ଅପରାଧ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର Angul OnlineJanuary 14, 2023January 14, 2023 ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ବାଗଡିଆ ଥାନା ଅନ୍ତର୍ଗତ କଣଲୋଇରୁ କୋଡାନାଳି ଯାଇଥିବା ରାସ୍ତାର ନୁହୁରାଣୀ ନାଳ ନିିକଟରେ ଏକ ମହୁଲ ଗଛ ମୁଳରୁ ଅଜଣା ଯୁବକଙ୍କ ମୃତ ଦେହ ମିଳିଛି । ମୃତକ ଜଣକ ମହୁଲ ଗଛ ମୁଳରେ ମୁହଁ ମାଡି ପଡିଥିବା କିଛି ଗାଈ ଚରାଳି ଦେଖିବାକୁ ପାଇଥିଲେ । ଏହା ଦେଖି ଗାଈ ଚରାଳି ମାନେ ଘଟଣା ସମ୍ପର୍କରେ କଣଲୋଇ ସରପଞ୍ଚ ଜନ୍ମେଜୟ ମାଝୀଙ୍କୁ ଜଣାଇଥିଲେ । ସରପଞ୍ଚ ବାଗଡିଆ ଥାନାକୁ ଖବର ଦେବା ପରେ ବାଗଡିଆ ଥାନା ଅଧିକାରୀ ମାନସ କୁମାର ମହାକୁଳ ଓ ପୋଲିସ କର୍ମଚାରୀ ମାନେ ପହଁଚି ଶବକୁ ପଞ୍ଚନାମା କରିବା ସହିତ ଶବକୁ ଜବତ କରି ବ୍ୟବଛେଦ ନିମନ୍ତେ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ ।ଶବର ପରିଚୟ ମିଳିନଥିବାରୁ ସରକାରୀ ନିୟମାନୁଯାୟୀ ଶବକୁ ୪୮ଘଣ୍ଟା ପର୍ଯ୍ୟନ୍ତ ଶବ ସଂରକ୍ଷଣ ଗୃହରେ ରଖାଯିବ ବୋଲି ଜଣା ପଡ଼ିଛି । ସେପଟେ ଯୁବକଙ୍କ ମୃତ୍ୟୁ କିଭଳି ହେଲା ସେ ନେଇ ପୁଲିସ ତଦନ୍ତ କରୁଛି । Advertisement
ମା’କୁ ପିଟିପିଟି ହତ୍ୟା କଲା ସଇତାନ ପୁଅ ଅନୁଗୁଳ – ଜନ୍ମ କଲା ପୁଅ ହେଲା ସଇତାନ, ମା କୁ ପିଟି ପିଟି ହତ୍ୟା କଲା ପୁଅ । ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ଶୁଶୁଡା…
ଚୋରା ମହୁଲ ଜବତ – ଜଣେ ଗିରଫ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଜରପଡା ଥାନା ନାଉପଦା ଗାଁରେ ବେଆଇନ ଭାବେ ଗଚ୍ଛିତ ଥିବା ବିପୁଳ ପରିମାଣର ମହୁଲ ଫୁଲ ଜବତ କରିଛି ଅବକାରୀ ବିଭାଗ…
ମହିଳାଙ୍କ ବେକରୁ ଚେନ ଛିଣ୍ଡାଇ ପଳାଉଥିଲେ – ଗାଁ ଲୋକଙ୍କ ହାତରେ ଧରା ପଡି ଛେଚା ଖାଇଲେ ଜରପଡା – (ANGUL ONLINE)- ଅନୁଗୁଳ ଜିଲ୍ଲା ଜରପଡା ଥାନା ଜରପଡା ଗାଁ ଭିତରୁ ଜଣେ ମହିଳାଙ୍କ ବେକରୁ ସୁନା ଚେନ ଛିଣ୍ଡାଇ ଦୁଇ ଜଣ ଦୁର୍ବୃତ୍ତ…