ମୁଖ୍ୟ ଖବର ପାଇପଲାଇନ ପାଇଁ ଖୋଳା ଯାଇଥିବା ଗାତରେ ପଡି ଜଣେ ମୃତ Angul OnlineJanuary 22, 2023January 22, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ସମଲ ଥାନା ଅନ୍ତର୍ଗତ ଗହମଠାରେ ରବିବାର ଏକ ଦୁର୍ଘଟଣା ଘଟିଛି । ଏକ ଠିକା ସଂସ୍ଥା ଦ୍ୱାରା ରାସ୍ତା କଡରେ ଖୋଳା ଯାଇଥିବା ଗାତରେ ପଡି ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ପରାବିଲ ଗ୍ରାମର ୪୧ ବର୍ଷୀୟ ଦୁଷ୍ମନ୍ତ କୁମାର ପ୍ରଧାନ । ସୂଚନା ଅନୁସାରେ, ଭୋର ସମୟରେ ଦୁଷ୍ମନ୍ତ ମୋଟରସାଇକେଲରେ ଯାଉଥିବା ବେଳେ ରାସ୍ତା କଡରେ ଥିବା ଗାତରେ ଖସି ପଡ଼ିଥିଲେ । ଘଟଣାସ୍ଥଳରୁ ତାଙ୍କୁ ତାଳଚେର ମେଡିକାଲକୁ ପଠା ଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏକ ଠିକା ସଂସ୍ଥା ଖମାର, କଣିହାଁ ଅଞ୍ଚଳରେ ନିୟମିତ ଭାବେ କାମକରି ପାଇପ ଲାଇନ ବିଛାଉଛି । ଏ ନେଇ ପାଲଲହଡା, ଖମାର, କଣିହାଁ, ସମଲ, ପବିତ୍ର ନଗର ଆଦି ଅଞ୍ଚଳରେ ୩-୪ ମିଟରର ଗାତ ଖୋଳାଯାଉଛି । ଯେଉଁ ସବୁ ଗାତ ଖୋଲିବା ପରେ ସୂଚନା ଫଳକ ଲଗା ଯାଉ ନାହିଁ । ଯାହା ଫଳରେ ଏଭଳି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପରେ କ୍ଷତି ପୁରାଣ ଦାବିରେ ସ୍ଥାନୀୟ ଲୋକେ ଓ ମୃତକଙ୍କ ପରିବାର ତାଳଚେର – ପାଲଲହଡ଼ା ରାସ୍ତା ଅବରୋଧ କରିଥିଲେ । ପରେ ବିଧାୟକ ମୁକେଶ ପାଳ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ମୃତକ ପରିବାରକୁ ସମବେଦନା ଜଣାଇବା ସହ ଠିକା ସଂସ୍ଥାର ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ । କ୍ଷତିପୂରଣ ରାଶି ପ୍ରଦାନ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । Advertisement
ଟ୍ରାଫିକ ନିୟମ ଉଲଂଘନକାରୀଙ୍କୁ ୧୩ ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କା ଜୋରିମନା ଅନୁଗୁଳ – ଅନୁଗୁଳ ସହରରେ ଚାଲିଥିବା ପୂଜା ମାହୋଲ ପୂର୍ବରୁ ନୂତନ ଏସ୍.ପି. ରାହୁଲ ଜୈନ ଯୋଗଦାନ କରିବା ପରେ ଅନୁଗୁଳ ପୁଲିସ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ…
ଶଙ୍ଖ ଧରିବେ ବିପ୍ଲବ !! – କଂଗ୍ରେସରୁ ଦେଲେ ଇସ୍ତଫା ଅନୁଗୁଳ – ଆଗକୁ ନିର୍ବାଚନ । ଏବେଠାରୁ ସବୁ ରାଜନୈତିକ ଦଳ ଏବଂ ରାଜନେତା ନିଜ ନିଜର ଗୋଟି ଚାଳନା ଆରମ୍ଭ କରିଦେଲେଣି । ସବୁ…
ହାତୀ ଆକ୍ରମଣରେ ଜଣେ ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲା ସାନହିଂସର ଗାଁରେ ହାତୀ ଆକ୍ରମଣରେ ପୁଣି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତ ବ୍ଯକ୍ତି ଜଣଙ୍କ ସାନହିଂସର ଗାଁର ହାଡିବନ୍ଧୁ…