ମୁଖ୍ୟ ଖବର ପୁଲିସ ର ମାଡରେ ଯୁବକ ଗୁରୁତର ଅଭିଯୋଗ Angul OnlineFebruary 11, 2023February 11, 2023 ପାଲଲହଡା – ଅନୁଗୋଳ ଜିଲ୍ଲା ଖାମାର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମର ଆଦିତ୍ୟ ବେହେରା ପୁଲିସର ମାଡରେ ଗୁରୁତର ହୋଇଥିବା ଅଭିଯୋଗ ହୋଇଥିବା ବେଳେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରାଯାଇଛି । ଆଦିତ୍ୟ ବେହେରାଙ୍କ ଅଭିଯୋଗ ଯେ, ଗତ ବୁଧବାର ଦିନ ବ୍ୟାଙ୍କକୁ ଯାଇଥିଲେ । ସେଠାରେ ଟଙ୍କା ଡିପୋଜିଟ୍ କରି ଘରକୁ ଆସିଥିଲେ । ସେହି ବୁଧବାର ଦିନ ପାଲଲହଡ଼ା ଅଞ୍ଚଳର ଜଣେ ବ୍ୟକ୍ତିଙ୍କର ୧ ଲକ୍ଷ ଟଙ୍କା ଚୋରି ହୋଇଥିଲା । ଏହି ଚୋରି ସମ୍ପର୍କରେ ଅନୁସନ୍ଧାନ ବେଳେ ଆଦିତ୍ୟ ବେହେରାଙ୍କୁ ସନ୍ଦେହ କରି ପାଲଲହଡ଼ା ପୁଲିସ ଉଠାଇ ନେଇଥିଲା । ଆଦିତ୍ୟଙ୍କୁ ଦୁଇ ଦିନ ଧରି ପାଲଲହଡ଼ା ପୁଲିସ ମାଡ ମାରିଥିବା ସେ ଅଭିଯୋଗ କରିଛନ୍ତି । ଯାହା ଫଳରେ ଆଦିତ୍ୟଙ୍କ ଗୋଡ, ହାତ, ଛାତି, ମୁହଁରେ ଗଭୀର ଆଘାତ ଲାଗିଛି । ତେବେ ଆଦିତ୍ୟଙ୍କ ଅଭିଯୋଗ ନେଇ ପାଲଲହଡା ପୁଲିସର ପ୍ରତିକ୍ରିୟା ମିଳି ପାରି ନାହିଁ । ତେବେ ପୁଲିସର ଏଭଳି ଥାର୍ଡ ଡିଗ୍ରୀକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯିବା ସହ ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । Advertisement
ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ଗଲା ଚାଷୀଙ୍କ ଜୀବନ – ଟ୍ରାନ୍ସଫର୍ମରରେ ଲାଗି ମୃତ ଅନୁଗୁଳ – ଅନୁଗୁଳ ସଦର ଥାନା ମୁଷାପାପୁଲି ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏକ ବିଦ୍ୟୁତ ଟ୍ରାନ୍ସଫର୍ମର ରେ ଲାଗି ଜଣେ…
ଜଳିଗଲା ସ୍କୁଲ ବସ adv- ଅନୁଗୁଳ – ଅନୁଗୁଳ ଉପକଣ୍ଠ ପଞ୍ଚମହଲା ସ୍ଥିତ ଆଦର୍ଶ ଇଞ୍ଜିନିୟରିଂ କଲେଜର ବସ୍ରେ ସର୍ଟ ସର୍କିଟ୍ ଯୋଗୁଁ ଦୁଇଟି ବସରେ ଅଗ୍ନିକାଣ୍ଡ ହୋଇଥିବା ବେଳେ ଗୋଟିଏ…
ରାସ୍ତା ଉପରେ ଜଳିଗଲା ବୁଲେଟ ଅନୁଗୁଳ – ରାସ୍ତା ଉପରେ ଜଳିଗଲା ବୁଲେଟ । ଆଉ ନିମିଷକ ମଧ୍ୟରେ ହୁତୁହୁତୁ ହୋଇ ଜଳି ପାଉଁଶ ପାଲଟିଗଲା । ଦେଖଣାହାରୀ ହୋଇ ରହିଗଲେ ଗାଡି…