ଖେଳ ଓ ଖେଳାଳି ସରକାରୀ ପଲିଟେକନିକର ବାର୍ଷିକ କ୍ରୀଡା ଉତ୍ସବ ପାଳିତ Angul OnlineJanuary 9, 2023January 9, 2023 ଅନୁଗୁଳ – ଅନୁଗୁଳ ଜିଲ୍ଲା କୁଶାସିଙ୍ଗ ଗ୍ରାମରେ ଅବସ୍ଥିତ ସରକାରୀ ପଲିଟେକନିକର ବାର୍ଷିକ କ୍ରୀଡା ଉତ୍ସବ ସୋମବାର ଆରମ୍ଭ ହୋଇଛି । ମଙ୍ଗଳବାର ଦିନ ଏହା ଉଦଯାପିତ ହେବ । କଲେଜର ସମସ୍ତ ଛାତ୍ର ଛାତ୍ରୀ ଓ ଅଧ୍ୟାପକ ଏବଂ ଅଧ୍ୟାପିକା କଲେଜର ଚତୁର୍ପାଶ୍ୱ ପରିକ୍ରମା କରି କଲେଜ ଖେଳ ପଡିଆରେ ପହଞ୍ଚିବା ପରେ କଲେଜର ଅଧ୍ୟକ୍ଷ ଗୋପବନ୍ଧୁ ଘଡ଼ାଇଙ୍କ ଦ୍ୱାରା ମଶାଲ ସ୍ଥାପନ କରି ବାର୍ଷିକ କ୍ରୀଡା ଉତ୍ସବକୁ ଉଦଘାଟନ କରାଯାଇଥିଲା । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଡ. ଅନୁପ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦାନ ଦେଇଥିଲେ । ବିଗତ ଦୁଇ ବର୍ଷ ଧରି କରୋନା ମହାମାରୀ ପାଇଁ କ୍ରୀଡା ଉତ୍ସବ ଆୟୋଜନ ହୋଇନଥିବାରୁ ଚଳିତ ବର୍ଷ ଅନେକ ଉତ୍ସାହର ସହ ଛାତ୍ର ଛାତ୍ରୀ ବିଭିନ୍ନ ପ୍ରକାରର ଖେଳରେ ଅଂଶ ଗ୍ରହଣ କରିଥିଲେ । ପ୍ରଥମ , ଦ୍ୱିତୀୟ ଏବଂ ତୃତୀୟ ବର୍ଷର ସମସ୍ତ ଛାତ୍ର ଛାତ୍ରୀ କ୍ରୀଡା ରେ ଭାଗ ନେଇଥିଲେ । ଏହି କ୍ରୀଡା ଉତ୍ସବର ବିଭିନ୍ନ ପ୍ରତିଯୋଗିତା ପରିଚାଳନାରେ କଲେଜ ର ଉପ ସଭାପତି ଚିନ୍ମୟ ପଣ୍ଡା ଏବଂ ଅଧ୍ୟାପକ ତୁଷାର ମହନ୍ତଙ୍କ ସହ ମୋନାଲିଶା ବେହେରା , ଲୋପାମୁଦ୍ରା ସ୍ୱାଇଁ ,ଶ୍ୱେତଲୀନ ଶତପଥୀ, ଭାଗ୍ୟଶ୍ରୀ ପାତ୍ର ,ଜୟଶ୍ରୀ ମହାନ୍ତି , ରଶ୍ମି ଗଡ଼ପଲା ମୋନାଲିଶା ପାଣି ଅଧ୍ୟାପିକା ଗଣ ସହଯୋଗ କରିଥିଲେ । Advertisement
ଶୁଟିଂରେ ତନିଷ୍କାଙ୍କୁ ରୋପ୍ୟ ଏବଂ କାଂସ୍ୟ – ସମ୍ବର୍ଦ୍ଧିତ କଲେ ବିଧାୟକ ତାଳଚେର – ବନ୍ଧୁକ ଚାଳନା ପ୍ରତିଯୋଗିତାରେ ତାଳଚେର ପାଇଁ ଗର୍ବ ଓ ଗୌରବ ଆଣିଲେ ତାଳଚେର ରାଇଫଲ କ୍ଲବର ତନିଷ୍କା ସାମନ୍ତଙ୍କ ସମେତ ପାଞ୍ଚଜଣ ପ୍ରତିଯୋଗୀ ।…
ମନସୁନ୍ କ୍ରିକେଟ୍ ପ୍ରତିଯୋଗିତା ଉଦ୍ଘାଟିତ ଅନୁଗୁଳ – ସ୍ଥାନୀୟ ମା’ ବାସନ୍ତୀ ଦୁର୍ଗାପୂଜା ପଡ଼ିଆରେ ଆଜି ଉଦ୍ଘାଟିତ ହୋଇଛି ମନ୍ସୁନ କ୍ରିକେଟ୍ ପ୍ରତିଯୋଗିତା । ଏମ୍ବିସିସି ପକ୍ଷରୁ ଆୟୋଜିତ ଏହି ଦୁଇ ଦିନିଆ…
ତାଳଚେର ଠାରେ ହେବ ଇଣ୍ଡୋର ଷ୍ଟାଡିଅମ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଠାରେ ଏକ ନୂତନ ଇଣ୍ଡୋର ଷ୍ଟାଡିଅମ ତିଆରି ହେବ । ଏ ନେଇ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଓ ତାଳଚେର…