ପାଠଶାଳା ଦେବ ନବମାଳତୀ ମେଧା ସମ୍ମାନ

ପାଠଶାଳା ଦେବ ନବମାଳତୀ ମେଧା ସମ୍ମାନ

ଅନୁଗୋଳ – ସାମାଜିକ ଅନୁଷ୍ଠାନ ପାଠଶାଳା ୨୦୨୧ ମସିହାରେ ପ୍ରତିଷ୍ଠିତ ହୋଇଥିବା ବେଳେ ଏହି ଅନୁଷ୍ଠାନ ଶିକ୍ଷା ପାଇଁ ସମର୍ପିତ ଭାବ ରଖି ତାର କାର୍ଯ୍ୟ ଜାରି ରଖିଛି । ଅନୁଷ୍ଠାନ ଦ୍ୱାରା ରାଧା ମୋହନ ଗଡ଼ନାୟକଙ୍କ ନାମରେ ଏକ ମୁକ୍ତ ପାଠାଗାର ଖୋଲାଯାଇଛି । ଏଠାରେ ବିଭିନ୍ନ ପୁସ୍ତକ ପାଠକମାନଙ୍କୁ ମାଗଣାରେ ପଢିବାକୁ ଯୋଗାଇ ଆସିଛି । ଇତି ମଧ୍ୟରେ ପ୍ରାୟ ଶହେ ଜଣ ପାଠକ ପାଠାଗାରରୁ ବହିନେଇ ପଢି ଉପକୃତ ହୋଇଛନ୍ତି । କୋଭିଡ ମହାମାରୀ ସମୟରେ ଘରେ ରହୁଥିବା ଜନସାଧାରଣଙ୍କୁ ମାଗଣାରେ ପଢିବାକୁ ବିଭିନ୍ନ ପୁସ୍ତକ ମଧ୍ୟ ପ୍ରଦାନ କରିଛି । ଆର୍ଥିକ ଅବସ୍ଥା ଭଲ ନଥିବା ଛାତ୍ରଛାତ୍ରୀଙ୍କୁ ସାହାଯ୍ୟ କରିଆସିଛି ଏହି ଅନୁଷ୍ଠାନ । ବିଭିନ୍ନ ଶିଶୁ ଗୃହ, ଗରିବ ଛାତ୍ର ଛାତ୍ରୀଙ୍କୁ ପାଠ୍ୟ ଉପକରଣ ପ୍ରଦାନ କରିବା ଏବଂ ଅନେକ ଶିକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରି ଆସୁଛି । ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରିବା ସହ ଚଳିତ ବର୍ଷ ଠାରୁ କିଛି ନୁଆଁ କରିବାକୁ ଚେଷ୍ଟା କରିଛି ପାଠଶାଳା । ଆଜି ଏନେଇ ଅନୁଷ୍ଠାନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆ ଯାଇଛି । ଅନୁଷ୍ଠାନ ପକ୍ଷରୁ ଚଳିତ ବର୍ଷ ଦଶମ ଓ ଦ୍ୱାଦଶ ଶ୍ରେଣୀ(ଉଭୟ ଓଡ଼ିଆ ଏବଂ ଇଂରାଜୀ ମାଧ୍ୟମ )ପରୀକ୍ଷା ରେ ଶ୍ରେଷ୍ଠ ସ୍ଥାନ ପାଇଥିବା ଛାତ୍ରଛାତ୍ରୀମାନଙ୍କୁ ନବମାଳତୀ ମେଧା ସମ୍ମାନ ପ୍ରଦାନ କରାଯିବ । ଓଡ଼ିଆ ଭାଷାରେ ଶ୍ରେଷ୍ଠତ୍ୱ ପାଇଥିବା ଛାତ୍ରଛାତ୍ରୀଙ୍କୁ ପଦ୍ମଶ୍ରୀ ରାଧାମୋହନ ଗଡ଼ନାୟକ ଭାଷା ସମ୍ମାନ ପ୍ରଦାନ କରାଯିବ । ଏତଦବ୍ୟତୀତ ଦଶମ ଓ ଦ୍ୱାଦଶଶ୍ରେଣୀ ପରୀକ୍ଷାରେ ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିବା ବିଦ୍ୟାଳୟ ଗୁଡିକୁ ମଧ୍ୟ ଶ୍ରେଷ୍ଠ ବିଦ୍ୟାଳୟ ସମ୍ମାନ ପ୍ରଦାନ କରାଯିବ ବୋଲି ସୂଚନା ଦିଆ ଯାଇଛି । ଏହା ସହ ଶିକ୍ଷା ଅନଗ୍ରସର ଅଂଚଳରେ ମାଗଣା ଶିକ୍ଷାଦାନର ବ୍ୟବସ୍ଥା , ଆର୍ଥିକ ସ୍ତରରେ ଦୁର୍ବଳ ଛାତ୍ରଛାତ୍ରୀଙ୍କୁ ଉଚ୍ଚତର ଶିକ୍ଷା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରିବାକୁ ନିଷ୍ପତି ମଧ୍ୟ ନିଆ ଯାଇଛି । ଅନୁଷ୍ଠାନର ସଭାପତି ନିରୋଦ କୁମାର ସାହୁଙ୍କ ତତ୍ୱାବଧାନ ରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଭବାନୀ ଶଙ୍କର ସାହୁ, ନୀତିଶ ବେହେରା, ଦିବ୍ୟଜ୍ୟୋତି ନାୟକ, ଶୁଭଙ୍କର ସାହୁ, ଲିଙ୍ଗରାଜ ମୁଦୁଲି ଉପସ୍ଥିତ ଥିଲେ ।

What’s your Reaction?
+1
0
+1
1
+1
0
+1
0
+1
2
+1
0
+1
0

Leave a Reply