ମୁଖ୍ୟ ଖବର ହାତୀ ନେଲା ପୁଣି ଏକ ଜୀବନ Angul OnlineFebruary 1, 2023February 1, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲାରେ ହାତୀଙ୍କ ଉତ୍ପାତ ଜିଲ୍ଲାରେ ଥମୁନି। ହାତୀ ହାବୁଡ଼ରେ ପଡି ଆଜି ପୁଣି ଜଣଙ୍କ ଜୀବନ ଯାଇଛି । ଅନୁଗୋଳ ବ୍ଲକ ବସଲା ଗ୍ରାମରେ ଜଣେ ବୃଦ୍ଧଙ୍କୁ ହାତୀ କଚାଡି ମାରିଛି । ମୃତ ବୃଦ୍ଧ ହେଲେ ସିଧେଶ୍ୱର ସେଠୀ ମଙ୍ଗଳବାର ପୂର୍ବାହ୍ନରେ ବଉଳି ନାଳ ନିକଟକୁ କାଠ ସଂଗ୍ରହ କରିବାକୁ ଆସିଥିଲେ । ମାତ୍ର ଘରକୁ ଫେରି ନଥିଲେ । ପରିବାର ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କୁ ପାଇ ନଥିଲେ । ଆଜି ସକାଳୁ ଏକ ବୁଦା ମଧ୍ୟରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ହାତୀ ଆକ୍ରମଣରେ ତାଙ୍କ ଅନ୍ତବୁଜୁଲା ବାହାରି ପଡିଛି । ଗତକାଲିଠାରୁ ଏହି ଅଞ୍ଚଳରେ ହାତୀ ରହିଛନ୍ତି । ଏହାକୁ ନେଇ ଗ୍ରାମରେ ଅସନ୍ତୋଷ ପ୍ରକାଶ ପାଇଛି । ବନ ବିଭାଗ ଓ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ କରିବା ସହ ତଦନ୍ତ କରୁଛନ୍ତି । Advertisement
ଗୁଳିବିଦ୍ଧ ହାତୀର ମୃତଦେହ ଉଦ୍ଧାର ଅନୁଗୋଳ – ଅନୁଗୋଳ ଜିଲା ସାତକୋଶିଆ ଡିଭିଜନର ଜିଲିଣ୍ଡା ରେଞ୍ଜ , କଟରଙ୍ଗ ସେକ୍ସନ, ବାଙ୍କଧର ଅଞ୍ଚଳରେ ଦନ୍ତା ହାତୀର ଗଳିତ ମୃତ ଦେହ ଉଦ୍ଧାର ହୋଇଛି…
ପୁଲିସର ବର୍ବରତା ଅଭିଯୋଗ – ଥାନାରେ ମାମଲା ପାଲଲହଡା – ଅନୁଗୋଳ ଜିଲ୍ଲା ପାଲଲହଡ଼ା ଥାନାରେ ଥାନା ପୁଲିସର ବର୍ବରତା ଓ ଥାର୍ଡ ଡିଗ୍ରି ଘଟଣାରେ ଏସ୍ଆଇଙ୍କ ସମେତ ୩ ଜଣଙ୍କ ନାଁରେ ମାମଲା ରୁଜୁ…
ପଡ଼ୋଶୀକୁ ଟାଙ୍ଗିରେ ହାଣି ହତ୍ୟା ମାମଲା – ଶଳା-ଭିଣୋଇକୁ ଆଜୀବନ ଜେଲ ଅନୁଗୋଳ – ଅନୁଗୋଳ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ କୋର୍ଟରେ ଏକ ହତ୍ୟା ମାମଲାର ରାୟ ମଙ୍ଗଳବାର ପ୍ରକାଶ ପାଇଥିବା ବେଳେ ବିଚାରପତି ରଞ୍ଜିତା ଜ୍ୟୋତିଶି…