ବାଘୁଣୀ ସୁନ୍ଦରୀ ଫେରିବା ନେଇ ପ୍ରକ୍ରିୟା ଆରମ୍ଭ – ହରିଶଙ୍କର ଉପାଧ୍ୟାୟ

ବାଘୁଣୀ ସୁନ୍ଦରୀ ଫେରିବା ନେଇ ପ୍ରକ୍ରିୟା ଆରମ୍ଭ – ହରିଶଙ୍କର ଉପାଧ୍ୟାୟ

ଭୁବନେଶ୍ଵର – ଅନୁଗୁଳ ଜିଲ୍ଲା ସାତକୋଶିଆରୁ ବାଘୁଣି ସୁନ୍ଦରୀ ବାନ୍ଧବଗଡ ଫେରିଯିବ । ସୁନ୍ଦରୀକୁ ମଧ୍ୟପ୍ରଦେଶର ବାନ୍ଧବଗଡ ଫେରାଇ ନେବା ପାଇଁ ମଧ୍ୟପ୍ରଦେଶ ବନ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ସୁନ୍ଦରୀକୁ ମଧ୍ୟପ୍ରଦେଶ ନିଆଯାଇ କାହ୍ନା ଅଭୟାରଣ୍ୟରେ ରଖାଯିବ । ସେଠାରେ ତାର ଜଙ୍ଗଲୀ ସ୍ୱଭାବକୁ ଫେରାଇ ଆଣିବାକୁ ପ୍ରୟାସ କରାଯିବ ବୋଲି କହିଛନ୍ତି ପିସିସିଏପ୍ ହରିଶଙ୍କର ଉପାଧ୍ୟାୟ । ଏହା ଉପରେ ମଧ୍ୟପ୍ରଦେଶ ହାଇକୋର୍ଟ ବାଘୁଣୀ ସୁନ୍ଦରୀକୁ କାହ୍ନା ଅଭୟାରଣ୍ୟକୁ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଯାହା ପରେ ଏବେ ସୁନ୍ଦରୀକୁ ଫେରାଇ ନେବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ସୂଚନା ଅନୁଯାୟୀ, ବ୍ୟାଘ୍ର ବଂଶ ବୃଦ୍ଧି ପାଇଁ ଦୁଇ ବର୍ଷ ତଳେ ସୁନ୍ଦରୀକୁ ବାନ୍ଧବଗଡରୁ ଅଣାଯାୟୀ ସାତକୋଶିଆ ଅଭୟାରଣ୍ୟରେ ଛଡ଼ାଯାଇଥିଲା । ହେଲେ ଏଠାରେ ସେ ଜନବସତି ମୁହାଁ ହେବା ଶ ଦୁଇ ଜଣଙ୍କୁ ଶିକାର କରିବା ପରେ ବିବାଦ ଉପୁଜିଥିଲା । ଫଳରେ ସୁନ୍ଦରୀକୁ ଏନକ୍ଳୋଜର ଭିତରେ ରକ୍ଷା ଯାଇଅଛି ବହୁଦିନ ଧରି ତାକୁ ଏନକ୍ଳୋଜର ଭିତରେ ରଖାଯିବା ନେଇ ଏନ୍‌ଟିସିଏ ଆପତ୍ତି ଉଠାଇବା ସହ ଫେରାଇ ନେବାକୁ ନିଷ୍ପତ୍ତି ନେଇଥିଲା । ବହୁ ଦିନ ହେଲା ବନ୍ଦୀ ଜୀବନ କାଟୁଥିବାରୁ ସୁନ୍ଦରୀର ଜଙ୍ଗଲୀ ସ୍ୱଭାବ ନଷ୍ଟ ହେବାରେ ଲାଗୁଥିଲା । ତେଣୁ ତାକୁ ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟକୁ ଫେରାଇ ନିଆଯିବା ସହ ସେଠାରେ ତାର ସ୍ୱଭାବରେ ପରିବର୍ତ୍ତନ ପାଇଁ ପୁଣି ଥରେ ଜଙ୍ଗଲରେ ଛଡ଼ାଯିବ ବୋଲି ଏନ୍‌ଟିସିଏ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିଲା।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply