Uncategorizedଅପରାଧ ରାଜପଥ ଲୁଟ ବେଳେ ଲୁଟେରାକୁ କାବୁ କଲେ ଗ୍ରାମବାସୀ Angul OnlineJanuary 20, 2023January 20, 2023 ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଦେଇ ଯାଇଥିବା ଅନୁଗୋଳ-ଛେଣ୍ଡିପଦା ୬୩ନଂ ରାଜ୍ୟ ରାଜପଥର କୋଶଳା ଚନ୍ଦନନଗର ଠାରେ ଗୁରୁବାର ବିଳମ୍ବିତ ରାତ୍ରୀରେ ଲୁଟେରା ମାନେ ଏକ ଟ୍ରକକୁ ଅଟକାଇ ଲୁଟ ଉଦ୍ୟମ କରୁଥିବାବେଳେ ଜଣେ ଲୁଟେରାକୁ କାବୁ କରିଥିଲେ ଗ୍ରାମବାସୀ । ସୂଚନା ଅନୁସାରେ ଗୁରୁବାର ବିଳମ୍ବିତ ରାତ୍ରୀରେ ଅନୁଗୋଳ-ଛେଣ୍ଡିପଦା ୬୩ନଂ ରାଜ୍ୟରାଜପଥ ଦେଇ ଯାଉଥିବା ଚନ୍ଦନନଗର ଠାରେ ଛିଡା ହୋଇଥିବା ଏକ ଟ୍ରକର ଚାଳକକୁ ୩ଜଣ ଯୁବକ ଏକ ପଳସର ମୋଟରସାଇକେଳରେ ଆସି ଚାଳକର ମୁଣ୍ଡରେ ପିସ୍ତଲ ଦେଖାଇ ଲୁଟ ଉଦ୍ୟମ କରିବା ସହ ମୋବାଇଲ ଓ ଟଙ୍କା ଛଡାଇଥିଲେ । ଏହି ସମୟରେ ଲୁଟ ଉଦ୍ୟମ ହେଉଥିବା ଜାଣି ସ୍ଥାନୀୟ ଗ୍ରାମବାସୀ ଦଉଡି ଆସିବାରୁ ଦୁଇ ଜଣ ଦୁର୍ବୃତ୍ତ ପଳାଇ ଯାଇଥିବାବେଳେ ଜଣକୁ ଗ୍ରାମବାସୀ କାବୁ କରିନେଇଥିଲେ । ଉକ୍ତ ଯୁବକକୁ ଗ୍ରାମବାସୀ ଏକ ଖୁଣ୍ଟରେ ବାନ୍ଧି ନିର୍ଧୁମ ଛେଚିଥିଲେ । ପରେ ଏ ନେଇ ପୁଲିସକୁ ଖବର ଦେଇଥିଲେ । ଖବରପାଇ ଛେଣ୍ଡିପଦା ପୁଲିସ ଘଟଣା ସ୍ଥଳରେ ପହଁଚି ଉକ୍ତ ଲୁଟେରାକୁ ଗ୍ରାମବାସୀଙ୍କ କବଳରୁ ଉଦ୍ଧାର କରିବା ସହ ଥାନାରେ ଅଟକ ରଖି ପଚରାଉଚରା ଚଲାଇଛନ୍ତି । ପୋଲିସ ପ୍ରାଥମିକ ତଦନ୍ତରୁ ଉକ୍ତ ଲୁଟେରା ଜଣକ ଅନୁଗୋଳ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଲୁଟ କରିଥିବାବେଳେ କିଛିଦିନ ତଳେ ଛେଣ୍ଡିପଦା ଅଞ୍ଚଳରେ ହୋଇଥିବା ଲୁଟରେ ମଧ୍ୟ ସମ୍ପୃକ୍ତି ଥିବାନେଇ ସନ୍ଦେହ କରିଛି । ପୁଲିସ ମୋଟରସାଇକେଲକୁ ଜବତ କରିବା ସହ ଲୁଟେରାକୁ ଅଟକ ରଖି ପଚରାଉଚରା କରି ଘଟଣାର ତଦନ୍ତ ଜାରିରଖିଛି । Advertisement
ପ୍ରେମ ପରେ ବିବାହ ଏବଂ ପରେ ପ୍ରତାରଣା ଅଭିଯୋଗ ଅନୁଗୁଳ – ପ୍ରେମ ନାଁରେ ପ୍ରତାରଣା । ଏମିତି ଏକ ଘଟଣା ଅନୁଗୁଳ ଜିଲ୍ଲାରେ ମଧ୍ୟ ଘଟି ଯାଇଛି । ଦେଢ଼ ବର୍ଷ ହେଲା ଭଲ ପାଇଲେ,…
ଟ୍ରକ ଧକ୍କାରେ ଜଣେ ମୃତ – ଡ୍ରାଇଭରକୁ ନିସ୍ତୁକ ମାଡ ମାରିଲେ ଲୋକେ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ୧୪୯ ନମ୍ୱର ଜାତୀୟ ରାଜପଥର ବହ୍ଲର ଛକ ନିକଟରେ ଦୁର୍ଘଟଣା । ସାଇକେଲ ଆରୋହିଙ୍କୁ ଏକ ଟ୍ରକ ଧକ୍କା ଦେବା…
ଦୁଇ ଟ୍ରକ ମୁହାଁମୁହିଁ ଧକ୍କା – ଜଣେ ମୃତ ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ବାଙ୍କଧରା ଛକ ନିକଟରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଜଣେ ଗାଡି ଚାଳକଙ୍କ ମୃତ୍ୟୁ…