷଙ୍କ ଜେଏସପି ଗସ୍ତ ଆମ ସମସ୍ତଙ୍କ ପାଇଁ ପ୍ରେରଣା ଯୋଗାଇବ ବୋଲି ପ୍ରକାଶ କରାଯାଇ ଅଛି ।ଜେଏସପି ଅନୁଗୁଳ ପ୍ଲାଣ୍ଟରେ ଅବସ୍ଥିତ ୨,୨୫,୦୦୦ Nm3 / h କ୍ଷମତା ବିଶିଷ୍ଠ ଏହି ସିଜିପି ଇସ୍ପାତ ତିଆରି କ୍ଷେତ୍ରରେ ବିଶ୍ୱର ପ୍ରଥମ ତଥା ବୃହତ୍ତମ କୋଲ ଗ୍ୟାସିଫିକେସନ  ପ୍ଲାଣ୍ଟ ଭାବେ ପରିଚିତ । ଏହାସହିତ ଷ୍ଟିଲ  ତିଆରି ପାଇଁ ଏହି ପ୍ଲାଣ୍ଟ ସ୍ୱଦେଶୀ କଞ୍ଚାମାଲ ବ୍ୟବହାର କରିଥାଏ । ବିଶ୍ୱର ପ୍ରଥମ ଷ୍ଟିଲ ଉତ୍ପାଦକ ଭାବେ ଜେଏସପି ଇସ୍ପାତ୍ ଉତ୍ପାଦନ କ୍ଷେତ୍ରରେ ନିଜର ଡିଆରଆଇରେ ସିନ୍ଥେସିସ ଗ୍ୟାସ(ସିନ୍-ଗ୍ୟାସ) ବ୍ୟବହାର କରିଥାଏ ଯାହାକି ଅନ୍ୟ ଇସ୍ପାତ ତିଆରି ପ୍ରକ୍ରିୟା ତୁଳନାରେ ସର୍ବନିମ୍ନ କାର୍ବନ ନିର୍ଗତ କରିଥାଏ ।ଯାହା ଫଳରେ ଆଜିର ସମୟରେ ସିଜିପି ଏକ ଅନନ୍ୟ ଟେକ୍ନୋଲୋଜି ପ୍ରଦର୍ଶନକାରୀ ହୋଇପାରିବା ସହିତ ବିଭିନ୍ନ ବିଶେଷଜ୍ଞଙ୍କ ଦ୍ୱାରା ମଧ୍ୟ ଏହା ପ୍ରଶଂସିତ ହୋଇପାରିଛି । ସିଜିପିରେ ଉତ୍ପାଦନ ହେଉଥିବା ସିନ୍-ଗ୍ୟାସରେ ୬୦% ହାଇଡ୍ରୋଜେନ ରହିଥିବାରୁ, ଏହା ପରିବେଶ ଉପଯୋଗୀ ନୀଳ ହାଇଡ୍ରୋଜେନ ଉତ୍ପାଦନ କରିବାରେ ମଧ୍ୟ ସାହାଯ୍ୟ କରିପାରିବ । ଏହି ଗସ୍ତବେଳେ ଜେଏସପି ପରାମର୍ଶଦାତା ଗୋଷ୍ଠୀର ଉପାଧ୍ୟକ୍ଷ ଶ୍ରୀ ଭି.ଆର୍ ଶର୍ମା, ଜେଏସପିର ସିଇଓ ଶ୍ରୀ ଦୀନେଶ କୁମାର ସରୋଗୀ, ଇଡ଼ି ଶ୍ରୀ ଦାମୋଦର ମିତ୍ତଲ ଏବଂ ଅନ୍ୟାନ୍ୟ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply