ମୁଖ୍ୟ ଖବର ବାଗଡ଼ିଆ ଓ ଗୋପାଳପ୍ରସାଦ ନୁଆଁ ଥାନା ପାଇଁ ପୁଲିସ କର୍ମଚାରୀଙ୍କୁ ଦାୟିତ୍ୱ Angul OnlineJanuary 6, 2023January 6, 2023 ଅନୁଗୁଳ – ଅନୁଗୁଳ ଜିଲ୍ଲାର ୨ ନୂଆ ଥାନା ବାଗଡିଆ ଓ ଗୋପାଳପ୍ରସାଦ ଥାନା କାର୍ଯ୍ୟକ୍ଷମ ହେବ । ଏଥିପାଇଁ କର୍ମଚାରୀ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ଅନୁଗୁଳ ଏସ୍.ପି. ଜଗମୋହନ ମୀନା ଶୁକ୍ରବାର ଉଭୟ ସ୍ଥାନ ପାଇଁ ୮ ଜଣ ଅଫିସର ଓ ୨୮ ଜଣ କନେଷ୍ଟବଳ ଓ ଓପିଏଫ ଙ୍କୁ ଏହି ଦୁଇ ଥାନାକୁ ସ୍ଥାନାନ୍ତର କରିଛନ୍ତି । ଛେଣ୍ଡିପଦା ଥାନାରେ କାର୍ଯ୍ୟରତ ଏସ୍.ଆଇ. ସତ୍ୟବ୍ରତ ରାଉତଙ୍କୁ ବାଗଡିଆ ଥାନାରେ ଅବସ୍ଥାପିତ କରାଯାଇଥିବା ବେଳେ ଜିଲ୍ଲା ପୁଲିସ ମୁଖ୍ୟାଳୟରେ କାର୍ଯ୍ୟରତ କାଳନ୍ଦୀ ଚରଣ ରାଉତଙ୍କ ବାଗଡିଆ ଥାନାକୁ ସ୍ଥାନାନ୍ତର କରାଯାଇଛି । ସେହିଭଳି ଡାଳଚେର ଥାନାର ଏସ୍.ଆଇ ଅର୍ଚ୍ଚନା ନାୟକଙ୍କ ଗୋପାଳପ୍ରସାଦ ଥାନା ଓ କୋଲିୟରୀ ଆନାରେ କାର୍ଯ୍ୟରତ ଏସ୍.ଆଇ. ଉଦୟନାଥ ବେହେରାଙ୍କ ଗୋପାଳପ୍ରସାଦ ଥାନାକୁ ବଦଳି କରାଯାଇଛି । ଛେଣ୍ଡିପଦା ଥାନାର ଏ.ଏସ୍.ଆଇ. ଗୋଲକ ବିହାରୀ ସେଠୀଙ୍କୁ ବାଗଡ଼ିଆ ଥାନାକୁ ବଦଳି କରାଯାଇଛି । ବାଗଡିଆ ଫାଣ୍ଡିରେ କାର୍ଯ୍ୟରତ ରମେଶ ଚନ୍ଦ୍ର ପ୍ରଧାନଙ୍କୁ ବାଗଡିଆ ଥାନାରେ ଅବସ୍ଥାପିତ କରାଯାଇଥିବା ବେଳେ ତାଳଚେର ଥାନାର ଏଏସ୍ଆକୁ ସୁଦର୍ଶନ ନାଏକ ଓ ଗୋପାଳପ୍ରସାଦ ଫାଣ୍ଡିରେ କାର୍ଯ୍ୟରତ ନେପାଳ ପାତଙ୍କୁ ଗୋପାଳପ୍ରସାଦ ଥାନାରେ ଅବସ୍ଥାପିତ କରାଯାଇଛି । ସେହିଭଳି ବାଗଡ଼ିଆ ଥାନା ପାଇଁ ୧୩ ଜଣ କନେଷ୍ଟବଳ ଓ ଓପିଏଫ ଏବଂ ଗୋପାଳପ୍ରସାଦ ଥାନା ପାଇଁ ୧୪ ଜଣ କନେଷ୍ଟବଳ ଓ ଓପିଏଫଙ୍କୁ ସ୍ଥାନାନ୍ତର କରାଯାଇଛି । Advertisement
ଠକେଇ ଅଭିଯୋଗରେ ମହିଳା ଗିରଫ ଅନୁଗୁଳ – ଜାଲ ଦସ୍ତଖତ କରି ଟଙ୍କା ଉଠାଇବା ଅଭିଯୋଗରେ ଅନୁଗୁଳ ପୁଲିସ ଜଣେ ମହିଳାଙ୍କୁ ଗିରଫ କରିଛି । ମହିଳା ଜଣଙ୍କର ହେଲେ ଅନୁଗୁଳ ସହର…
ବିଷଧର ସାପ କାମୁଡ଼ାରେ ଝିଅ ମୃତ ମା ଗୁରୁତର ଅନୁଗୁଳ – ଅନୁଗୁଳ ସହର ଉପକଣ୍ଠ ଖଲାରି ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟି ଯାଇଛି । ବିଷଧର ସାପ କାମୁଡାରେ ଝିଅର ମୃତ୍ୟୁ ହୋଇଥିବା…
ଭଡାଘରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଅନୁଗୁଳ – ଅନୁଗୁଳ ସହର ଟାଉନ ହାଇସ୍କୁଲ ପଛ ପାଖରେ ଥିବା ଏକ ଭଡା ଘରୁ ଜଣେ ମହିଳାଙ୍କ ମୃତ ଦେହ ଜବତ ହୋଇଛି । ତେବେ…