ଅପରାଧ ଦେଢ଼ ଲକ୍ଷ ଟଙ୍କା ମୂଲ୍ୟର ମଦ ଜବତ Angul OnlineFebruary 18, 2023February 18, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ଅବକାରୀ ବିଭାଗକୁ ଆଜି ଏକ ବଡ଼ ସଫଳତା ମିଳିଛି । କାରରେ ଚୋରା ମଦ ଚାଲାଣ ହେଉଥିବା ବେଳେ ଧରିବାରେ ସଫଳ ହେବା ସହ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ମୂଲ୍ୟର ମଦ ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରିଛି । ସୂଚନା ଅନୁସାରେ ଅନୁଗୋଳ ଜିଲ୍ଲାକୁ ବାହାର ଜିଲ୍ଲାରୁ ଚୋରା ମଦ ଆସୁଥିବା ଖବର ମିଳିଥିଲା । ଏହି ଖବର ମିଳିବା ପରେ ଅବକାରୀ ବିଭାଗ ବେଶ ସଜାଗ ଥିଲା । ଅନୁଗୋଳ ଅବକାରୀ ଅଧିକ୍ଷକ ମଧୁସ୍ମିତା ନାୟକଙ୍କ ନିର୍ଦେଶ ଅନୁସାରେ ସଦର ଅବକାରୀ ଥାନା ୨ ର ଅଧିକାରୀ ଆମ୍ବପାଳ ଠାରେ ଏକ ହୋଣ୍ଡା ଆମେଜ କାରକୁ ଅଟକାଇ ଜାଞ୍ଚ କରିଥିଲେ । ଜାଞ୍ଚ ବେଳେ କାରରୁ ୪୦୦ ଲିଟର ଦେଶୀ ମଦ ଜବତ ହୋଇଥିଲା । ଏଥିପାଇଁ କାରରେ ଥିବା ଜିତେନ୍ଦ୍ର ସେନାପତି ଓ ତପନ ଜେନାକୁ ଗିରଫ କରାଯାଇଥିଲା । ସେହିଭଳି ଅବକାରୀ ସଦର ଥାନା ଅଧିକାରୀ ହେମସୁରପଡା ଦୁର୍ଗରେ ମଣ୍ଡପ ନିକଟରେ ଏକ ମାରୁତି ସୁଜୁକି ୱାଗନର କାରରୁ ୩୦୦ ଲିଟର ଦେଶୀ ମଦ ଜବତ କରିଥିଲା । ଏହି ମଦ ଚାଲାଣ ଅଭିଯୋଗରେ ପ୍ରଶାନ୍ତ ନାଏକ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଗିରଫ ତିନି ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଉଭୟ ଘଟଣାରେ ଜବତ ଦେଶୀ ମଦର ଆନୁମାନିକ ମୂଲ୍ୟ ପ୍ରାୟ ଏକ ଲକ୍ଷ ୫୦ ହଜାର ଟଙ୍କା ହେବ । Advertisement
ରସିକିଆ ଯୁବକଙ୍କୁ ନିର୍ଧୁମ ଛେଚିଲେ ମହିଳା ଓ ତାଙ୍କ ସମ୍ପର୍କୀୟ ଅନୁଗୁଳ – ରସିକିଆ ଯୁବକଙ୍କୁ ନିର୍ଧୁମ ଛେଚିଲେ ମହିଳା ଏବଂ ତାଙ୍କ ସମ୍ପର୍କୀୟ । ରଙ୍ଗ ନମ୍ବରରେ କଲ କରିବା ପରେ ମହିଳାଙ୍କୁ ବାରମ୍ବାର ଫୋନ କରି…
ମ୍ୟାନେଜର କରିଥିଲେ ନକଲି ବନ୍ଧୁକ ଦେଖାଇ ଲୁଟ – ମ୍ୟାନେଜର ସମେତ ୫ ଜଣ ଗିରଫ ଅନୁଗୁଳ – ଗତ ଅକ୍ଟୋବର ମାସ ୧୫ ତାରିଖରେ ନାଲକୋନଗର ଥାନା କୁଲାଡ଼ ଅଂଚଳରେ ଥିବା ଫ୍ଲିପ କାର୍ଟର ହବରେ କିଛି ଦୁର୍ବୃତ୍ତ ନକଲି ବନ୍ଧୁକ ଦେଖାଇ…
ବନ୍ଧୁକ ଓ ଭୁଜାଲି ଦେଖାଇ ବ୍ୟବସାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ସମଲ ଥାନା ନବୀନନଗର ଠାରେ ବନ୍ଧୁକ ଓ ଭୁଜାଲି ଦେଖାଇ ଲୁଗା ବ୍ୟବସାୟୀଙ୍କ ଠାରୁ ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା…