ମୁଖ୍ୟ ଖବର ଡ୍ରେନରୁ ମୃତଦେହ ଉଦ୍ଧାର – ନୁଆଁ ବର୍ଷ ପାଳନ କରି ଫେରିବା ବେଳେ ଅଘଟଣ Angul OnlineJanuary 3, 2023January 3, 2023 ଅନୁଗୁଳ – ଡ୍ରେନରେ ପଡି ଜୀବନ ଗଲା । ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ପୋକତୁଙ୍ଗା ଗ୍ରାମର ହରିଜନ ସାହିରେ ନବ ବର୍ଷ ପାଳନ ବେଳେ ଡ୍ରେନରେ ପଡ଼ି ଜଣଙ୍କ ଜୀବନ ଯାଇଛି । ମୃତକ ସେହି ସାହିର ମଙ୍ଗୁଳୁ ଗୋଛାୟତ ବୋଲି ଜଣାଯାଇଛି । ସୂଚନା ଅନୁସାରେ , ହରିଜନ ସାହି ବାସୀ ଇଂରାଜୀ ନବ ବର୍ଷ ପାଳନ ସାରି ଘରକୁ ଯିବା ପାଇଁ ବାହାରିଥିଲେ । ସେମାନଙ୍କ ସହ ମଙ୍ଗୁଳୁ ଗୋଚ୍ଛାୟତ ମଧ୍ୟ ଥିଲେ । କିନ୍ତୁ ଆଜି ସକାଳ ପର୍ଯ୍ୟନ୍ତ ସେ ଘରକୁ ଫେରି ନଥିଲେ । ଘର ଲୋକେ ଚାରି ଆଡେ ଖୋଜାଖୋଜି କରିବା ପରେ ମଙ୍ଗୁଳୁଙ୍କ ମୃତଦେହ ଘର ପାଖ ଡ୍ରେନରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ଖବର ପାଇ ବନ୍ତଳା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । Advertisement
ଜିଲ୍ଲାରେ ବଢିଛି କରୋନା ଟେଷ୍ଟିଙ୍ଗ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଚିନ୍ତାର ବିଷୟ ପାଲଟିଛି । ଏହାକୁ ଦମନ କରିବାକୁ ଜିଲ୍ଲାପାଳ ବିଭିନ୍ନ ପ୍ରକାର ଯୋଜନା କରିଛନ୍ତି ।…
ୱେଲଡିଙ୍ଗ୍ ଦୋକାନ ଘରୁ ମିସ୍ତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଲିପଟ୍ଟା ଗ୍ରାମର ଏକ ୱେଲଡିଙ୍ଗ୍ ଦୋକାନରୁ ୱେଲଡିଙ୍ଗ ମିସ୍ତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି । ପୋଲିସ…
ଆହତ କଲରାପତରିଆ ବାଘକୁ ଉଦ୍ଧାର କଲା ବନବିଭାଗ ଅନୁଗୁଳ – ଆହତ କଲରାପତରିଆ ବାଘ ଉଦ୍ଧାର । ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ଫାଶରେ ଲାଗି ଆହତ ହୋଇଥିବା ଖବର ପାଇ ବନ ବିଭାଗ ଏହି…