ଭଲ ଖବର ଆଠମଲ୍ଲିକରେ ହେବ ଅତ୍ୟାଧୁନିକ ବସଷ୍ଟାଣ୍ଡ Angul OnlineFebruary 17, 2023February 17, 2023 ଆଠମଲ୍ଲିକ – ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ସହରରେ ନିର୍ମାଣ ହେବ ଏକ ଅତ୍ୟାଧୁନିକ ବସଷ୍ଟାଣ୍ଡ । ଏଥିପାଇଁ ସରକାରଙ୍କ ମଞ୍ଜୁରୀ ମିଳିଛି । ବସଷ୍ଟାଣ୍ଡ ନିର୍ମାଣରେ ପ୍ରାୟ ୩ କୋଟି ୧୩ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଏହି ବସଷ୍ଟାଣ୍ଡ ନିର୍ମାଣ ହେବା ଫଳରେ ଆଠମଲ୍ଲିକର ରହିଥିବା ଦୀର୍ଘଦିନର ସମସ୍ୟା ଦୂର ହେବ ବୋଲି ଅନୁମାନ କରାଯାଉଛି । ଆଠମଲ୍ଲିକ ସହରରେ ଏକ ଭଲ ବସଷ୍ଟାଣ୍ଡ ନ ଥିଲା । ତେଣୁ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଦାବି ଉଠିଥିଲା ଶେଷରେ ପ୍ରସ୍ତାବିତ ବସଷ୍ଟାଣ୍ଡକୁ ପ୍ରଶାସନର ମଞ୍ଜୁରୀ ମଳିଛି । ପୁରୁଣା କୋଠାକୁ ଭାଙ୍ଗି ଏଠାରେ ୩ ମହଲା ବିଶିଷ୍ଟ ବସ୍ ଟର୍ମିନାଲ ନିର୍ମାଣ କରାଯିବ । ସେହିପରି ବସଷ୍ଟାଣ୍ଡ ଭିତରେ ବିଭିନ୍ନ ଆନୁଷଙ୍ଗିକ ବ୍ୟବସ୍ଥା କରାଯିବ ଗାଡ଼ି ପାକିଂ ସହ ବସଷ୍ଟାଣ୍ଡ ପାଇଁ ସ୍ବତନ୍ତ୍ର ପାଚେରି ନିର୍ମାଣ ହେବ । ଯାତ୍ରୀଙ୍କ ସୁବିଧା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ ବୋଲି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଚିଠିରେ କୁହାଯାଇଛି । ଅପରପକ୍ଷରେ ନୂଆ ବସଷ୍ଟାଣ୍ଡ ପାଇଁ ମଞ୍ଜୁରୀ ମିଳିବା ପରେ ବିଜେଡି ନେତା ନଳିଳୀ ପ୍ରଧାନ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି । ସେ କହିଛନ୍ତି ଯେ , ଗତ ପୌର ନିର୍ବାଚନ ସମୟରେ ନୂଆ ବସଷ୍ଟାଣ୍ଡ ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା । ସରକାର ଏବେ ଏହାକୁ ପୂରଣ କରିଛନ୍ତି । ଏହାପୂର୍ବରୁ ଆଠମଲ୍ଲିକରେ ଏକ ବୃହତ୍ ଅଡିଟୋରିୟମ ନିର୍ମାଣ ପାଇଁ ସରକାର ୭.୫ କୋଟି ଟଙ୍କା ମଞ୍ଜୁର କରିଥିଲେ । ଏହା ଏବେ ଟେଣ୍ଡର ପ୍ରକ୍ରିୟାରେ ରହିଛି । ଏହି ସବୁ ବିକାଶମୂଳକ କାମ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି । Advertisement
ଯନ୍ତ୍ରୀରୁ ବନିଗଲେ ଗ୍ଲୋବାଲ ଅଜା :କିଏ,କଣ ପାଇଁ ଓ କାହିକି? ପ୍ରତ୍ୟେକ ମଣିଷର କିଛି ନା କିଛି ନିଶା ରହିଥାଏ । ଯାହାକୁ ପୂରଣ କରିବା ପାଇଁ ସମସ୍ତ ସାମର୍ଥ୍ୟ ଲଗାଇଥାଏ ମଣିଷ । ସେ ଯେଉଁ ଦିଗ…
ଜାତୀୟ ମୁଥୁତାଇ ପ୍ରତିଯୋଗିତାରେ ଚମକିଲେ ଅନୁଗୁଳ ପ୍ରତିଯୋଗୀ – ହାତେଇଲେ ୬ ସ୍ୱର୍ଣ୍ଣ ପଦକ ଅନୁଗୁଳ – ଜାତୀୟ ସ୍ତରୀୟ ମୁଥୁତାଇ ପ୍ରତିଯୋଗିତାରେ ଅନୁଗୁଳ ଜିଲ୍ଲାର ପ୍ରତିଯୋଗୀଙ୍କୁ ସଫଳତା ମିଳିଛି । ମଧ୍ୟପ୍ରଦେଶରେ ଆୟୋଜିତ ଜାତୀୟ ମୁଥୁତାଇ ଚାମ୍ପିଅନସିପ ୨୦୨୨ରେ ଓଡ଼ିଶାର ପ୍ରଦର୍ଶନ…
ସଚ୍ଚୋଟପଣିଆ ଦେଖାଇଲେ ଅଟୋଚାଳକ – ଫେରାଇଲେ ପାଇଥିବା ଟଙ୍କା ବ୍ୟାଗ ତାଳଚେର – ସାଂପ୍ରତିକ ସମାଜରେ ମାନବିକତା ହଜି ହଜି ଯାଉଥିବାବେଳେ କିଛି ବ୍ୟକ୍ତିଙ୍କ ପାଖରେ ମଣିଷପଣିଆ ଏବେ ବି ବଞ୍ଚିଛି । ଏହାର ଏକ ଉଦାହରଣ ଦେଖିବାକୁ…