ଆଞ୍ଚଳିକ ଶାଶୁ ବୋହୁ ସମ୍ମିଳନୀ Angul OnlineJanuary 13, 2023January 13, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ନନ୍ଦପୁର ସ୍ୱାସ୍ଥ୍ୟ ଆରୋଗ୍ୟ ଉପକେନ୍ଦ୍ରରେ ଶାଶୁ ବୋହୁ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି ।ଶାଶୁ ବୋହୁଙ୍କ ମଧ୍ୟରେ ପରିବାର ନିୟନ୍ତ୍ରଣ ସହ ସୁରକ୍ଷିତ ମାତୃତ୍ୱ ଉପରେ ସଚେତନତା କରିବା ହେଉଛି ଏହି ସମ୍ମିଳନୀର ଲକ୍ଷ୍ୟ ।ଗର୍ଭାବସ୍ଥାରେ ଯତ୍ନ,ପ୍ରବସ ସମୟରେ ଦାଇତ୍ୱ,ପ୍ରସବ ପରବର୍ତ୍ତୀ ଯତ୍ନ ଉପରେ ଶାଶୁବୋହୁ ଙ୍କୁ ସ୍ୱାସ୍ଥ୍ୟ ସଚେତନତା ସହ ସରକାର ଙ୍କ ତରଫରୁ ଉପଲବ୍ଧ ସ୍ଥାୟୀ ,ଅସ୍ଥାୟୀ ଗର୍ଭ ନିରୋଧ ପଦ୍ଧତି ଉପରେ ସବିଶେଷ ଆଲୋଚନା କରାଗଲା।ଏହା ସହ ଗୋଷ୍ଠୀ ସ୍ତରରେ ଥିବା କିଛି ଭ୍ରାନ୍ତ ଧାରଣା ଦୂର ସହ,ଆନୁଷ୍ଠାନିକ ପ୍ରସବ,ଗର୍ଭାବସ୍ଥାରେ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା, ସମ୍ପୂର୍ଣ୍ଣ ଟୀକାକରଣ,ଲିଙ୍ଗ ଗତ ତାରତମ୍ୟ ଉପରେ ଆଲୋଚନା କରାଗଲା।ଶାଶୁ ଓ ବୋହୁ ମାନେ ନିଜ ନିଜର ମତ ରଖିବା ସହ ଶେଷରେ ସେମାନଙ୍କ ମଧ୍ୟରେ କୌତୁକ ପ୍ରତିଯୋଗିତା କରାଯାଇ ପୁରସ୍କୃତ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ନନ୍ଦପୁର ପଞ୍ଚାୟତ ସରପଞ୍ଚ ଶ୍ରୀଯୁକ୍ତ ଜଗବନ୍ଧୁ ସାହୁ,ସ୍ୱାସ୍ଥ୍ୟ ପରିଦର୍ଶିକା ସଚଳା ବିହାରୀ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ପଦ୍ମିନୀ ସାହୁ,ସ୍ୱାସ୍ଥ୍ୟ କର୍ମୀ ପଲ୍ଲବୀ ବିଶ୍ୱାଳ, ଅଙ୍ଗନବାଡ଼ି କର୍ମୀ ସୁଷମା ରାଉତ,ଆଶାକର୍ମୀ ସରସ୍ୱତୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । Advertisement
ଟ୍ରକରେ ଲୋଡିଙ୍ଗ ଦେବାକୁ କମ୍ପାନୀ ଅମଙ୍ଗ – ଚାଲୁ ରହିବ ଧାରଣା ଅନୁଗୁଳ – ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ବ୍ଲକରେ ଥିବା ଜିନ୍ଦଲ ଓ ନାଲକୋ କୋଇଲା ଖଣିରୁ କୋଇଲା ପରିବହନକୁ ନେଇ ଆଜି ପ୍ରଶାସନ ମଧ୍ୟସ୍ଥତାରେ କମ୍ପାନୀ ଓ…
ବିବାହ ବନ୍ଧନରେ ବାନ୍ଧି ହେଲେ ଯୁବ ବିଧାୟକ ଅନୁଗୋଳ – ବିବାହ ବନ୍ଧନରେ ବାନ୍ଧି ହେଲେ ପାଲଲହଡାର ଯୁବ ବିଧାୟକ ମୁକେଶ ପାଲ । ଆଜି ହିନ୍ଦୁ ରୀତି ନୀତି ଅନୁଯାୟୀ ଅନୁଗୋଳ ସ୍ଥିତ ଏକ…
ମା ବାସନ୍ତୀଙ୍କ ଆଶିଷ ଲାଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଅନୁଗୁଳ – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଅନୁଗୁଳ ଜିଲ୍ଲା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଦିନ ତମାମ ତାଳଚେରରେ ବିଭିନ୍ନ କାର୍ଯ୍ୟକ୍ରମରେ…