ମୁଖ୍ୟ ଖବର ନାବାଳିକା ଦୁଷ୍କର୍ମକାରୀଙ୍କୁ କାରାଦଣ୍ଡାଦେଶ Angul OnlineFebruary 15, 2023February 15, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲାର ଜଣେ ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଥିବା ଜଣାଯାଇଛି । ସୂଚନା ଅନୁସାରେ ଗତ ୨୦୧୯ ମସିହା ଜାନୁଆରୀ ୧୯ ତାରିଖ ରାତି ୧୧ ଟା ବେଳେ କିଶୋରନଗର ଥାନା ଅନ୍ତର୍ଗତ ଗୁରୁଜାଙ୍ଗ ଗ୍ରାମର ଗଜେନ୍ଦ୍ର ବେହେରା ସେହି ଗ୍ରାମର ଜନୈକା ନାବାଳିକାଙ୍କ ଘରେ ପଶି ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲା ।ଏ ସଂପର୍କରେ ନାବାଳିକାର ପରିବାର ପକ୍ଷରୁ ଗାଁ କମିଟି କୁ ଜଣାଇଥିଲେ ।ଫଳରେ ଏହି ଘଟଣାକୁ ନେଇ ଗାଁରେ ଏକ ବୈଠକ ମଧ୍ୟ ବସିଥିଲା । କିନ୍ତୁ ଉକ୍ତ ବୈଠକରେ ଘଟଣାର କୌଣସି ସମାଧାନ ହେବା ପରିବର୍ତ୍ତେ ଅଭିଯୁକ୍ତ ଗଜେନ୍ଦ୍ର ଓ ତା ଭାଇ ଭଜମନ ବେହେରା ମିଶି ନାବାଳିକାର ପରିବାର ସଦସ୍ୟଙ୍କୁ ଗାଳି ଗୁଲଜ କରିବା ସହ ମଡପିଟ କରିଥିଲେ ।ଫଳରେ ନାବାଳିକାର ମା ଏହି ଘଟଣା ସଂପର୍କରେ କିଶୋରନଗର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଫଳରେ କିଶୋରନଗର ଥାନା ପୁଲିସ ଦଫା 376/2i/323/294/506,34ଆଇପିଶି 4 ପୋସ୍କୋ ଆକ୍ଟରେ ମାମଲା ରୁଜୁ କରି ଅଭିଯୁକ୍ତ ଭଜମନ ବେହେରା ଏବଂ ଗଜେନ୍ଦ୍ର ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ।କିନ୍ତୁ ଆଜି ମାନ୍ୟବର ଅତିରିକ୍ତ ଜିଲ୍ଲା ସେସନ୍ ଜଜ୍ ଫାଷ୍ଟଟ୍ରାକ ସ୍ପେଶାଲ କୋର୍ଟ ପୋସ୍କୋ ପ୍ରେମ ରାଜ ବହିଦାର ୨୧ ଜଣ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଅଭିଯୁକ୍ତ ଗଜେନ୍ଦ୍ରକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିବା ସହ ୨୦ ହଜାର ଟଙ୍କା ଜୋରିମାନା ଆଦେଶ କରିଛନ୍ତି।ଜୋରିମାନା ଅନାଦେୟ ହେଲେ ଅଧିକ ୩ ମାସ ଜେଲ ଦଣ୍ଡ ଶୁଣାଣି କରିଛନ୍ତି । ସେହିପରି ଭଜମନ ବେହେରା କୁ ୧ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବାସହ ୨୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ଅଧିକ ୩ ମାସ ଜେଲ ଦଣ୍ଡ ଶୁଣାଣି କରିଛନ୍ତି । ସରକାରଙ୍କ ପକ୍ଷରୁ ସ୍ପେଶାଲ୍ ପିପି ସୁଶାନ୍ତ କୁମାର ମିଶ୍ର କେସ ପରିଚାଳନା କରୁଥିଲେ । Advertisement
ବିଦ୍ୟୁତ ଆଘାତରେ ଶ୍ରମିକ ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରେ ପଶ୍ଚିମବଙ୍ଗରୁ ଆସି କାର୍ଯ୍ୟ କରୁଥିବା ଜଣେ ଶ୍ରମିକଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ପଶ୍ଚିମବଙ୍ଗ…
ରଙ୍ଗ ନମ୍ବରରୁ ବିବିାହିତା ମହିଳାଙ୍କ ପ୍ରେମ – ଆଉ ପ୍ରତାରଣା ଅଭିଯୋଗରେ ପ୍ରେମିକ ଘର ଆଗରେ ଧାରଣା ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଗୋହିରାପଶି ଗ୍ରାମରେ ପ୍ରେମିକ ଘର ଆଗରେ ନିଜର ୩ ବର୍ଷର ପୁଅକୁ ଧରି ଗର୍ଭବତୀ ମା ଧାରଣାରେ ବସିଛନ୍ତି…
ଭକ୍ତ ବିନା ପୂଜା ପାଇବେ ମା’ ଅଗ୍ନିସ୍ଵରୂପା ହିଙ୍ଗୁଳା ତାଳଚେର – ଚଳିତ ବର୍ଷ ମା ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ବିନା ଭକ୍ତରେ ଅନୁଷ୍ଠିତ ହେବ । କୋଭିଡର ଭୟାବହତାକୁ ଦୃଷ୍ଟିରେ ରଖି ମନ୍ଦିର ପରିଚାଳନା କମିଟି…