ମୁଖ୍ୟ ଖବର ଦୁଇ ଘଣ୍ଟାରେ ଚାରି ଜଣଙ୍କୁ ଗୋଡ଼ାଇ ମାରିଲା ହାତୀ Angul OnlineJanuary 7, 2023January 7, 2023 ୩୦ ରୁ ଅଧିକ ହାତୀ ଗତ ଦୁଇ ମାସ ହେଲା ଅନୁଗୁଳ ସହର ଉପଖଣ୍ଡ ଏବଂ ଏହାର ଆଖପାଖ ଅଞ୍ଚଳରେ ଘୁରି ବୁଲୁଥିଲେ । ସେଥିରୁ ଗୋଠଛଡ଼ା ହୋଇ ଆଜି ଏକ ମାଈ ହାତୀ ଜିଲ୍ଲାରେ ଉତ୍ପାତ କରିଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଆକ୍ରମଣ କରି ୪ ଜୀବନ ନେଇଛି । ଯାହାକୁ ନେଇ ଅସନ୍ତୋଷ ବଢିଛି । ପ୍ରାୟ ୨ ମାସ ହେଲା , ଅନୁଗୁଳ ସହର ଉପକଣ୍ଠ ଛେଳିଆପଡା , କାଙ୍ଗୁଳା ଆଦି ଅଞ୍ଚଳ ସହ ବଅଁରପାଳ , ମହିଧରପୁର ଓ ଏହାର ଆଖପାଖ ଅଞ୍ଚଳରେ ଏକ ୩୦ ରୁ ଅଧିକ ହାତୀ ଥିବା ଏକ ହାତୀ ପଲ ଘୁରି ବୁଲିବା ସହ ବ୍ୟାପକ ଫସଲ ନଷ୍ଟ କରୁଥିଲେ । ଶହ ଶହ ଏକର ଜମିରୁ ଧାନ ଫସଲ ସମେତ କୋବି , ଟମାଟୋ , ଆଳୁ ଭଳି ଅନେକ ପ୍ରକାର ପନିପରିବା ଫସଲ ନଷ୍ଟ ହୋଇଥିଲା । ହେଲେ ବନ ବିଭାଗ ଏହି ହାତୀପଲକୁ ଆଜି ଯାଏ ଘଉଡାଇବା କୁ ଅସଫଳ ହୋଇଛି । ଏପରିସ୍ଥଳେ ଆଜି ସେହି ହାତୀପଲରୁ ଗୋଟିଏ ମାଈ ହାତୀ ଗୋଠଛଡ଼ା ହୋଇ ଜିଲ୍ଲାରେ ଆତଙ୍କ ସୃଷ୍ଟି କରିଛି । ଏହି ଗୋଠଛଡ଼ା ମାଈ ହାତୀ ପ୍ରଥମେ ଛେଳିଆପଡ଼ାରେ ଫସଲ ଜଗିଥିବା ସୁବାଷ ବିଶ୍ୱାଳଙ୍କୁ ଆକ୍ରମଣ କରି ମାରି ଦେଇଥିଲା । ପରେ ଅଙ୍ଗାରବନ୍ଧ ଗାଁ ଦେଇ ଯାଉଥିବା ବେଳେ ବିଲରେ କାମ କରୁଥିବା ଅନିରୁଦ୍ଧ ସାହୁଙ୍କୁ ମାରିଥିଲା । ପରେ ତା ଯିବା ରାସ୍ତାରେ ଶୌଚ ପାଇଁ ଯାଇଥିବା ବାରସିଂହା ଗାଁର ରମେଶ ସ୍ୱାଇଁ ଓ ସନ୍ତରୀ ଗାଁରେ ଅଜୟ ସାମଲଙ୍କୁ ଗୋଡ଼ାଇ ମାରିଦେଇଥିଲା । ପରେ ସେହି ରାସ୍ତା ଦେଇ ହାତୀଟି ଢେଙ୍କାନାଳ ଜିଲ୍ଲାକୁ ପଳାଇ ଯାଇଥିବା ଜଣା ପଡ଼ିଛି । ତେବେ ଏଭଳି ଘଟଣା ପରେ ଏହି ସବୁ ଅଞ୍ଚଳରେ ଅସନ୍ତୋଷ ଦେଖା ଦେଇଛି । ବନ ବିଭାଗର ଉଦାସୀନତା ଓ ଦାୟିତ୍ବହୀନତା ଯୋଗୁଁ ଏଭଳି ଘଟଣା ଘଟିଥିବା ଲୋକ ଅଭିଯୋଗ କରିଛନ୍ତି । ତେବେ ଏଥିପାଇଁ ବନ ବିଭାଗ ହିଁ ଦାୟୀ ବୋଲି ପରିବେଶକର୍ମୀ ମତ ଦେଇଛନ୍ତି । ବନ ବିଭାଗ ଯେଉଁ ଭଳି ଭାବରେ ହାତୀର ଗତିପଥ ଉପରେ ନଜର ରଖିଵା କଥା ସେଭଳି କରୁ ନାହିଁ । ସେପଟେ ହାତୀ ଜନ ବସତି ମୁହାଁ ହେଲା ବେଳେ ଲୋକଙ୍କୁ ସଚେତନ ମଧ୍ୟ କରା ଯାଉ ନାହିଁ ବୋଲି ଅଭିଯୋଗ କରିଛନ୍ତି । ସେପଟେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ବନ ବିଭାଗ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରି ସ୍ଥାନୀୟ ଲୋକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୃତଦେହ ରଖି ଆନ୍ଦୋଳନ କରିଥିଲେ । ପ୍ରଶାସନ ବହୁ ବୁଝାସୁଝା କରିବା ପରେ ମୃତକଙ୍କ ପରିବାରକୁ ୪ ଲକ୍ଷ ୬୫ ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା । ସେପଟେ ବନ ବିଭାଗ ଏଭଳି ଆକ୍ରମଣ କରିଥିବା ହାତୀ ଉପରେ ନଜର ରଖିଛି ବୋଲି ଆଞ୍ଚଳିକ ବନ ସଂରକ୍ଷକ କହିଛନ୍ତି । ଆଜିର ଘଟଣା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ତେବେ ବର୍ଷ ଆରମ୍ଭରୁ ଅନୁଗୁଳ ଜିଲ୍ଲାରେ ହାତୀ ଆକ୍ରମଣରେ ୫ ଜଣଙ୍କ ମୃତ୍ୟୁ ହେଲାଣି । ଗତ ୨ ତାରିଖ ଦିନ ହମାମିରା ଗାଁର ନିତ୍ୟା ଗୋଛାୟତ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । Advertisement
୧୦ଟି ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ ଅନୁଗୁଳ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଜନ୍ମାଷ୍ଟମୀର ପବିତ୍ର ଅବସରରେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ବନମାଳିପୁର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର…
ଭାଲୁ ଆକ୍ରମଣରେ ଚାଷୀ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ସମଲ ବ୍ୟାରେଜ ଥାନା ଇଲାକା ବୁଲାଝର ଗ୍ରାମରେ ଭାଲୁ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି । ମୃତ ଚାଷୀ ହେଲେ…
ବେଆଇନ ଭାବେ ଗଛିତ ବାଣ ଗୋଦାମରେ ଚଢାଉ – ବିପୁଳ ବାଣ ଜବତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ବାଘୁଆବୋଲ ଅଙ୍ଗାରୁଆ ୨୧ ନମ୍ବର ୱାର୍ଡ ଅଂଚଳ ଏକ ଘରୁ ବିପୁଳ ପରିମାଣର ବାଣ ଜବତ । ପୁଲିସ ଓ…