ମୁଖ୍ୟ ଖବର ଚିକିତ୍ସା ଅବହେଳାରୁ କଲରାପତରିଆ ମୃତ Angul OnlineJanuary 3, 2023January 3, 2023 ଅନୁଗୁଳ – ଅନୁଗୁଳ ସାତକୋଶିଆ ଅଭୟାରଣ୍ୟର ରାଇଗୁଡା ଠାରେ ଫାଶରୁ ମୁକୁଳାଇ ରଖା ଯାଇଥିବା କଲରାପତରିଆ ବାଘର ଆଜି ମୃତ୍ୟୁ ହୋଇଛି । ତେବେ ଚିକିତ୍ସା ଅବହେଳାରୁ ଏହି ବାଘର ମୃତ୍ୟୁ ହୋଇଥିବା ସନ୍ଦେହ କରା ଯାଉଥିବା ବେଳେ ବର୍ତ୍ତମାନ ସାତକୋଶିଆ ବନ ବିଭାଗର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସାତକୋଶିଆ ଅଭୟାରଣ୍ୟରୁ ମହାବଳ ବାଘ ଲୋପ ପାଇବା ପରେ ଏବେ ଶିକାରୀଙ୍କ ନଜର କଲରାପତରିଆ ବାଘ ଉପରେ ନଜର ରହିଛି । ଆଉ ଗୋଟିଏ ପରେ ଗୋଟିଏ କଲରାପତରିଆ ବାଘର ମୃତ୍ୟୁ ହୋଇ ଚାଲିଛି । ସୂଚନା ଅନୁସାରେ ବଲଙ୍ଗ ଗାଁ ନିକଟବର୍ତ୍ତୀ ଜଙ୍ଗଲରେ ରବିବାର ଏକ କଲରାପତରିଆ ବାଘ ଫାଶରେ ପଡିଥିବା ଖବର ମିଳିବା ପରେ ଏହାକୁ ଉଦ୍ଧାର କରିଥିଲା ବନ ବିଭାଗ । ଉଦ୍ଧାର ପରେ ଫାଶ ଲାଗି ବାଘ ଦେହରେ କ୍ଷତ ହୋଇଥିବା ଦ୍ଵଖା ଯାଇଥିଲା । ଏହାପରେ ପ୍ରାଥମିକ ଚିକିତ୍ସା କରି ବନ ବିଭାଗ ବାଘକୁ ନେଇ ରାଇଗୁଡା ଅଞ୍ଚଳରେ ରଖି ଏହା ଉପରେ ନଜର ରଖିଥିଲା । ତେବେ ଆଜି ଦିନ ପ୍ରାୟ ଗୋଟାଏ ବେଳେ ଏହି ବାଘର ମୃତ୍ୟୁ ହୋଇଥିଲା । ତେବେ ଏହି ବାଘ ମୃତ୍ୟୁ ପରେ ବନବିଭାଗର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ସୃଷ୍ଟି ହୋଇଛି । ବନ୍ୟପ୍ରାଣୀ ଚିକିତ୍ସା ପାଇଁ ଏଠାରେ ଥିବା ଡାକ୍ତର ବାଘର ଚିକତ୍ସା ସଠିକ ଭାବରେ କରିଥିଲେ ହୁଏତ ବାଘ ବଞ୍ଚି ଯାଇପାରିଥାନ୍ତା ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି । Advertisement
ବଜ୍ରପାତରେ ଜଣେ ମୃତ , ଜଣେ ଗୁରୁତର ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ବଡ଼ହିଂସ ଗାଁରେ ଆଜି ବଜ୍ରପାତରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି । ମୃତକ…
ଶାଳିଆପତନିକୁ ଗିଳି ନାଗ ମଲା ଅନୁଗୁଳ – ଖାଦ୍ୟ ଲୋଭରେ ଏକ ବଡ ଶାଳିଆପତନିକୁ ଗିଳି ଏକ ପାଞ୍ଚ ଫୁଟର ନାଗ ସାପର ମୃତ୍ୟୁ ହୋଇଛି । ଏଭଳି ଘଟଣା ଅନୁଗୋଳ ସହର…
ତାଳଚେରକୁ ସ୍ୱତନ୍ତ୍ର ଜିଲ୍ଲା ଦାବିରେ ଭୁବନେଶ୍ୱରରେ ଧାରଣା ଭୁବନେଶ୍ବର – ତାଳଚେରକୁ ଜିଲ୍ଲା ଘୋଷଣା ଦାବି ଜୋର୍ ଧରିଛି । ତାଳଚେର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିଧାନସଭା ଆଗରେ ଧାରଣା ଦିଆଯାଇ ତାଳଚେରକୁ ତୁରନ୍ତ…