ହକି ବିଶ୍ୱକପ ପ୍ରସାର ପାଇଁ ଜିଲ୍ଲା ସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ – ତାଳଚେର ବିଜୟୀ

ହକି ବିଶ୍ୱକପ ପ୍ରସାର ପାଇଁ ଜିଲ୍ଲା ସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ – ତାଳଚେର ବିଜୟୀ

ଅନୁଗୁଳ – ହକି ପୁରୁଷ ବିଶ୍ୱକପ ୨୦୧୩ ର ପ୍ରଚାର ପ୍ରସାର ସହ ଅନ୍ୟ ଖେଳର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ନିର୍ଦେଶରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇ ଯାଇଛି । ଏହି ବିଶ୍ୱକପର ପ୍ରସାର ପାଇଁ ବ୍ଲକ ସ୍ତରର ପ୍ରଥମେ ଭଲି ବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରା ଯାଇଥିଲା । ଅନୁଗୁଳ ଜିଲ୍ଲାର ସମସ୍ତ ୮ ବ୍ଲକରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ପରେ ପ୍ରତ୍ୟେକ ବ୍ଲକରୁ ଶ୍ରେଷ୍ଠ ବିବେଚିତ ଟିମକୁ ନେଇ ଜିଲ୍ଲା ସ୍ତରୀୟ ଭଲିଵଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଥିଲା । ଅନୁଗୁଳ ମା ବାସନ୍ତୀ ପଡ଼ିଆରେ ଆୟୋଜିତ ଜିଲ୍ଲା ସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଅନୁଗୁଳ , ତାଳଚେର , କଣିହାଁ , କିଶୋରନଗର , ଛେଣ୍ଡିପଦା , ବଅଁରପାଳ ଭଳି ଛଅଟି ଟିମ ଭାଗ ନେଇଥିଲେ । ଏହି ଛଅଟି ଟିମକୁ ଦୁଇଟି ଗ୍ରୁପରେ କରାଯାଇ ଲିଗ ପର୍ଯ୍ୟାୟରେ ଖେଳ କରା ଯାଇଥିଲା । ଉଭୟ ଗ୍ରୁପରୁ କଣିହାଁ ଓ ରାଳଚେର ଟିମ ଶ୍ରେଷ୍ଠ ବିବେଚିତ ହୋଇ ଫାଇନାଳକୁ ଉତ୍ତୀଣ୍ଣ ହୋଇଥିଲେ । ଫାଇନାଲ ମ୍ୟାଚ ସଂଘର୍ଷପୂର୍ଣ୍ଣ ହୋଇଥିବା ବେଳେ ତାଳଚେର ଦଳ ୨୭-୨୫ , ୨୫-୧୮ ଓ ୧୯-୧୭ ରେ କଣିହାଁ ଦଳକୁ ପରାଜିତ କରି ଚମ୍ପିୟାନ ଆଖ୍ୟା ଅର୍ଜନ କରିଥିଲା । ଆଜିର ଟୁର୍ଣ୍ଣାମେଣ୍ଟ ଜିଲ୍ଲା ଖେଳ ଅଧିକାରୀ ଅକ୍ଷୟ କୁମାର ସିଠଙ୍କ ପ୍ରତ୍ୟକ୍ଷ ତତ୍ୱବାଧାନରେ ହୋଇଥିବା ବେଳେ ଡେପୁଟି କଲେକ୍ଟର ମଧୁସ୍ମିତା ବିଶି , ଅନୁଗୁଳ ତହସିଲଦାର ବିମଳ କୁମାର ଲେଙ୍କା ଅତିଥିଭାବେ ଯୋଗ ଦେଇଥିବା ବେଳେ ଖେଳାଳି ମାନଙ୍କୁ ପୁରସ୍କୃତ କରିଥିଲେ । ଚମ୍ପିୟାନ ଦଳକୁ ଟ୍ରଫି ସହ ୩ ହଜାର ଟଙ୍କା , ଓ ରନର୍ସଅପ ଦଳକୁ ଟ୍ରଫି ସହ ୨ ହଜାର ଟଙ୍କା ପ୍ରଦାନ କରା ଯାଇଥିବା ବେଳେ କଣିହାଁ ଦଳର ଅଜୟ ସାହାଣୀଙ୍କୁ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଟ ଖେଳାଳି ଭାବେ ପୁରସ୍କୃତ କରାଯାଇଥିଲା । ଆଜିର ଏହି ଟୁର୍ଣ୍ଣାମେଣ୍ଟକୁ ଅନୁଗୁଳ ବାସନ୍ତୀ ଭଲିବଲ କ୍ଲବର ସମସ୍ତ ସଦସ୍ୟ ସହଯୋଗ କରିଥଲେ । ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ପ୍ରଚେଷ୍ଟାରେ ଓ ଅନୁଗୁଳ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ମୁଖ୍ୟ ନିର୍ବାହୀ ଅଧିକାରୀ ଲଳିତ ମୋହନ ବେହରାଙ୍କ ଅନୁଗୁଳ ଜିଲ୍ଲାରେ ସବୁ ପ୍ରକାର ଖେଳର କିଭଳି ଉନ୍ନତି ହେବ ଚେଷ୍ଟା କରାଯାଉଛି । ଯାହା ଫଳରେ ଜିଲ୍ଲାରୁ ବିଭିନ୍ନ ଖେଳରେ ଉଦିୟମାନ ଖେଳାଳି ସୃଷ୍ଟି ହୋଇ ପାରିବା ସହ ଜିଲ୍ଲାର ସୁନାମ ରାଜ୍ୟ ତଥା ରାଜ୍ୟ ବାହାରେ ଆଣି ପାରିବେ ।

What’s your Reaction?
+1
0
+1
0
+1
0
+1
0
+1
1
+1
0
+1
0

Leave a Reply