ଆମ ଜଙ୍ଗଲ ଯୋଜନା ’ ଉପଦେଷ୍ଟାଙ୍କର ବନଖଣ୍ଡ ପରିଦର୍ଶନ

ଆମ ଜଙ୍ଗଲ ଯୋଜନା ’ ଉପଦେଷ୍ଟାଙ୍କର ବନଖଣ୍ଡ ପରିଦର୍ଶନ

ଅନୁଗୋଳ – ରାଜ୍ୟ ସରକାରଙ୍କ ‘ ଆମ ଜଙ୍ଗଲ ଯୋଜନା’ରେ ନୂତନ ଭାବେ ଅବସ୍ଥାପିତ ଉପଦେଷ୍ଟା ନାରାୟଣ ପଟ୍ଟନାୟକ , ଦୁଇଦିନିଆ ଅନୁଗୁଳ ଜିଲ୍ଲା ପରିଦର୍ଶନରେ ଆସିଥିଲେ । ଏହି ଦୁଇ ଦିନିଆ ଗସ୍ତ ମଧ୍ୟରେ ସେ ଅନୁଗୋଳ ବନଖଣ୍ଡର ଜରପଡା ଓ ଅନୁଗୋଳ ବନାଞ୍ଚଳ ଅନ୍ତର୍ଗତ ବିଭିନ୍ନ ବନ ସୁରକ୍ଷା ସମିତି ପରିଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ‘ ବସୁଧା ‘ ଯୋଜନାର ଉପଦେଷ୍ଟା ଦିନେଶ ପ୍ରଧାନ , ଛେଣ୍ଡିପଦା ବିଧାୟକଙ୍କ ପ୍ରତିନିଧ୍ , ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟା , ସ୍ଥାନୀୟ ଲୋକ ପ୍ରତିନିଧି , ଆମ ଜଙ୍ଗଲ ଯୋଜନା ପ୍ରକଳ୍ପ ପରିଚାଳନା ଏକକର ପ୍ରତିନିଧି , ଅନୁଗୁଳ ବନଖଣ୍ଡ ଅଧିକାରୀ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ମାନେ ଉପସ୍ଥିତ ରହି ‘ ଆମ ଜଙ୍ଗଲ ଯୋଜନା ‘ କାର୍ଯ୍ୟକ୍ରମର ସଫଳତା ସହିତ ସ୍ଥାନୀୟ ଲୋକମାନଙ୍କର ମୌଳିକ ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ । ଏଥି ସହିତ ସେ ଉପସ୍ଥିତ ଗ୍ରାମବାସୀ , ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ଲୋକ ପ୍ରତିନିଧି ମାନଙ୍କ ସହିତ ମିଶି ଜଙ୍ଗଲ ସୁରକ୍ଷା ନିମନ୍ତେ ତିନି ଗୋଟି ବନ ସୁରକ୍ଷା ସମିତିକୁ ( ତେନ୍ତୁଳି , ଜେରଙ୍ଗ ଦେହୁରୀସାହି ଓ ସରୁଆଳି ବନ ସୁରକ୍ଷା ସମିତିକୁ ) ହସ୍ତାନ୍ତରିତ ଜଙ୍ଗଲ ଅଞ୍ଚଳ ପରିଦର୍ଶନ କରି ଏହାର ସାଂପ୍ରତିକ ପରିସ୍ଥିତି ଓ ଜୈବ ବିବିଧତା ବିଷୟରେ ଅବଗତ ହୋଇ ଆବଶ୍ୟକ ପରାମର୍ଶ ଦେଇଥିଲେ । ଏତଦ୍ ବ୍ୟତୀତ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାସବୁ ସେମାନଙ୍କ ପାଖରେ ସଠିକ ଭାବରେ ପହଞ୍ଚୁଛି କି ନାହିଁ , ଏ ବିଷୟରେ ମଧ୍ୟ ପଚାରି ବୁଝିବାସହ କିଛି ମୌଳିକ ସମସ୍ୟାର ତ୍ୱରିତ ସମାଧାନ ପାଇଁ ଉପସ୍ଥିତ ଲୋକ ପ୍ରତିନିଧି ଓ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply