ଅପରାଧ ଯୁବତୀଙ୍କୁ ଅଶ୍ଳୀଳ ଫଟୋ ପଠାଇ ବ୍ଲାକମେଲ – ଯୁବକ ଗିରଫ Angul OnlineJanuary 7, 2023January 7, 2023 ତାଳଚେର – ପୂର୍ବତନ ପ୍ରେମିକାର ଅଶ୍ଳୀଳ ଫଟୋ ପଠାଇ ବ୍ଲାକମେଲ କରିବା ଅଭିଯୋଗରେ ଜଣେ ଯୁବକକୁ ଗିରଫ କରିଛି ତାଳଚେର କୋଲିୟାରୀ ପୁଲିସ । ଗିରଫ ଯୁବକ ଜଣଙ୍କ ହେଲେ ତାଳଚେର କଣିହାଁ ଗାଁର ଧୁଳିଆ ନାଏକଙ୍କ ପୁଅ ମଧୁସୂଦନ ନାଏକ । ସୂଚନା ଅନୁସାରେ ମଧୁସୂଦନ ୨୦୧୭ ମସିହାରେ ତାଳଚେର ବଲଣ୍ଡା କଲେଜରେ ପାଠ ପଢୁଥିଲା । ସେତେବେଳେ ତାଙ୍କର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ବେଳେ ମଧୁସୂଦନ ଚତୁରତାର ସହ ଯୁବତୀଙ୍କ କିଛି ଅଶ୍ଳୀଳ ଫଟୋ ରଖି ନେଇଥିଲା । ପରେ ସେହି ଅଶ୍ଳୀଳ ଫଟୋ ସେ ଯୁବତୀଙ୍କ ଭଉଣୀ ପାଖକୁ ପଠାଇବା ସହ ପୂର୍ବତନ ପ୍ରେମିକାକୁ ୫ ଲକ୍ଷ ଟଙ୍କା ଏବଂ ଶାରୀରିକ ସମ୍ପର୍କ ରଖିବାକୁ ବ୍ଲାକମେଲ କରୁଥିଲା । ତେବେ ଏ ନେଇ ଯୁବତୀଙ୍କ ପରିବାର ପକ୍ଷରୁ କୋଲିୟାରୀ ଥାନାରେ ଅଭିଯୋଗ କରାଯାଇଥିଲା । ଅଭିଯୋଗ ଆଧାରରେ ପୁଲିସ ଘଟଣାର ତଦନ୍ତ କରି ମଧୁସୂଦନକୁ ଗିରଫ କରି କୋର୍ଟ ଚାଲାଣ କରିଛି । Advertisement
ଦୁର୍ବୃତ୍ତଙ୍କ ଅମାନବୀୟ କାଣ୍ଡ – ଶୋଇଥିବା ବେଳେ ଲଗାଇ ଦେଲେ ନିଆଁ ଅନୁଗୁଳ – ଅନଗୁଳ ସହର ଆଖଣ୍ଡଳମଣି ମନ୍ଦିର ନିକଟରେ ଘଟିଛି ଅଭାବନୀୟ କାଣ୍ଡ । ମନ୍ଦିର ନିକଟସ୍ଥ ଏକ ସିମେଣ୍ଟ ଚଟାଣରେ ମହମ୍ମଦ ମହବୁଲ ନାମକ ଜଣେ…
୪ ଲୁଟେରା ଗିରଫ – ବନ୍ଧୁକ , ଗୁଳି ଓ ସୁନା ଜବତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୁଲିସକୁ ମିଳିଛି ଏକ ବଡ ସଫଳତା । ଅନେକ ଦିନ ହେଲା ପୁଲିସର ନିଦ ହଜାଇ ଦେଇଥିବା ଏକ ଲୁଟେରା…
ଟ୍ରକ ସହ ୬ ଲକ୍ଷ ଟଙ୍କା ମୂଲ୍ୟର କେନ୍ଦୁପତ୍ର ଜବତ ଅନୁଗୁଳ – ଅନୁଗୁଳ ବନ ବିଭାଗକୁ ବଡ଼ ସଫଳତା । କେନ୍ଦୁପତ୍ର ଚୋରା ଚାଲାଣ ବେଳେ ଗୋଡ଼ାଇ ଗୋଡ଼ାଇ ଧରିଲା । ସୂଚନା ଅନୁସାରେ ଆଠମଲ୍ଲିକ ଅଞ୍ଚଳରୁ…