ବାଣିଜ୍ୟ ୨୦ ତାରିଖରୁ ସ୍ୱଦେଶୀ ମେଳା Angul OnlineFebruary 17, 2023February 17, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ହାଇସ୍କୁଲ ପଡ଼ିଆ ଠାରେ ଆସନ୍ତା ୨୦ ତାରିଖରୁ ଆୟୋଜିତ ହେବ ସ୍ବଦେଶୀ ମେଳା । ଏ ନେଇ ଆଜି ଅନୁଗୋଳ ଷ୍ଟାଡିୟମରେ ଏକ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ବିପଳନ ବିକାଶ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହି ସ୍ବଦେଶୀ ମେଳା ଭାରତୀୟ ବିପଳନ ବିକାଶ କେନ୍ଦ୍ର ଆନୁକୂଲ୍ୟରେ ଆସନ୍ତା ୨୦ ରୁ ଆରମ୍ଭ ହୋଇ ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ମନୋଜ କୁମାର ନାଏକ କହିଛନ୍ତି । ଏଥିରେ ଦେଶର ବିଭିନ୍ନ ସ୍ଥାନର ହସ୍ତତନ୍ତ ସହ ବିଭିନ୍ନ ଜିନିଷକୁ ନେଇ ମୋଟ ୧୦୦ ଟି ସ୍କୁଲ ହେବ । ସ୍ବଦେଶୀ ମେଳାରେ ଭାରତୀୟ ସାମଗ୍ରୀର ପ୍ରଚାର ପ୍ରସାର ହେବା ସହିତ କ୍ଷୁଦ୍ର ବ୍ୟବସାୟୀଙ୍କୁ ପ୍ରୋତ୍ସାହନ ମିଳିବ । ଏହି ମେଳାରେ ଘର କରଣା ଜିନିଷ , ଖାଦ୍ୟ ସାମଗ୍ରୀ , ବୈଦ୍ୟୁତିକ ସାମଗ୍ରୀ ବିକ୍ରି ହେବା ଫଳରେ କ୍ରେତା ମାନେ ନିଜ ମନ ପସନ୍ଦ ଜିନିଷ କିଣି ପାରିବେ । ବୈଠକରେ ଭାରତୀୟ ବିପଳନ ବିକାଶ କେନ୍ଦ୍ରର ସଂଯୋଜକ ବିଭୁ ପ୍ରସାଦ ପ୍ରଧାନ ଓ ଭାରତୀୟ ବିପଳନ ବିକାଶ କେନ୍ଦ୍ରର ସହ ସଂଯୋଜକ ପର୍ଶୁରାମ ଦାସ ଉପସ୍ଥିତ ଥିଲେ । Advertisement
ଟାଟା ଷ୍ଟିଲ ଫାଉଣ୍ଡେସନର ରିସ୍ତା ପ୍ରକଳ୍ପ ପକ୍ଷରୁ ସମବୟସ୍କ ଶିକ୍ଷଣୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅୟୋଜିତ ଢେଙ୍କାନାଳ – ଟାଟା ଷ୍ଟିଲ ଫାଉଣ୍ଡେସନର ରିସ୍ତା (ରିଜନାଲ୍ ଇନିସିଏଟିଭ୍ ଫର୍ ସେଫ ସେକ୍ସୁଆଲ ହେଲ୍ଥ ବାଏ ଟୁଡେସ୍ ଆଡୋଲୋସେଣ୍ଟ) ପ୍ରକଳ୍ପ ପକ୍ଷରୁ ଢେଙ୍କାନାଳ ଜିଲ୍ଲା…
ହୋଣ୍ଡାର ନୂତନ ଶୋରୁମ୍ ଉଦ୍ଘାଟିତ ଅନୁଗୁଳ -ଅନୁଗୁଳ ଜିଲ୍ଲା ଆଠମଲ୍ଲିକଠାରେ ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର୍ ଇଣ୍ଡିଆର ନୂତନ ଶୋରୁମ ମମତା ମୋଟର୍ସ ଉଦ୍ଘାଟିତ ହୋଇଯାଇଛି । ଯେଉଁଥରେ ହୋଣ୍ଡାର ସମସ୍ତ ପ୍ରକାରର…
ଟ୍ରକ ମାଲିକ ସଂଘ ନିର୍ବାଚନ – ସଭାପତି ଭାବେ ଅମ୍ବିକା ଓ ଅକ୍ଷୟ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ଅନୁଗୁଳ- ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘର ନିର୍ବାଚନର ଫଳାଫଳ ଘୋଷଣା ହୋଇ ଯାଇଛି । ରବିବାର ଦିନ ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘର କାର୍ଯ୍ୟାଳୟ…