ଅନୁଗୋଳ – ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରାଜ୍ୟର ଗରିବ ପରିବାରଙ୍କୁ ମୁଣ୍ଡପିଛା ୫ କେଜି ଚାଉଳ ଯୋଗାଣରୁ ବଞ୍ଚିତ କରାଯାଇଥିବା ନିଷ୍ପତ୍ତି ବିରୋଧରେ ଅନୁଗୋଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅନୁଗୋଳ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ବିଜେଡି ସଭାପତି ଶ୍ରୀ ମହେନ୍ଦ୍ର ବସ୍ତିଆଙ୍କ ସଭାପତିତ୍ବରେ ଓ ଅରୁଣାଭ ସିଂହଙ୍କ ତତ୍ୱାବଧାନରେ ଏକ ପ୍ରତିବାଦ ସଭା ଓ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା । ଏଥିରେ ଅନୁଗୋଳ ବ୍ଲକ ଓ ଅନୁଗୋଳ ନଗରର ସକ୍ରିୟ ନେତୃ ମଣ୍ଡଳୀ ଉପସ୍ଥିତ ଥିଲେ । ପରବର୍ତ୍ତୀ ସମୟରେ ଅନୁଗୋଳ ବ୍ଲକ ଠାରୁ ଏକ ଶୋଭାଯାତ୍ରାରେ ୫୦୦ରୁ ଉର୍ଦ୍ଧ୍ବ ସଦସ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତାଳଚେରର ମାନ୍ୟବର ବିଧାୟକ ଶ୍ରୀ ବ୍ରଜକିଶୋର ପ୍ରଧାନ, ଅନୁଗୋଳ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରାଜଶ୍ରୀ ସାହୁ, ଅନୁଗୋଳ ନଗରପାଳ ଶ୍ରୀ ଅକ୍ଷୟ ସାମନ୍ତ, ଅନୁଗୋଳ ବ୍ଲକ ବିଜେଡି ସଭାପତି ସରୋଜ ସାହୁ, ଜିଲ୍ଲା ବିଜେଡି ସମ୍ପାଦକ ପ୍ରିୟଦର୍ଶୀ ପଟ୍ଟନାୟକ, ସରପଞ୍ଚ, ସମିତି ସଭ୍ୟ ଓ କାଉନସିଲର ବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଉଦ୍ଧେଶ୍ୟରେ ଅନୁଗୋଳ ଜିଲ୍ଲାପାଳଙ୍କ ଜରିଆରେ ଅନୁଗୋଳ ବିଜେଡି ପକ୍ଷରୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ବଅଁରପାଳ ବ୍ଲକ ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ନାଥଙ୍କ ନେତୃତ୍ୱରେ ବଅଁରପାଳ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା ଓ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା । ଅନୁଗୋଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଅଁରପାଳ ବ୍ଲକର ୧୭ଗୋଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟ, ଯୁବ-ଛାତ୍ର-ମହିଳା ଜନତା ଦଳର ସଦସ୍ୟ ଓ ନେତୃ ମଣ୍ଡଳୀଙ୍କ ଉପସ୍ଥିତିରେ ସଭା ଅନୁଷ୍ଠିତ ହୋଇଥିଲା ।
What’s your Reaction?
+1
+1
+1
+1
+1
+1
+1