ଅପରାଧ ସ୍କୁଲ ଛାତ୍ରୀଙ୍କୁ ବସ ହେଲପରଙ୍କ ମାଡ଼ ଅଭିଯୋଗ Angul OnlineFebruary 11, 2023February 11, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଫୁଲପଡାଠାରେ ଥିବା ଏକ ଘରୋଇ ସ୍କୁଲର ଛାତ୍ରୀଙ୍କୁ ସ୍କୁଲ ବସର ହେଲପର ମାଡ଼ ମାରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ସାନ୍ତରାପୁର ଗ୍ରାମର ଜଣେ ୬ଷ୍ଠ ଶ୍ରେଣୀର ଛାତ୍ରୀ ଫୁଲପଡା ଅଞ୍ଚଳରେ ଥିବା ପ୍ରଜ୍ଞା ଜାଗୃତି ଶିକ୍ଷା ନିକେତନ ନାମକ ଏକ ସ୍କୁଲରେ ପାଠ ପଢନ୍ତି । ସମ୍ପୃକ୍ତ ଛାତ୍ରୀ ଜଣଙ୍କ ସ୍କୁଲ ବସରେ ଯିବା ଆସିବା କରନ୍ତି । ତେବେ ସ୍କୁଲ ବସର ହେଲପର ବିନା କାରଣରେ ସମ୍ପୁକ୍ତ ଛାତ୍ରୀଙ୍କୁ ଏକ ବାଡ଼ିରେ ମୁଣ୍ଡକୁ ପିଟିଥିଲେ । ଫଳରେ ଛାତ୍ରୀ ଜଣଙ୍କ ମୁଣ୍ଡ ଫୁଲି ଯାଇଥିବା ବେଳେ ତାଙ୍କୁ ଅସହ୍ୟ ଯନ୍ତ୍ରଣା ହୋଇଥିଲା । ଏ ନେଇ ଛାତ୍ରୀଙ୍କ ପରିବାର ସ୍କୁଲ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଥିଲେ । ତେବେ ସ୍କୁଲ କର୍ତ୍ତୃପକ୍ଷ ଏ ନେଇ କୌଣସି କର୍ଣ୍ଣପାତ ନ କରିବାରୁ ବାଧ୍ୟ ହୋଇ ଏ ନେଇ ବଅଁରପାଳ ଥାନାରେ ଅଭିଯୋଗ କରା ଯାଇଛି । Advertisement
ଉପହାର ପାଇବା ଲୋଭରେ ହରାଇଲେ ଲକ୍ଷେ ଟଙ୍କା ଅନୁଗୁଳ – ସାଇବର ଠକେଇ ନେଇ ପୁଲିସ ପକ୍ଷରୁ ସଚେତନ କରା ଯାଉଛି । ଏହି ସଚେତନତା ସପ୍ତାହ ଭିତରେ ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ଉପହାର…
ଚାକିରି ଦେବା ନାଁରେ ଟଙ୍କା ଠକେଇ ଅଭିଯୋଗ – ୨ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ପୁଲିସ ଚାକିରି ଦେବାକୁ କହି ୪୩ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ୨ ଜଣକୁ ଗିରଫ କରି କୋର୍ଟ…
ନାତିର ଠେଙ୍ଗା ମାଡ଼ରେ ଅଜା ମୃତ ପାଲଲହଡା – ଅନଗୁଳ ଜିଲ୍ଲା ପାଳଲହଡା ଥାନା ବତିସୁଆଁ ପଞ୍ଚାୟତ ଅନ୍ତର୍ଗତ ହାତୀମୁଣ୍ଡ ଗାଁରେ ଅଭାବନୀୟ ଘଟଣା ଘଟିଛି । ପାରିବାରିକ ଗଣ୍ଡଗୋଳ ଯୋଗୁଁ ନାତିର ଠେଙ୍ଗା…