ମୁଖ୍ୟ ଖବର ଡ୍ରଗ୍ସ ମୁକ୍ତ ଅନୁଗୁଳ ଉପରେ ନୁଆଁ ଏସ.ପି.ଙ୍କ ଗୁରୁତ୍ୱ Angul OnlineJanuary 9, 2023January 9, 2023 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଆଜି ସକାଳ ପ୍ରାୟ ୧୧ଟା ବେଳେ ଏସ.ପି. ଭାବେ ଯୋଗ ଦେଇଛନ୍ତି ଶୁଧାଂଶୁ ଶେଖର ମିଶ୍ର । ଏହାପରେ ଜିଲ୍ଲାର ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଡ୍ରଗ୍ସ କବଳରୁ ଯୁବପିଢିଙ୍କୁ ଫେରାଇ ଆଣିବାକୁ ସେ ପ୍ରାଥମିକତା ଦେବେ। ଏହି ନିଷିଦ୍ଧ ନିଶା କାରବାରକୁ ବନ୍ଦ କରିବା ଓ ଚୋରା ବ୍ୟବସାୟୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦିଗରେ ପଦକ୍ଷେପ ନିଆଯିବ। ଅନୁଗୁଳ ଏକ ଶିଳ୍ପ ସମୃଦ୍ଧ ଜିଲ୍ଲା ହୋଇଥିବାରୁ ଏଠାରେ ବିଭିନ୍ନ ଅପରାଧ ବଢୁଛି। ଏଥିରେ ରୋକ ଲଗାଇବା ପାଇଁ ଉଦ୍ୟମ ହେବ। ସେହିପରି ସାଇବର ଅପରାଧ କେମିତି କମିବ ସେଥିନେଇ ସଚେତନତା ସୃଷ୍ଟି କରାଯିବ। ସମ୍ପତ୍ତି ବିବାଦକୁ ନେଇ ହେଉଥିବା ଅପରାଧ କେମିତି କମିବ ସେ ଦିଗରେ ପଦକ୍ଷେପ ନିଆଯିବ ବୋଲି ନୂଆ ଏସପି କହିଛନ୍ତି। Advertisement
୧୨ ଘଣ୍ଟା ପାଇଁ କଟକ-ଭୁବନେଶ୍ବର ବସ ସେବା ବନ୍ଦ ଅନୁଗୁଳ – ଆସନ୍ତାକାଲି ଅନୁଗୁଳ ଓ ତାଳଚେରରୁ କଟକ-ଭୁବନେଶ୍ୱରକୁ ଗଡ଼ିବନି ବସ । ଜାତୀୟ ରାଜପଥ ୫୫ର ଦୁରବସ୍ଥା ପ୍ରତିବାଦରେ ଏଭଳି ୧୨ ଘଣ୍ଟିଆ ବସ ବନ୍ଦ…
ଜାନୁୟାରୀ ମାସ ୧୬ ତାରିଖରୁ ପୁରୀ-ଅନୁଗୁଳ ସ୍ୱତନ୍ତ୍ର ଟ୍ରେନର ନିୟମିତ ସେବା ଭୁବନେଶ୍ୱର – ଜାନୁୟାରୀ ମାସ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ପୁରୀ ଠାରୁ ଅନୁଗୁଳ ମଧ୍ୟରେ ସପ୍ତାହରେ ତିନିଥର ଚଳାଚଳ କରିବ । ଜାନୁୟାରୀ ମାସ ଦ୍ୱିତୀୟ ସପ୍ତାହ…
ନିଜ ଦେହରେ ପେଟ୍ରୋଲ ଢାଳି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପୋଡାପଡା ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପାରିବାରିକ କଳହକୁ ନେଇ ପୋଡାପଡା ଗ୍ରାମର ବାପୁଜୀ ସାହୁ…