ମୁଖ୍ୟ ଖବର ଜମିହରାଙ୍କୁ ମିଳିନି କ୍ଷତିପୂରଣ – ତିନି ଅଧିକାରୀଙ୍କ ଦରମା ବନ୍ଦ ପାଇଁ ନିର୍ଦେଶ ଦେଲେ ଉଚ୍ଚ ନ୍ୟାୟାଳୟ Angul OnlineJanuary 22, 2023January 22, 2023 ଅନୁଗୋଳ – ଜଳ ସେଚନ ପ୍ରକଳ୍ପ ପାଇଁ ଜମି ହରାଇଲେ । ତେବେ ସେହି କ୍ଷତିଗ୍ରସ୍ତ ଜମି ମାଲିକଙ୍କୁ ଏ ଯାଏଁ କ୍ଷତିପୂରଣ ମିଳିଲା ନାହିଁ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଉଚ୍ଚ ନ୍ୟାୟାଳୟ । ଆଉ ଏଥିପାଇଁ କ୍ଷତିପୂରଣ ନଦେବା ଯାଏଁ ଅନୁଗୋଳ ଜିଲ୍ଲାପାଳଙ୍କ ସହ ଅନ୍ୟ ଦୁଇ ଅଧିକାରୀଙ୍କ ଦରମା ବନ୍ଦ ରହିବାକୁ ନିର୍ଦେଶ ଦେଇଛନ୍ତି । ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ତହସିଲ କୁକୁରପେଟା କ୍ଷୁଦ୍ର ଜଳସେଚନ ପାଇଁ ସରକାର ୧୯୬୧ ମସିହାରେ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କରିଥିଲେ ସରକାର । ୬୦ ବର୍ଷ ତଳେ ପାଖାପାଖି ୧୧୮ ଟି ପରିବାର ଜମି ହରାଇ ଥିଲେ । ହେଲେ ସେବେଠାରୁ ଜମି ମାଲିକକ୍ଷତିପୂରଣ ପାଇନାହାଁନ୍ତି । ଏନେଇ ପ୍ରମୋଦ କୁମାର ପ୍ରଧାନଙ୍କ ସହ ଅନ୍ୟମାନେ କ୍ଷତିପୂରଣ ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ । କୋର୍ଟ ମାମଲାର ଶୁଣାଣି କରି କହିଛନ୍ତି ଯେ , ଜମିହରାଙ୍କୁ କ୍ଷତିପୂରଣ ନମିଳିବା ପର୍ଯ୍ୟନ୍ତ ଅନୁଗୋଳ ଜିଲ୍ଲାପାଳଙ୍କ ସମେତ ଦୁଇ ଜଣ ଅଧିକାରୀଙ୍କ ଦରମା ବନ୍ଦ ରହିବ । କୁକୁରପେଟା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନିର୍ମାଣ ପରେ ଏଥିରେ ଖରିଫ ୫୮୭ ହେକ୍ଟର ଏବଂ ରବି ଋତୁରେ ୧୨୧ ହେକ୍ଟର ଚାଷଜମିରେ ପାଣି ମାଡୁଥିବା ବେଳେ ଏଥିରେ କସିଡିହ, କରଡାବାହାଳି , ଥଳିପସି , ବ୍ରାହ୍ମଣବିଲ୍, ବାଲିନାଳ ଆଦି ଗାଁର ଚାଷୀ ଉପକୃତ ହେଉଥିଲେ । ମାତ୍ର ଏବେ ଏଠି ଭିନ୍ନ ଦୃଶ୍ୟ ଦେଖିବାକୁ ମିଳୁଛି । କ୍ଷୁଦ୍ର ଜଳସେଚନ ବିଭାଗ କେନାଲ ମରାମତି କରୁନଥିବା ବେଳେ ପ୍ରକଳ୍ପ ରକ୍ଷଣାବେକ୍ଷଣ କରାଯାଉନାହିଁ । ଫଳରେ ଚାଷୀମାନେ ଏବେ ଜଳ କର ଦେଉଥିଲେ ବି ଚାଷ ଜମିରେ ପାଣି ପାଉ ନାହାଁନ୍ତି । ବିସ୍ଥାପିତଙ୍କ ସପକ୍ଷରେ ହାଇକୋର୍ଟଙ୍କ ଏହି ରାୟକୁ ଜମିହରା ସ୍ବାଗତ କରିଛନ୍ତି । ମାତ୍ର କୋର୍ଟଙ୍କ ଏହି ରାୟ ଜମିହରା କ୍ଷତରେ ମଲମ ସାବ୍ୟସ୍ତ ହେବ ନା ୬୦ ବର୍ଷ ପରେ ବି ସେମାନଙ୍କୁ ଆହୁରି ଅପେକ୍ଷା କରିବାକୁ ପଡିବ ତାକୁ ନେଇ ଦ୍ଵନ୍ଦ ସୃଷ୍ଟି ହୋଇଛି । Advertisement
ଓକିଲଙ୍କୁ ଆକ୍ରମଣ କରିବା ଅଭିଯୋଗରେ ୬ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲାର ଜଣେ ଓକିଲଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ପୁଲିସ ୬ ଜଣଙ୍କୁ ଗିରଫ କରିଛି । ପୁଲିସ ସୂଚନା ଅନୁସାରେ, ଅନୁଗୁଳ ସଦର…
ରାଜପଥ କଡରୁ ଯାଯାବରଙ୍କୁ ହଟାଇଲା ପ୍ରଶାସନ ଅନୁଗୁଳ – ଅନୁଗୁଳ ଷ୍ଟାଡିୟମ ସାମ୍ନା ଜାତୀୟ ରାଜପଥ ୫୫ ପାର୍ଶ୍ବରେ ଆଧିପତ୍ୟ ବିସ୍ତାର କରୁଥିବା କେତେକ ଯାଯାବର ପରିବାରକୁ ପ୍ରଶାସନ ଉଚ୍ଛେଦ କରିଛି । ସହର…
୨୦୨୫-୨୬ ସୁଦ୍ଧା କାର୍ଯ୍ୟକ୍ଷମ ହେବ ମେଡ଼ିକାଲ କଲେଜ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଠାରେ ହେବାକୁ ଥିବା ମେଡ଼ିକାଲ କଲେଜ ୨୦୨୫-୨୬ ମସିହା ପୂର୍ବରୁ କାର୍ଯ୍ୟକ୍ଷମ ହେଉ ନାହିଁ । ବିଧାନସଭାରେ ମନ୍ତ୍ରୀଙ୍କ ଉତ୍ତରରୁ…