ମୁଖ୍ୟ ଖବର ମୋଟରସାଇକେଲ – ସ୍କୁଟର ଧକ୍କା ଜଣେ ମୃତ , ଜଣେ ଗୁରୁତର Angul OnlineFebruary 9, 2023February 9, 2023 ଅନୁଗୋଳ – ଅନୁଗୋଳ ଟାଉନ୍ ଥାନା କୁରୁଡୁଲ ଠାରେ ଏକ ମୋଟରସାଇକେଲ ଏବଂ ସ୍କୁଟର ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ସ୍କୁଟର ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟରସାଇକେଲ ଆରୋହୀ ଗୁରୁତର ହୋଇଛନ୍ତି । ମୃତକ ଜଣଙ୍କ ହେଲେ କୁରୁଡୁଲ ଗ୍ରାମର ଯୁବ ଆଇନଜୀବୀ ସିଦ୍ଧାନ୍ତ ପ୍ରଧାନ ବୋଲି ଜଣା ପଡ଼ିଛି । ଗୁରୁତର ମୋଟରସାଇକେଲ ଚାଳକ କୁରୁଡୁଲ ଗ୍ରାମର ପିଣ୍ଟୁ ପ୍ରଧାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସୂଚନା ମୁତାବକ , ଏକ ବାହାଘରରେ ଯୋଗ ଦେବାକୁ ସିଦ୍ଧାନ୍ତ ଅପରାହ୍ଣ ୨ଟା ବେଳେ ଘରୁ ବାହାରି ଯାଉଥିଲେ । ସେ ସ୍କୁଟରରେ କୁରୁଡୁଲ ପଟୁ ଆସୁଥିବା ବେଳେ ଅନୁଗୋଳ ପଟୁ ମୋଟରସାଇକେଲରେ ଯାଉଥିବା ପିଣ୍ଟ ପ୍ରଧାନଙ୍କ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ଫଳରେ ଉଭୟ ଛିଟିକି ହୋଇ ପଡ଼ିଥିଲେ । ଘଟଣା ସ୍ଥଳରେ ହିଁ ସିଦ୍ଧାନ୍ତଙ୍କ ମୃତ୍ୟୁ ହୋଇଥିଲା । ସ୍ଥାନୀୟ ଲୋକ ପିଣ୍ଟୁଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । Advertisement
ପୁଣି ଅଲୋଡା ହେଲା ଶିଶୁକନ୍ୟା ବନ୍ତଳା – ଅନୁଗୁଳ ଜିଲ୍ଲାରେ ପୁଣି ଶିଶୁକନ୍ୟା ଅଲୋଡ଼ା ହୋଇଛି । ଜନ୍ମ ପରେ ରାସ୍ତା କଡକୁ ଫିଙ୍ଗିଦେଇ ମା ଚାଲି ଯାଇଛି । ଏଭଳି ଏଭଳି…
ଆମ୍ବ ଲୋଭ କରି ଗଛରେ ଲାଖି ରହିଲା ହାତୀ – ୫ ଘଣ୍ଟା ପରେ ହେଲା ଉଦ୍ଧାର ଅନୁଗୋଳ – ଆମ୍ବ ଖାଇବାକୁ ଆସି ଫସିଗଲା ହାତୀ । ଗୋଡ଼ ଫସି ଯିବାରୁ ଦୁଇ ଗଛ ମଝିରୁ ବାହାରି ପାରିଲା ନାହିଁ । ଦୀର୍ଘ ୫…
ବିଷ ପିଇଲେ ପ୍ରେମିଯୁଗଳ ଅନୁଗୁଳ – ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ । ହିନ୍ଦୋଳ ଅଞ୍ଚଳରେ ଏଭଳି ଘଟଣା ଘଟିଥିବା ବେଳେ ଉଭୟ ଗୁରୁତର ଅବସ୍ଥାରେ ଏବେ ଅନୁଗୁଳ ଜିଲ୍ଲା ମୁଖ୍ୟ…